• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସହିଦ ଦିବସରେ ଅଣଦେଖା ବ୍ରହ୍ମଗିରିର ସହିଦ ସ୍ତମ୍ଭ

by Voice of Victims
March 24, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସହିଦ ଦିବସରେ ଅଣଦେଖା ବ୍ରହ୍ମଗିରିର ସହିଦ ସ୍ତମ୍ଭ

ବ୍ରହ୍ମଗିରି(ଭିଓଭି): ଚତୁଃପାଶ୍ୱର୍ରେ ଆବର୍ଜନା ପୂର୍ଣ୍ଣ ପରିବେଶରେ ଅବହେଳିତ ଅଣଦେଖା ଅବସ୍ଥାରେ ରହିଛି ବ୍ରହ୍ମଗିରି ବ୍ଲକ୍ ପରିସରରେ ଥିବା ସହିଦ ସ୍ତମ୍ଭଟି । ବ୍ଲକ ପରିସରରେ ଉନ୍ନୟନ କାର୍ଯ୍ୟ ଏବଂ ପାଚେରୀ ନିର୍ମାଣରେ ସ୍ତମ୍ଭର ଅଧା ଭାଗ ପୋତି ହୋଇପଡିଛି । ସାରା ଦେଶରେ ସହିଦ ଦିବସ ପାଳନ କରାଯାଉଥିବା ବେଳେ ବ୍ରହ୍ମଗିରି ର ବୀର ସହିଦ ମାନଙ୍କୁ ଭୁଲି ଯାଇଛନ୍ତି ବ୍ରହ୍ମଗିରିର ପ୍ରଶାସନ ଓ ନେତା ମାନେ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସମ୍ମାନ ଜଣାଇ ନାହାନ୍ତି କେହି ଜଣେ ହେଲେବି ନେତା କି ପ୍ରଶାସନ ।
ସ୍ୱାଧୀନତା ସଂଗ୍ରାମକୁ ବ୍ରହ୍ମଗିରି ର ଅବଦାନ ସର୍ବାଧିକ । ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ପାଇକ ବିଦ୍ରୋହକୁ ନେତୃତ୍ୱ ଦେଇଥିବା ବୀର ବକ୍ସି ଜଗବନ୍ଧୁଙ୍କ ଜନ୍ମ ଏଇ ବ୍ରହ୍ମଗିରି ମାଟିରେ । ଏହି ଆନ୍ଦୋଳନରେ ବ୍ରହ୍ମଗିରି ଅଂଚଳରୁ ପ୍ରାୟ ଦୁଇ ହଜାରରୁ ଅଧିକ ପାଇକ ଯୋଗ ଦେଇଥିଲେ । ଅନେକ ସହିଦ ହୋଇଥିଲେ ଏବଂ ଅନେକ କଳାପାଣି ଯାଇଥିଲେ । ପରବର୍ତି ସମୟରେ ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମରେ ବ୍ରହ୍ମଗିରିର ଯଥେଷ୍ଟ ଭୂମିକା ରହିଥିଲା । ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ପୁରୀ ହରିଜନ ପଦଯାତ୍ରାରେ ପ୍ରାୟ ୫ ହଜାର ସଂଗ୍ରାମୀ ବ୍ରହ୍ମଗିରି ଅଂଚଳରୁ ଯୋଗ ଦେଇଥିଲେ । ୧୯୩୮ ମସିହା ଡେଲାଙ୍ଗ ବେରବୋଇ କଂଗ୍ରେସ ଅଧିବେଶନ ଏବଂ ଲବଣ ସତ୍ୟାଗ୍ରହ ରେ ଶହ ଶହ ସଂଗ୍ରାମୀ ଯୋଗ ଦେଇଥିବାର ଇତିହାସ ଅଛି । ବିଭିନ୍ନ ଆନ୍ଦୋଳନରେ ବହୁତ ସଂଗ୍ରାମୀ ସହିଦ ମଧ୍ୟ ହୋଇଥିଲେ । ତେଣୁ ସ୍ୱାଧୀନତା ପରବର୍ତି ସମୟରେ ସହିଦ ମାନଙ୍କ ସମ୍ମାନ ଲାଗି ବ୍ରହ୍ମଗିରି ବ୍ଲକ ପରିସରରେ ଥିବା ଏହି ସହିଦ ସ୍ତମ୍ଭଟି ତତ୍କାଳୀନ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା । ଏବେ ତାହା ଚରମ ଅବହେଳିତ ଅବସ୍ଥାରେ ରହିଅଛି । ଚାରିପଟେ କୁଢ଼ କୁଢ଼ ଅଳିଆ ପଡି ରହିଛି । ବ୍ଲକ ପରିସରରେ ଉନ୍ନୟନ କାମ ଯୋଗୁଁ ସ୍ତମ୍ଭଟି ଅଧା ପୋତି ହୋଇ ପଡିଛି । ସ୍ତମ୍ଭଟିରେ ୫ଜଣ ସହିଦଙ୍କ ନାମ ଲେଖାଯାଇ ଥିବା ବେଳେ ତଳ ପଟୁ ପୋତି ହୋଇ ଯିବା ଦ୍ୱାରା ଏବେ କେବଳ ସହିଦ ଡମ୍ବରୁ ରାଉତରା, ଶିବାର୍ଥ ଦାସ, ଶଚି ସାମନ୍ତରାୟ ଏବଂ କୁମର ପ୍ରସାଦ ମହାନ୍ତିଙ୍କ ନାମ ଦୃଶ୍ୟମାନ ହେଉଛି ଏବଂ ୫ମ ନାମଟି ମାଟି ରେ ପୋତି ହୋଇ ଗଲାଣି । ସେଥିପ୍ରତି ମଧ୍ୟ ସରକାରଙ୍କର ନିଘା ନାହିଁ । ସାରା ଭାରତ ବର୍ଷରେ ଆଜି ସହିଦ ଦିବସ ପାଳନ କରାଯାଉଥିବା ବେଳେ ବ୍ରହ୍ମଗିରି ବ୍ଲକ ପରିସରରେ ଥିବା ଏହି ସହିଦ ସ୍ତମ୍ଭଟିରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ବ୍ରହ୍ମଗିରି ଅଂଚଳର କେହି ନେତା ଶ୍ରଦ୍ଧାଞ୍ଜଳି ଦେଇ ସହିଦଙ୍କୁ ସମ୍ମାନ ନଜଣାଇବା ବ୍ରହ୍ମଗିରି ଅଂଚଳ ବାସୀଙ୍କୁ ବ୍ୟଥିତ କରିଛି । ଏହା ବ୍ରହ୍ମଗିରି ମାଟିର ବୀର ସହିଦ ମାନଙ୍କ ପ୍ରତି ଘୋର ଅପମାନ ସଦୃଶ ଏବଂ ଏଥିପ୍ରତି ସରକାର ଦୃଷ୍ଟିଦେବା ନିହାତି ଆବଶ୍ୟକ ବୋଲି ବ୍ରହ୍ମଗିରି ଅଂଚଳର ସଂସ୍କୃତି ଗବେଷକ ତଥା ହରିଶ୍ୱରଦେବ ଭୋକେସନାଲ ସାଇନସ୍ କଲେଜର ଅଧ୍ୟାପକ କାଶୀନାଥ ନାୟକଙ୍କ ସମେତ ବ୍ରହ୍ମଗିରି ଅଂଚଳର ବହୁ ବୁଦ୍ଧିଜିବୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରେ କହିଛନ୍ତି ।

Post Views: 49
Share199Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In