• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାଦଲଙ୍କ ଦଳୀୟ ଟିକେଟ ଘୋଷଣା ପରେ ବିଜେପି ଶିବିରରେ କମ୍ପନ

by Voice of Victims
March 28, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବାଦଲଙ୍କ ଦଳୀୟ ଟିକେଟ ଘୋଷଣା ପରେ ବିଜେପି ଶିବିରରେ କମ୍ପନ

ରଣପୁର (ଭିଓଭି): ଚଳିତ ସାଧାରଣ ନିର୍ବାଚନରେ ବିଧାନସଭା ପାଇଁ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି କିମ୍ବା କଂଗ୍ରେସ ଏ ପର୍ଯନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି, ସାଧାରଣ ଅନୁମାନରୁ ବିଜେପି ଅନେକ ଥର ହାରି ହାରି ପୁଣି ଜିତିବାର ଧୈର୍ଯ୍ୟ ଓ ଭରଷା ରଖିଥିବା ସୁରମା ପାଢ଼ୀ ଙ୍କୁ ପୁନର୍ବାର ପ୍ରାର୍ଥୀ ଓ କଂଗ୍ରେସ ଯୁବ ଚାଷୀ ନେତା ସତ୍ୟ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ପାରନ୍ତି। ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାଦଲ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ମଣିଷ ହିସାବରେ ସେ ଜଣେ ହୃଦୟବାନ ମଣିଷ ଭାବେ ଲୋକପ୍ରିୟ। ଅନେକ ଅଭାବୀ ଲୋକଙ୍କୁ ସେ ଡାକ୍ତର ଖାନାରେ ଚିକିତ୍ସା ନିମନ୍ତେ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହି ସାହାଯ୍ୟ କରିଥାନ୍ତି। ଅନେକ ନେତା ଲୋକପ୍ରିୟତା ନିମନ୍ତେ କେବଳ, ବିବାହ, ବ୍ରତ, ଜାନି, ଯାତ୍ରା, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଠା କରୁଥିବା ବେଳେ ବାଦଲ ଲୋକଙ୍କ ପ୍ରକୃତ ଦୁଃଖ ଓ ଅସୁବିଧା ସମୟ ରେ ଉପସ୍ଥିତ ରହି ଲୋକଙ୍କ ହୃଦୟ ଭିତରେ ରହି ପାରିଛନ୍ତି। ଅପରପକ୍ଷରେ ବିଜେପି ର ଆଶାୟୀ ପାର୍ଥୀ ସୁରମାଙ୍କ ଘର ରଣପୁର ନ ହୋଇଥିଲେ ମଧ୍ୟ ସେ ରଣପୁର ରେ ଘର ଟିଏ କରି ପ୍ରାୟ ସମୟ ସେଠାରେ ରହି ଲୋକଙ୍କ ହୃଦୟ ଜିଣିବାକୁ ଚେଷ୍ଠା ଚଳାଇଛନ୍ତି। ବିଶେଷ ସୂତ୍ର ରୁ ପ୍ରକାଶ ଯେ ନିଜ ଦଳର ଅନେକ ପୁରୁଣା ଓ ଯୁବ କର୍ମୀ ସୂରମାଙ୍କ ଉପରେ ଖୁସି ନାହାନ୍ତି। ତେଣୁ ଗୋଟିଏ ଗୋଷ୍ଠି ପାର୍ଥୀ ପରିବର୍ତ୍ତନ ନିମନ୍ତେ ହାଇକମାଣ୍ଡ ଙ୍କ ପାଖରେ ଅଭିଯୋଗ କରିଛନ୍ତି।
କଂଗ୍ରେସ ଦଳର ଆଶାୟୀଙ୍କ ଭିତରେ ସର୍ବାଗ୍ରେ ଅଛନ୍ତି ଯୁବ ଚାଷୀ ନେତା ସତ୍ୟ ପ୍ରଧାନ। ଜଣେ ମିଷ୍ଠ ଭାଷୀ ଓ ପରିଶ୍ରମୀ ଯୁବକ ଭାବେ ତାଙ୍କରି ବି ଗ୍ରହଣୀୟତା ବଢ଼ିବାରେ ଲାଗିଛି। ବାଦଲଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ରଣପୁର ଅଞ୍ଚଳ ରେ କର୍ମୀଙ୍କ ଭିତରେ ଆନନ୍ଦ ଭରା ମାହୋଲ ଦେଖିବାକୁ ମିଳିଥିଲା। ସମର୍ଥକ ମାନେ ଖୁସି ରେ ବାଜା ବାଣର ତାଳେ ତାଳେ ପରସ୍ପର କୁ ମିଠା ବଣ୍ଟନ କରି ଅଭିନନ୍ଦନ ଜଣାଉଥିଲେ ମଧ୍ୟ କିଛି ଦଳୀୟ ପୁରୁଖା ନେତା ବାଦଲ ଙ୍କ ପୁନର୍ବାର ପ୍ରାର୍ଥିତ୍ଵକୁ ନେଇ ଖୁସି ନ ଥିବାର ଚାପା ଆଲୋଚନା କର୍ମୀଙ୍କ ଭିତରେ ଚାଲିଛି। ବାଦଲ ନିଜର ମିଷ୍ଟଭାଷୀ କଥାବାର୍ତ୍ତା ଓ ପରୋପକାରୀ ଗୁଣ ଯୋଗୁ ଅଞ୍ଚଳର ପ୍ରଥମ ପସନ୍ଦ ହୋଇ ପାରନ୍ତି। ସେ ପଟେ ତାଙ୍କର ପ୍ରାର୍ଥୀ ଘୋଷଣା ହେବା ପରେ ବିଜେପି ଶିବିରରେ କମ୍ପନ ଦେଖିବାକୁ ମିଳିଛି। ତାର ପ୍ରଥମ କାରଣ ହେଲା ମେଣ୍ଟ ଚର୍ଚ୍ଚା ଥମିବା ପରେ ବିଜେପି ଭାବିଥିଲା ଯେ ବିଜେଡି ଏଥର ବାଦଲଙ୍କୁ ରିପୋର୍ଟ ନ କରି ଜଣେ ନୂଆ ପ୍ରାର୍ଥୀ ଦେବ। ନୂଆ ପ୍ରାର୍ଥୀ ଦେଇଥିଲେ ସୁରମାଙ୍କ ପଲା ଭାରି ରହିଥାନ୍ତା ଏହା ନିଃସନ୍ଦେହ। ସୁରମା ଜଣେ ଅନୁଭବୀ ନେତ୍ରୀ ତଥା ପୂର୍ବତନ ବିଧାୟିକା ଓ ମନ୍ତ୍ରୀ ହୋଇ ଥିବା ବେଳେ ଅଞ୍ଚଳରେ ସେପରି କୌଣସି ଆଖିଦୃଶିଆ କାମ କରି ପାରି ନ ଥିବା ଯୋଗୁ ଅଞ୍ଚଳବାସୀଙ୍କ ମନ ମଧ୍ୟରେ ତାଙ୍କ ପ୍ରତି ଆଦର କମିବାରେ ଲାଗିଛି। କିଛି ହାତ ଗଣତି ନେତାଙ୍କୁ ଛାଡିଦେଲେ ପ୍ରାୟ ଅଧିକାଂଶ ନେତାଙ୍କ ସମର୍ଥନ ତାଙ୍କ ପ୍ରତି ନାହିଁ ବୋଲି ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଦଳର ଗୋଷ୍ଠୀ କନ୍ଦଳକୁ ସମାଧାନ କରି ନିଜ ଘରକୁ ସଜାଡ଼ିବା ସୁରମାଙ୍କ ପାଇଁ ଏଥର କଷ୍ଟସାଧ୍ୟ ହେବ। କିଛି ହାତ ଗଣତି ନେତାଙ୍କ ଇସାରାରେ ସୁରମା ପରିଚାଳିତ ହେଉଥିବାର ଅଭିଯୋଗ ଦଳୀୟ ସମର୍ଥକ କରୁଥିବା ସହ ପାର୍ଟି ଲାଇନରୁ ଦୂରରେଇ ରହିବାକୁ ପସନ୍ଦ କରୁଛନ୍ତି । ବିଜେପି ଓ କଂଗ୍ରେସର ପାର୍ଥୀ ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର।

Post Views: 37
Share206Tweet129Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In