• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଲାଞ୍ଚ ନେଉଥିବା ବେଳେ ସିଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ଅଧୀକ୍ଷକଙ୍କୁ ଗିରଫ କଲା ସିବିଆଇ

by Voice of Victims
July 11, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଲାଞ୍ଚ ନେଉଥିବା ବେଳେ ସିଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ଅଧୀକ୍ଷକଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ଵର: ଜିଏସଟି ଫେରସ୍ତ କରିବା ବଦଳରେ ଜନୈକ ଅଭିଯୋଗକାରୀଙ୍କଠାରୁ ୧୫,୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କେନ୍ଦ୍ରୀୟ ଜିଏସଟି ଏବଂ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ ଗିରଫ କରିଛି। ବ୍ରହ୍ମପୁରର କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଅଭିଯୋଗ ଆଧାରରେ ସିବିଆଇ ୦୯.୦୭.୨୦୨୪ରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ପୂର୍ବରୁ ଅଭିଯୋଗକାରୀଙ୍କୁ ୧.୭୭ ଲକ୍ଷ ଟଙ୍କାର ଜିଏସଟି ଫେରସ୍ତ ପ୍ରକ୍ରିୟା କରିଥିବା ଦର୍ଶାଇ ଏବଂ ଅଭିଯୋଗକାରୀଙ୍କୁ ପ୍ରାୟ ୩ ଲକ୍ଷ ଟଙ୍କାର ଆଉ ଏକ ଜିଏସଟି ରିଫଣ୍ଡ ସୁରୁଖୁରୁରେ ପ୍ରକ୍ରିୟାକରଣ କରିଥିବା ଦର୍ଶାଇ ଅଭିଯୁକ୍ତ ଅଭିଯୋଗକାରୀଙ୍କଠାରୁ ୨୦,୦୦୦/- ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଅଧିକାରୀ ଜଣଙ୍କ ଅଭିଯୋଗକାରୀଙ୍କ ଠାରୁ ମାଗିଥିବା ମୋଟ ୨୦,୦୦୦/- ଟଙ୍କା ଲାଞ୍ଚ ରାଶି ମଧ୍ୟରୁ ୧୫,୦୦୦/- ଟଙ୍କାର ପ୍ରଥମ କିସ୍ତି  ଲାଞ୍ଚ  ଗ୍ରହଣ କରୁଥିବା ବେଳେ ଧରାପଡ଼ିଥିଲେ। ବ୍ରହ୍ମପୁର ଓ ଭୁବନେଶ୍ୱରରେ ଥିବା ଅଭିଯୁକ୍ତଙ୍କ ବାସଭବନ ଓ ସରକାରୀ ପରିସରରେ ଚଢ଼ାଉ କରାଯାଇ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି। ସିବିଆଇ ମାମଲାର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ଆଜି ଅଭିଯୁକ୍ତଙ୍କୁ ହାଜର କରାଯାଉଛି। ମାମଲାର ତଦନ୍ତ ଜାରି ରହିଛି।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In