• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

by Voice of Victims
April 6, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପୂର୍ବ ସାଧାରଣ ନିର୍ବାଚନରେ କମ୍ ମତଦାନର ଇତିହାସ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀ (ପିସି)ରେ ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି। ନୂଆଦିଲ୍ଲୀର ନିର୍ବାଚନ ସଦନରେ ଆଜି ଅନୁଷ୍ଠିତ ଦିନିକିଆ  ‘କମ୍ ଭୋଟର ମତଦାନ ଉପରେ ସମ୍ମିଳନୀ‘ରେ ପ୍ରମୁଖ ସହରର ମହାନଗର ନିଗମ ଆୟୁକ୍ତ ଏବଂ ବିହାର ଓ ଉତ୍ତରପ୍ରଦେଶରେ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କେତେକ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ମିଳିତ ଭାବେ ବିଚାରବିମର୍ଶ କରିଛନ୍ତି । ଆୟୋଗଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସହରାଞ୍ଚଳ ଓ ଗ୍ରାମୀଣ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂପୃକ୍ତି ବୃଦ୍ଧି ଏବଂ ଅଂଶଗ୍ରହଣ ନିମନ୍ତେ ମାର୍ଗ ନିର୍ଦ୍ଧାରଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଗଙ୍କ ପକ୍ଷରୁ ଭୋଟରଙ୍କ ଉଦାସୀନତା ସମ୍ପର୍କିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ବିହାର, ଉତ୍ତରପ୍ରଦେଶ, ଏନସିଟି ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର ଏବଂ ଝାଡ଼ଖଣ୍ଡଭଳି ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦୧୯ ଲୋକସଭା ନିର୍ବାଚନରେ ଜାତୀୟ ମତଦାନ ହାର ୬୭.୪୦% ତୁଳନାରେ କମ୍ ମତଦାନ ହୋଇଥିଲା। ୨୦୧୯ରେ ଜାତୀୟ ହାର ତୁଳନାରେ କମ୍ ମତଦାନ ହୋଇଥିବା ୧୧ଟି ରାଜ୍ୟର ମୋଟ ୫୦ଟି ଗ୍ରାମୀଣ ସଂସଦୀୟ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଉତ୍ତରପ୍ରଦେଶ ର ୨୨ଟି ଏବଂ ବିହାରର ୧୮ଟିକୁ ମିଶାଇ ମୋଟ୍‌ ୪୦ଟି ନିର୍ବାଚନ ମଣ୍ଡଳୀ ରହିଛି । ଉତ୍ତରପ୍ରଦେଶର ୫୧- ଫୁଲପୁର ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୪୮.୭% ମତଦାନ ହୋଇଥିବା ବେଳେ ବିହାରର ୨୯-ନାଲନ୍ଦା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୪୮.୭୯% ମତଦାନ ହୋଇଛି।ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର କହିଛନ୍ତି ଯେ କମ୍ ମତଦାନ ଥିବା ମୋଟ ୨୬୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ (୨୧୫ଟି ଗ୍ରାମୀଣ ଓ ୫୧ଟି ସହରାଞ୍ଚଳ) ଚିହ୍ନଟ କରାଯାଇଛି ଏବଂ ସମସ୍ତ ସଂପୃକ୍ତ ମହାନଗର ନିଗମ ଆୟୁକ୍ତ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଲକ୍ଷ୍ୟ ଆଧାରିତ ଭାବେ ଭୋଟରଙ୍କ ନିକଟରେ ପହଞ୍ଚିବାର ଉପାୟ ଖୋଜିବା ପାଇଁ କୁହାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ଧାଡ଼ି ପରିଚାଳନା, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆଶ୍ରୟ ସ୍ଥଳୀ, ପାର୍କିଂ ଭଳି ସୁବିଧା ଯୋଗାଇଦେବା ପାଇଁ ତ୍ରିମୁଖୀ ରଣନୀତି ଉପରେ ସେ ଗୁରୁତ୍ୱାରୋପ କରାଯାଇଛି । ଲକ୍ଷ୍ୟ ଆଧାରିତ ଜନସମ୍ପର୍କ ଏବଂ ଯୋଗାଯୋଗ; ଏବଂ ଲୋକମାନଙ୍କୁ ମତଦାନ କେନ୍ଦ୍ରକୁ ଆସିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଆରଡବ୍ଲୁଏ, ସ୍ଥାନୀୟ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଏବଂ ପ୍ରଭାବଶାଳୀ ଯୁବ ନେତୃତ୍ୱଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ସମ୍ପୃକ୍ତି ନିମନ୍ତେ ପରାମର୍ଶ ଦିଆଯାଇଛି । ବର୍ଦ୍ଧିତ ଅଂଶଗ୍ରହଣ ଏବଂ ଆଚରଣ ପରିବର୍ତ୍ତନ ପାଇଁ ଏକ ବୁଥ୍ ଆଧାରିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରିବା ସହ ସେହି ଅନୁଯାୟୀ ବିଭିନ୍ନ ଲକ୍ଷ୍ୟ ଆଧାରିତ ଦର୍ଶକଙ୍କ ପାଇଁ ହସ୍ତକ୍ଷେପ ଯୋଜନା କରିବାକୁ ସେ ସମସ୍ତ ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ‘‘ଗୋଟିଏ ଆକାର ସମସ୍ତଙ୍କ ପାଇଁ ଉପଯୁକ୍ତ’’ ଆଭିମୁଖ୍ୟର ପରିଣାମ ମିଳିବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ଗଣତାନ୍ତ୍ରିକ ଉତ୍ସବରେ ଭାଗ ନେଇ ଭୋଟରଙ୍କ ମଧ୍ୟରେ ଗର୍ବ ଜାଗ୍ରତ କରିବା ଭଳି କାର୍ଯ୍ୟ କରିବାକୁ ଶ୍ରୀ କୁମାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଲୋକମାନେ ଭୋଟ ଦେବା ପାଇଁ ଯେପରି ଅନୁପ୍ରାଣୀତ ହେବେ ସେଥିପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନିର୍ବାଚନ ଆୟୋଗ ଏବଂ ପ୍ରମୁଖ ଅଂଶୀଦାରଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭୋଟରଙ୍କ ଉଦାସୀନତା ଦୂର କରିବା, ଲଜିଷ୍ଟିକ୍ ଅପରେସନକୁ ସୁବ୍ୟବସ୍ଥିତ କରିବା ଏବଂ ମତଦାନ ହାର ବୃଦ୍ଧି ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମତଦାନ କେନ୍ଦ୍ରଗୁଡ଼ିକରେ ଧାଡ଼ି ପରିଚାଳନାକୁ ସୁଦୃଢ଼ କରିବା, ଉଚ୍ଚ କୋଠାରେ ମତଦାନ କୁ ସୁଗମ କରିବା ଏବଂ ପ୍ରଭାବଶାଳୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ (ସ୍ୱିପ୍) କାର୍ଯ୍ୟକ୍ରମର ଉପଯୋଗ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ନିର୍ବାଚନ ଆୟୁକ୍ତ ଭାଗିଦାରୀ ଏବଂ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବରେ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି। ଆଜିର ବୈଠକରେ ମତଦାନ ହାର ବୃଦ୍ଧି ପାଇଁ ସହରର ନିର୍ଦ୍ଦିଷ୍ଟ ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସହର ନିର୍ଦ୍ଦିଷ୍ଟ ହସ୍ତକ୍ଷେପ ଯୋଜନା କରାଯାଇଛି । ଅଧିକାରୀମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀର ଅନନ୍ୟ ଆବଶ୍ୟକତା ଏବଂ ଜନସଂଖ୍ୟା ଅନୁଯାୟୀ ଅନୁକୂଳ, ଅଞ୍ଚଳ-ନିର୍ଦ୍ଦିଷ୍ଟ ପ୍ରଚାର କାର୍ଯ୍ୟକ୍ରମ ବିକଶିତ କରିବାକୁ ଉତ୍ସାହିତ କରାଯାଇଛି। ଏହି ଦୃଷ୍ଟିକୋଣ କୁ ଦୃଷ୍ଟିରେ ରଖି ଇସିଆଇ ଏସଭିଇଇପି ଅଧୀନରେ ଅନେକ ଅଭିନବ ଭୋଟର ସଚେତନତା ଅଭିଯାନର ରୂପରେଖ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ରହିଛି:

  • ଅତ୍ୟାବଶ୍ୟକ ନିର୍ବାଚନୀ ବାର୍ତ୍ତାରେ ସଜ୍ଜିତ ସାର୍ବଜନୀନ ପରିବହନ ଏବଂ ପରିମଳ ଯାନ ଚଳାଚଳ।
  • ବ୍ୟାପକ ପ୍ରଚାର ପ୍ରସାର ପାଇଁ ଭୋଟର ସଚେତନତା ବାର୍ତ୍ତାକୁ ୟୁଟିଲିଟି ବିଲ୍ ରେ ସାମିଲ କରିବା।
  • ଆବାସିକ କଲ୍ୟାଣ ସଂଘ (ଆରଡବ୍ଲୁଏ) ଏବଂ ଭୋଟର ସଚେତନତା ମଞ୍ଚ ସହିତ ସହଯୋଗ କରିବା।
  • ପାର୍କ, ବଜାର ଏବଂ ମଲ୍ ଭଳି ଲୋକପ୍ରିୟ ସାର୍ବଜନୀନ ସ୍ଥାନରେ ସୂଚନାପୂର୍ଣ୍ଣ ଅଧିବେଶନର ଆୟୋଜନ ।
  • ଭୋଟରଙ୍କ ଆଗ୍ରହ ଜାଗ୍ରତ କରିବା ପାଇଁ ମାରାଥନ, ୱାକାଥନ ଓ ସାଇକ୍ଲୋଥନ ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ ।
  • ହୋର୍ଡିଂ, ଡିଜିଟାଲ ସ୍ଥାନ, କିଓସ୍କ ଏବଂ ଜନ ସେବା କେନ୍ଦ୍ର (ସିଏସସି) ସମେତ ବିଭିନ୍ନ ପ୍ଲାଟଫର୍ମକୁ ବ୍ୟବହାର କରି ଭୋଟର ଶିକ୍ଷା ସାମଗ୍ରୀର ପ୍ରଚାର ପ୍ରସାର ।
  • ବ୍ୟାପକ ଭାବେ ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ଶକ୍ତିକୁ ଉପଯୋଗ କରିବା ।

ଏହି ସମ୍ମିଳନୀରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପୁଣେ, ଠାଣେ, ନାଗପୁର, ପାଟନା ସାହିବ, ଲକ୍ଷ୍ନୌ ଓ କାନପୁରର ମହାନଗର ନିଗମ ଆୟୁକ୍ତଙ୍କ ସମେତ ବିହାର ଓ ଉତ୍ତରପ୍ରଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଯୋଗ ଦେଇଥିଲେ। ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଥିବା ବେଳେ ୭ଟି ରାଜ୍ୟ ଯଥା କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଏବଂ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

ପୃଷ୍ଠଭୂମି:
୨୦୧୯ ଲୋକସଭା ସାଧାରଣ ନିର୍ବାଚନରେ ପ୍ରାୟ ୨୯ କୋଟି ୭୦ ଲକ୍ଷ ଯୋଗ୍ୟ ମତଦାତା ଭୋଟ୍ ଦେଇନଥିଲେ । ଏହି ସମସ୍ୟାର ବ୍ୟାପକତା ଯୋଗୁ ସକ୍ରିୟ ପଦକ୍ଷେପ ନେବାର ଆବଶ୍ୟକତା ରହିଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ ନିକଟରେ ହୋଇଥିବା ନିର୍ବାଚନରେ ନିର୍ବାଚନ ପ୍ରକ୍ରିୟା ପ୍ରତି ସହରାଞ୍ଚଳର ଉଦାସୀନତାର ଧାରା ଉପରେ ଆଲୋକପାତ କରାଯାଇଥିଲା, ଯେଉଁଥିରେ ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ଓ ସହଯୋଗୀ ପ୍ରୟାସର ଆବଶ୍ୟକତା ରହିଛି। ୨୦୧୯ ଲୋକସଭା ସାଧାରଣ ନିର୍ବାଚନରେ ସର୍ବନିମ୍ନ ମତଦାନ ହୋଇଥିବା ୫୦ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୧୭ଟି ମହାନଗର ବା ପ୍ରମୁଖ ସହରରେ ଥିବା ଜଣାପଡିଛି ଯାହା ଭୋଟ୍‌ ଦେବାକୁ ନେଇ ସହରୀ ଉଦାସୀନତାର ଦୁର୍ଭାଗ୍ୟଜନକ ଧାରାକୁ ପ୍ରତିଫଳିତ କରୁଛି । ଗତ କିଛି ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳିଛି। ସାଧାରଣ ଗୁଜରାଟ ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୨ରେ ଶିଳ୍ପ ପ୍ରତିଷ୍ଠାନ ଥିବା କଚ୍ଛ ଜିଲ୍ଲାର ଗାନ୍ଧୀଧାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ମତଦାନ ହାର ୪୮.୧୪% ରେକର୍ଡ କରାଯାଇଛି, ଯାହାକି ଗତ ୨୦୧୭ ନିର୍ବାଚନ ତୁଳନାରେ ପ୍ରାୟ ୬% ହ୍ରାସ ପାଇଛି। ସେହିପରି ହିମାଚଳ ପ୍ରଦେଶର ସାଧାରଣ ନିର୍ବାଚନରୁ ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୨ରେ ଶିମଲା ଜିଲ୍ଲା (ରାଜ୍ୟ ରାଜଧାନୀ)ର ଶିମଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୬୩.୪୮% ମତଦାନ ହୋଇଛି । ଅନ୍ୟପଟେ ଦେଖିବାକୁ ଗଲେ ଏହି ରାଜ୍ୟର ହାରାହାରୀ ମତଦାନ ହାର ୭୫.୭୮% ରହିଛି। ସୁରଟର ସହରାଞ୍ଚଳ ବିଧାନସଭା ନିର୍ବାଚନ ମଣ୍ଡଳୀ ତୁଳନାରେ ସମସ୍ତ ଗ୍ରାମୀଣ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଶତ ଦୃଷ୍ଟିରୁ ଅଧିକ ମତଦାନ ହୋଇଛି। ସୁରଟର ସର୍ବନିମ୍ନ ମତଦାନ ହୋଇଥିବା ସହରାଞ୍ଚଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ସର୍ବାଧିକ ଗ୍ରାମୀଣ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ମତଦାନ ହାରରେ ରହିଥିବା ପାର୍ଥକ୍ୟ ୨୫% ରହିଛି। ସେହିପରି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ରେ ବାଙ୍ଗାଲୋର (ବାଙ୍ଗାଲୋର ଦକ୍ଷିଣ)ର ବିଧାନସଭା ନିର୍ବାଚନ ମଣ୍ଡଳୀର ବୋମନାହଲ୍ଲୀରେ ସର୍ବନିମ୍ନ ମତଦାନ ହାର ୪୭.୫% ରେକର୍ଡ କରାଯାଇଥିବା ବେଳେ ରାଜ୍ୟ ହାରାହାରୀ ମତଦାନ ହାର ୭୩.୮୪% ରହିଛି। ଏହି ଆହ୍ୱାନର ମୁକାବିଲା ପାଇଁ, ନିର୍ବାଚନ ଆୟୋଗ ମତଦାତାଙ୍କ ଯୋଗଦାନ ଏବଂ ଅଂଶଗ୍ରହଣକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ସାମିଲ ରହିଛି :

  • ମତଦାନ କେନ୍ଦ୍ରଗୁଡ଼ିକରେ ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ପାଇଁ ଏକ ମତଦାନ କାର୍ଯ୍ୟାନ୍ୱୟନ ଯୋଜନା (ଟିଆଇପି) ପ୍ରସ୍ତୁତ କରିବା।
  • ବିଭିନ୍ନ ଜନସଂଖ୍ୟା ଗୋଷ୍ଠୀକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ର ଗୁଡ଼ିକ ପାଇଁ ଜିଲ୍ଲା-ନିର୍ଦ୍ଦିଷ୍ଟ ବିଷୟବସ୍ତୁ ପ୍ରସ୍ତୁତ କରିବା।
  • ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ସଚେତନତା ପ୍ରୟାସକୁ ବିସ୍ତାର କରିବା ପାଇଁ ପ୍ରମୁଖ ଅଂଶୀଦାରମାନଙ୍କ ସହ ସହଯୋଗ କରିବା ।
  • ରଣନୀତିକ ଭାଗିଦାରୀ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ନିର୍ବାଚନୀ ସାକ୍ଷରତାକୁ ଆନୁଷ୍ଠାନିକ ରୂପ ଦେବା ।
  • ଯୁବ ଭୋଟରଙ୍କ ସହ ଯୋଡ଼ି ହେବା ଏବଂ ପ୍ରେରଣା ଦେବା ପାଇଁ ଜାତୀୟ ଆଇକନ୍ ମାନଙ୍କୁ ନିୟୋଜିତ କରିବା ।
  • ସମନ୍ୱିତ ମଲ୍ଟିମିଡିଆ ଅଭିଯାନ ଆରମ୍ଭ କରିବା ଏବଂ #MeraVoteDeshkeLiye ଭଳି ଲକ୍ଷ୍ୟ ଆଧାରିତ ପଦକ୍ଷେପ ।
  • ମତଦାନ କେନ୍ଦ୍ରଗୁଡ଼ିକରେ ଅପଡେଟ୍ ଭୋଟର ତାଲିକା ଏବଂ ଉପଲବ୍ଧତା ଅନୁକୂଳ ଭିତ୍ତିଭୂମି ସୁନିଶ୍ଚିତ କରିବା।
  • ନାଗରିକଙ୍କ ଅଂଶଗ୍ରହଣ ଏବଂ ସ୍ୱଚ୍ଛତା ବୃଦ୍ଧି ପାଇଁ ଆଇଟି ଆପ୍ଲିକେସନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ।
  • ନିରବଚ୍ଛିନ୍ନ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀଙ୍କୁ ନିରନ୍ତର ପ୍ରଶିକ୍ଷଣ ପ୍ରଦାନ

ଭାରତୀୟ ନିର୍ବାଚନ ଆୟୋଗ ନାଗରିକମାନଙ୍କୁ ସକ୍ରିୟ ଭାବରେ ନିୟୋଜିତ କରି ଏବଂ ଭୋଟରଙ୍କ ଅଂଶଗ୍ରହଣରେ ଥିବା ପ୍ରତିବନ୍ଧକକୁ ଦୂର କରି ଏକ ଜୀବନ୍ତ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

Post Views: 43
Tags: For the first time
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In