• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହୋମିଓପ୍ୟାଥିକ ଚିକିତ୍ସାର ଜନକ ହ୍ୟାନିମ୍ୟାନଙ୍କ ଆଜି ଜନ୍ମଦିନ

by Voice of Victims
April 10, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ସ୍ୱାସ୍ଥ୍ୟ
ହୋମିଓପ୍ୟାଥିକ ଚିକିତ୍ସାର ଜନକ ହ୍ୟାନିମ୍ୟାନଙ୍କ ଆଜି ଜନ୍ମଦିନ

ଆଧୁନିକ ଚିକିତ୍ସା ପ୍ରଣାଳୀ ସହିତ ଆଉ ଏକ ଚିକିତ୍ସା ପ୍ରଣାଳୀ ମଧ୍ୟ ଏବେ ବେଶ ଲୋକାଦୃତ ହେବାକୁ ଯାଉଛି, ତାହା ହେଉଛି ହୋମିଓପ୍ୟାଥିକ ଚିକିତ୍ସା। ଏହି ଚିକିତ୍ସା ପଦ୍ଧତିର ଜନକ ମାହାତ୍ମ୍ୟ ଫେଡରିକ ସାମୁଏଲ ହ୍ୟାନିମ୍ୟାନ ଜର୍ମାନୀର ସାକ୍ସୋନି ରାଜ୍ୟର ମିସେନ ସହରରେ ଏକ ଚିତ୍ରକର ପରିବାରରେ ୧୭୫୫ ମସିହା ଅପ୍ରେଲ ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।

ବହୁ ବାଧା ବିଘ୍ନ ସତ୍ୟେ ପିତା ଗଡ଼ ଫ୍ରିଡ଼ ଓ ମାତା ଜୋଏନା ଙ୍କ କୋଳ ମଣ୍ଡନ କରିଥିଲେ ହ୍ୟାନିମ୍ୟାନ।ପିଲାଟି ଦିନରୁ ଦୁସ୍ଥ, ଅସହାୟ, ଓ ଗରିବ ଜନସାଧାରଣ ଙ୍କ ପ୍ରତି ବିମୋହିତ ହୋଇ ପଡୁଥିଲେ।ବହୁ ବାଧା ବିଘ୍ନ ସତ୍ବେ ୧୭୭୯ ମସିହାରେ ଭେଷଜ ବିଜ୍ଞାନରେ ସେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ତତ୍କାଳୀନ ଚିକିତ୍ସା ପଦ୍ଧତିରେ କରାଯାଉଥିବା ତ୍ରୁଟି ପୂର୍ଣ ଶଲ୍ୟ ପକ୍ରିୟା ବା ଅପରେସନ କୁ ସେ ନା ପସନ୍ଦ କରୁଥିଲେ।ଏଥିରେ ସେ ଦେଖୁଥିଲେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଚି।ରୋଗୀ ମାନଙ୍କୁ ସରଳ ଓ ଉତ୍ତମ ରୂପେ କଷ୍ଟ ଦୂର କରିବା ପାଇଁ ଏକ ଚିକିତ୍ସା ପଦ୍ଧତି ପାଇଁ ସେ ଗବେଷଣାକରି ଶେଷରେ ହୋମିଓପ୍ୟାଥିକ ଚିକିତ୍ସା ବିଜ୍ଞାନ କୁ ଜନ୍ମ ଦେଇଥିଲେ।

ବୃକ୍ଷ ଲତା, ଖଣିଜ ସଂପଦ, ଜୀବଜନ୍ତୁ ଅବଶେଷ ଆଦି ଉପରେ ଗବେଷଣା କରି ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ କରିବା ସହିତ ନିଜର ବନ୍ଧୁ ପରିଜନ ଙ୍କ ଉପରେ ପ୍ରୟୋଗ କରି ସୁଫଳ ହାସଲ କରି ଚମତ୍କାର ପ୍ରଭାବ ପାଇଲେ।ଏହି ଗବେଷଣା ର ଚମତ୍କାର ପ୍ରଭାବ ଓ ସୁଫଳ ନେଇ ତତ୍କାଳୀନ ପାଶ୍ଚତ ଚିକିତ୍ସକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।ସ୍ଥୂଳ ଦ୍ରବ୍ଯ କୁ ଅତି ସୂକ୍ଷ୍ମ ପଦ୍ଧତିରେ ପ୍ରସ୍ତୁତ କରି ଏହାର ଶକ୍ତି ବୃଦ୍ଧି କରି ଶରୀର ମଧ୍ୟରେ ପ୍ରୟୋଗ କରି ରୋଗ କୁ ସମୂଳେ ନଷ୍ଟ କରିବା ଓ ଶରୀର ରେ ଆରୋଗ୍ୟ ଆଣିବା ଏହି ଚିକିତ୍ସା ପଦ୍ଧତି ର ମୂଳ ସୂତ୍ର ଥିଲା।

ଔଷଧ ର ସୁକ୍ଷ୍ମ ପରିମାଣ କୁ ପ୍ରୟୋଗ କରି ଶରୀର ରେ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ପାଉଛି ଓ ରୋଗ ଭଲ ହେଇ ପାରୁଛି ଏହି ସମ୍ପର୍କରେ ସର୍ବତ ଆଲୋଡନ ସୃଷ୍ଟି ହୋଇଥିଲା।ପ୍ରକୃତି ଦତ୍ତ ଶରୀର ଓ ପ୍ରାକୃତିକ ଔଷଧ ର ସୁକ୍ଷ୍ମ ସଂରଚନା ଶରୀର ପାଇଁ କେତେ ଆବଶ୍ୟକ ସେ ସମ୍ପର୍କରେ ମହର୍ଷି ଡାକ୍ତର ସାମୁଏଲ ହ୍ୟାନିମ୍ୟାନ ସେ ସମୟରେ ଡାକ୍ତର ମାନଙ୍କୁ ବିଭିନ୍ନ ସମୟରେ ବୁଝାଉ ଥିଲେ।ତାଙ୍କର ଏହି ଚିନ୍ତା ଧାରା କୁ ତତ୍କାଳୀନ ଡାକ୍ତର ମାନେ ସହମତି ପ୍ରଦାନ କରିଥିଲେ।

ଯେଉଁ ଚିକିତ୍ସା ରେ ଆରୋଗ୍ୟତା ହାର ଅଧିକ ଥିବ, ବେଦନା ନାଶକଗୁଣ ଥାଇ ଔଷଧ ର ପାର୍ଶ୍ଵ ପ୍ରତିକ୍ରିୟା ନ ଥିବ ଏବଂ ବିନା ଶଲ୍ୟ ପ୍ରକ୍ରିୟା ରେ ଶରୀର ମଧ୍ୟରେ ଥିବା ବିଷାକ୍ତ ଦ୍ରବ୍ୟ କୁ ଶରୀର ମଧ୍ୟରୁ ବାହାର କରାଯାଉଥିବା ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରି ହୋମିଓପ୍ୟାଥିକ ଚିକିତ୍ସା ର ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ।ତାଙ୍କ ଲିଖିତ ୪୧ ଖଣ୍ଡ ଅମୁଲ୍ୟ ଗ୍ରନ୍ଥ ମନୁଷ୍ୟ ଓ ପ୍ରାଣୀ କଲ୍ୟାଣ ନିମନ୍ତେ ଅତ୍ୟନ୍ତ ଉପଯୋଗୀ।ତାଙ୍କର ଚିକିତ୍ସା ଶୈଳୀ ଔଷଧ ଉପଯୋଗ ର ସ୍ୱତନ୍ତ୍ର ଗୁଣ ଯୋଗୁଁ ପ୍ରତେକ ରୋଗୀ ଠାରେ ଶାରୀରିକ ,ମାନସିକ ଓ ଆର୍ଥିକ ସ୍ତରରେ ସୁସ୍ଥତା ହାର ଯଥେଷ୍ଟ ବୃଦ୍ଧି ପାଇଥିଲା।

ଏହି ସମ୍ପର୍କରେ ବିଶ୍ଵବ୍ୟାପୀ ସଫଳତାର ରହସ୍ୟ ଉନ୍ମୋଚନ ହେବା ପରେ୧୯୦୦ ମସିହାର ଜୁନ୨୧ ତାରିଖରେ ଆମେରିକା ର ଜାତୀୟ ଉତ୍ସବ ରେ ହ୍ଵାଇ ଟି ହାଉସ ଠାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଭବନରେ ହଜାର ହଜାର ଅତିଥିଙ୍କ ଗହଣରେ ସରକାର ୪୦୦୦ ଡଲାର ବ୍ୟୟରେ ହୋମିଓପ୍ୟାଥିକ ଚିକିତ୍ସା ର ଜନକ ମହଶ୍ରୀ ଡାକ୍ତର ହ୍ୟାନିମ୍ୟାନ ଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ୱାଶିଂଟନ ଠାରେ ପ୍ରତିଷ୍ଠା କରିଥିଲେ, ଯଦିଓ ହ୍ୟାନିମ୍ୟାନ ଆମେରିକା ର ନାଗରିକ ନ ଥିଲେ ତଥାପି ରୋଗୀ ଙ୍କ ପ୍ରତି ଉତ୍ସାଗ୍ରି କୃତ ସେବା, ନୂତନ ଚିକିତ୍ସା ଶୈଳୀର ଆବିଷ୍କାର, ବିନା ଶଲ୍ୟ ଚିକିତ୍ସା ରେ ଆରୋଗ୍ୟତା ଲାଭ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସବୁ ଦିନ ଧରି ତାଙ୍କୁ ବିଶ୍ୱ ସ୍ମରଣ କରିବା ପାଇଁ ଏହାକୁ ନିର୍ମାଣ କରାଯାଇଥିଲା।

କମ ଅର୍ଥ ଖର୍ଚ୍ଚ, ବିନା ଶଲ୍ୟ ଚିକିତ୍ସା, ଦ୍ରୁତ ଆରୋଗ୍ୟତା, ଔଷଧ ର ସୁକ୍ଷ୍ମ ସେବନ, ପାର୍ଶ୍ୱ ପତିକ୍ରିୟା ଶୂନ୍ୟ, ଅତ୍ୟନ୍ତ ଜଟିଳ ଓ ମୂମୂର୍ଷୁ ରୋଗୀଙ୍କ ଠାରେ ଏହାର ପ୍ରୟୋଗ ଓ ଆରୋଗ୍ୟତା ଗୁଣ ଅଧିକ ଯୋଗୁଁ ହୋମିଓପ୍ୟାଥିକ ଚିକିତ୍ସା ର ସ୍ୱତନ୍ତ୍ରତା ଅଧିକ।ଅସୁସ୍ଥ ଶିଶୁ, ନିରାପଦ ମାତୃତ୍ୱ ଓ ଶିଶୁ ସ୍ୱାସ୍ଥ୍ୟ ପାଇଁ ଏହି ଚିକିତ୍ସା ପ୍ରଣାଳୀ ଏବେ ସବୁ ଦେଶରେ ଲୋକ ପ୍ରିୟ ହୋଇପଡିଛି।

ଆମ ଦେଶ ଓ ରାଜ୍ୟରେ ଏହି ଚିକିତ୍ସକ ମାନେ ଏବେ ଆଧୁନିକ ଚିକିତ୍ସ କ ଙ୍କ ସହିତ ସମାନ ଭାବରେ ରାଷ୍ଟ୍ରୀୟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।ଦେଶ ଓ ରାଜ୍ୟରେ ସରକାର ଏହି ଚିକତ୍ସକ କୁ ଆୟୁଷ ଚିକିତ୍ସକ ମାନ୍ୟତା ପ୍ରଦାନ କରିଛନ୍ତି।ଦେଶରେ ୨୭୭ଟି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ରହିଛି,ବିଭିନ୍ନ ରାଜ୍ୟରେ ମୋଟ ୮୫୯୩ଟି ସରକାରୀ ଡ଼ିସ୍ପେନସାରି କାର୍ଯ୍ୟ କରୁଛି।

ଆମ ରାଜ୍ୟରେ ସେହିଭଳି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ରେ୪ଟି ସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ରହିଛି ସେଇଭଳିରାଜ୍ୟରେ ମୋଟ ୫୬୨ଟି ହୋମିଓପ୍ୟାଥିକ ସରକାରୀ ଦିସ୍ପେନସାରି କାର୍ଯ୍ୟ କରୁଛି।ଏଥି ସହିତ ବିଭିନ୍ନ ସରକାରୀ ପିଏସସି ଓ ସିଏସ ସି ଗୁଡିକ ରେ ବହୁ ହୋମିଓପ୍ୟାଥିକ ଡାକ୍ତର ଆୟୁଷ ବିଭାଗ ରେ ରହି ଏହି ଚିକିତ୍ସା ସେବା ପ୍ରଦାନ କରି ଆସୁଛନ୍ତି।

ପ୍ରତେକ ବର୍ଷ ଅପ୍ରେଲ୧୦ତାରିଖରେ ହ୍ୟାନିମ୍ୟାନ ଙ୍କ ଜୟନ୍ତୀ କୁ ବିଶ୍ଵ ହୋମିଓପ୍ୟାଥିକ ଦିବସ ରୂପେ ସବୁଆଡେପାଳନ କରାଯାଉଛି। ଏହିଦିନ ଏହି ଚିକିତ୍ସା ପଦ୍ଧତି ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇବା ସହିତ ଏହି ଚିକିତ୍ସା ପଦ୍ଧତି ର ଉପାଦେୟତା ନେଇ ସବୁଆଡେ କର୍ମଶାଳା,ଆଲୋଚନା ଚକ୍ର, ସଭା ଅନୁଷ୍ଠିତ ହୋଇଥାଏ।ବିଶ୍ଵ ବାସୀ ଙ୍କ କଲ୍ୟାଣ ନିମନ୍ତେ ମହାଶ୍ରୀ ହ୍ୟାନିମ୍ୟାନ ଙ୍କ ଅବଦାନ କୁ ମନେପକାଇବା ପାଇଁ ଆଜି ତାଙ୍କୁ ଏହି ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ।

ଚଳିତ ବର୍ଷ୧୦ ଓ୧୧ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀ ସ୍ଥିତ ଦ୍ୱାରକା ତପୋଭୂମି ଭାରତ ଠାରେ ଆନ୍ତଃ ଦେଶୀୟ ହୋମିଓପ୍ୟାଥିକ ମହାସମିଳନୀ କୁ ଭାରତ ର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ ଉଦଘାଟନ କରିବେ।ଏଥିରେ୮୫ଟି ଦେଶରୁ ଉଚ୍ଚ ପଦାଧିକାରୀ, ହୋମିଓପ୍ୟାଥିକ ଗବେଷକ, ଡାକ୍ତର, ବିଭିନ୍ନ ଦେଶର ସ୍ଵାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଏହି ଚିକିତ୍ସା ସମ୍ପର୍କରେ ଆଲୋଚନା କରିବେ।

Post Views: 57
Tags: Today is the birthday of Hahnemann
Share201Tweet126Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In