• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅବକାରୀ ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

by Voice of Victims
April 1, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଅବକାରୀ ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ କେଜ୍ରିୱାଲଙ୍କୁ କୋର୍ଟ ପରିସରରେ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କ ନିକଟରେ ହାଜର କରାଯାଇଥିଲା। କେଜ୍ରିୱାଲଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ କୋର୍ଟଙ୍କ ନିକଟରେ ଇଡି ଦାବି କରିଥିଲା। ଇଡି କହିଥିଲା ଯେ, ପଚରାଉଚରା ବେଳେ ମୁଖ୍ୟମନ୍ତ୍ରୀ ଆଦୌ ସହଯୋଗ କରିନାହାଁନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କୁ କହିଛନ୍ତି ଯେ, କେଜ୍ରିୱାଲଙ୍କ ଆଚରଣ ଅସହଯୋଗୀ ହୋଇଛି ଏବଂ ସେ ଏପଟ ସେପଟଉତ୍ତର ଦେଉଛନ୍ତି। ଅନୁସନ୍ଧାନରେ ସହଯୋଗ କରୁନାହାଁନ୍ତି। ଭବିଷ୍ୟତରେ ଆମକୁ ହେପାଜତ ଆବଶ୍ୟକ ହୋଇପାରେ। କେଜ୍ରିୱାଲ ଡିଜିଟାଲ ଉପକରଣଗୁଡ଼ିକର ପାସୱାର୍ଡ ଦେଇନାହାଁନ୍ତି। ଏହା ପରେ ବିଚାରପତି ତାଙ୍କୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲଙ୍କ ଓକିଲ ଜେଲରେ କିଛି ଜରୁରୀ ଔଷଧ ଏବଂ ତିନୋଟି ପୁସ୍ତକ ଯୋଗାଇବାକୁ ଦାବି କରିଛନ୍ତି। ଦାବି ହୋଇଥିବା ତିନୋଟି ପୁସ୍ତକର ନାମ ହେଉଛି ରାମାୟଣ, ମହାଭାରତ ଏବଂ ପ୍ରଧାନମନ୍ତ୍ରୀ କିପରି ନିଷ୍ପତ୍ତି ନିଅନ୍ତି (ସାମ୍ବାଦିକ ନୀରଜା ଚୌଧୁରୀଙ୍କ ଦ୍ୱାରା ଲିଖିତ)। ଅସୁସ୍ଥତାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ଜେଲ ଭିତରେ ଏକ ସ୍ୱତନ୍ତ୍ର ଡାଏଟ୍ ମଧ୍ୟ ଦାବି କରିଛନ୍ତି।

Post Views: 38
Share197Tweet123Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In