• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ ପାଇଁ ନୂଆ ଯୋଜନା ‘ସିଏମ୍‌- ଆସ୍ପାୟାର’

by Voice of Victims
July 15, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ ପାଇଁ ନୂଆ ଯୋଜନା ‘ସିଏମ୍‌- ଆସ୍ପାୟାର’

ଭୁବନେଶ୍ୱର : ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ କାର୍ଯ୍ୟକାରୀ ହୋଇଛି ନୂଆ ଯୋଜନା ‘ସିଏମ୍‌- ଆସ୍ପାୟାର’ । ଦକ୍ଷତା ବିକାଶ ପାଇଁ ପ୍ରସ୍ତୁତ ହୋଇଛି ରୋଡ୍‌ମ୍ୟାପ୍ । ଆଗାମୀ ୨ରୁ୩ ବର୍ଷ ମଧ୍ୟରେ ଆମର ଯୁବପିଢି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ ଶିଳ୍ପର ଚାହିଦା ଅନୁଯାୟୀ ଯୋଗ୍ୟତା ହାସଲ କରି ନିଯୁକ୍ତି ପାଇପାରିବେ । ସେହିପରି ‘ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର ଖୋଲିବା ସହ ପ୍ରଥମ କୌଶଳ ଭବନ ଉଦ୍‌ଘାଟିତ ହୋଇଛି । ଆଉ ୯ ଖୁବଶୀଘ୍ର ଖୋଲାଯିବ । ୧୦ଟି ବିଶ୍ୱକର୍ମା କେନ୍ଦ୍ର ବି ସ୍ଥାପନ ହେବ । ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ସ୍ଥାନୀୟ ୱାର୍ଲ୍‌ଡ ସ୍କିଲ ସେଣ୍ଟର ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଶାକୁ ଦକ୍ଷ ମାନବ ସମ୍ବଳ କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଦକ୍ଷତା ବିକାଶ ପାଇଁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ଯୋଗୁଁ ଆମର ଯୁବପିଢି ଉପକୃତ ହେବେ । ସେମାନେ ହିଁ ରାଜ୍ୟର ଅସଲ ଭବିଷ୍ୟତ । ସେମାନଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ । କାରଣ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଆମ ସରକାରଙ୍କ ପ୍ରାଥମିକତା । ଆଗାମୀ ବଜେଟରେ ଆମେ ଦକ୍ଷତା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ୱ ଦେଉଛୁ । ହି ସ୍ୱତନ୍ତ୍ର ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍‌ଘାଟିତ ହୋଇିଛି । ଏହା ସହିତ ଆଉ ୯ଟି କୌଶଳ କେନ୍ଦ୍ର ଖୋଲାଯିବ । ଏହାଦ୍ୱାରା ଆମର ଯୁବକମାନେ ଆତିଥେୟତା ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ତାଲିମ ପାଇବାର ସୁଯୋଗ ପାଇବେ । ଓଡିଶାକୁ ପର୍ଯ୍ୟଟନର ଏକ ହବ୍ ଭାବେ ପ୍ରତିଷ୍ଠା କରିବା କ୍ଷେତ୍ରରେ ଏହି କୌଶଳ ଭବନ ଗୁଡିକ ଦକ୍ଷ ମାନବ ସମ୍ବଳର ଚାହିଦା ପୂରଣ କରିବାରେ ସକ୍ଷମ ହେବେ । ସେହିପରି ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ‘ସିଏମ- ଆସ୍ପାୟାର’ ଯୋଜନାର ଘୋଷଣା କରାଯାଇଛି । ଏହି ଯୋଜନା ଯୋଗୁଁ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ଦକ୍ଷତାରେ ଗୁଣବତ୍ତା ହାସଲ ଖୁବ ଗୁରୁତ୍ୱପୂର୍ଣ୍ଣ । ଶିଳ୍ପ ଗୁଡିକର ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଦକ୍ଷତା ହାସଲ କରିପାରିବ ବୋଲି ସେ କହିଥିଲେ । ଏଥିରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ମଡେଲ କ୍ୟାରିୟର ସେଣ୍ଟରଗୁଡ଼ିକୁ ସୁଦୃଢ଼ କରିବା, ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ଯୋଗ୍ୟ ଦକ୍ଷତା ସୃଷ୍ଟି କରିବା, ଉଦ୍ଭାବନ ଏବଂ ଗବେଷଣାର ଭାବନା ସୃଷ୍ଟି କରିବା ଏବଂ ଓଡ଼ିଆ ଯୁବକଯୁବତୀଙ୍କୁ ବିଦେଶର ସର୍ବୋତ୍ତମ ଅନୁଷ୍ଠାନରେ ଉଚ୍ଚ ବୈଷୟିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବଢୁଥିବାରୁ ଦକ୍ଷ ମାନବ ସମ୍ବଳର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହାର ଆବଶ୍ୟକତା ଆହୁରି ଅନୁଭୂତ ହେବ । ତେଣୁ ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ଆମେ ପ୍ରାୟ ୧୦ଟି ବିଶ୍ୱକର୍ମା କେନ୍ଦ୍ର ସ୍ଥାପନ କରିବୁ । ସେହିପରି ସ୍ଥାନୀୟ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଦିଗରେ ସ୍ଥାନୀୟ ନିଯୁକ୍ତିର ଆବଶ୍ୟକତା ରହିଛି । ଏଥିପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟରେ ଜିଲ୍ଲାସ୍ତରରେ ‘ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି । ଆମ ସରକାର ସ୍ଥାନୀୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲାଗୁଡ଼ିକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ସ୍କିଲ ଡେଭଲପମେଣ୍ଟ ଫେଲୋସିପ୍ ମଧ୍ୟ ଆରମ୍ଭ କରାଗଲା । ଜିଲ୍ଲା ପ୍ରଶାସନକୁ ଦକ୍ଷତା ବିକାଶରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ମାନଙ୍କର ପ୍ରମୁଖ ଭୂମିକା ରହିବ । ଦକ୍ଷତା ବିକାଶ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ହେଉଛି ପ୍ରଗତିର ମୂଳଦୁଆ । ଯୁବଶକ୍ତିର ଦକ୍ଷତା ରାଷ୍ଟ୍ରର ଅର୍ଥନୈତିକ ଶକ୍ତିର ମେରୁଦଣ୍ଡ ଏବଂ ଏହା ଏକ ପ୍ରଗତିଶୀଳ ସମାଜର ପରିଚୟ ମଧ୍ୟ ସୃଷ୍ଟି କରେ । ବିକାଶ ସହିତ ଦକ୍ଷ ମାନବ ସମ୍ବଳର ଚାହିଦା ବଢ଼ିବାରେ ଲାଗିଛି । ଏହି ଆନ୍ଦୋଳନରେ ଓଡ଼ିଶା ଆଗଧାଡ଼ିରେ ଠିଆ ହେବା ଆବଶ୍ୟକ । ଆତ୍ମବିଶ୍ୱାସ ଓ ଦକ୍ଷତା ସହ ଏହି ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଯୁବବର୍ଗଙ୍କୁ ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ । ଆମେ ଏପରି ଏକ ରାଜ୍ୟର ପରିକଳ୍ପନା କରୁଛୁ ଯେଉଁଠାରେ ଯୁବ ବର୍ଗର ପ୍ରତ୍ୟେକ ବ୍ୟକ୍ତି ନିଜ ମନୋନୀତ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜକୁ ସଶକ୍ତ କରିପାରିବେ । ପରିବର୍ତ୍ତିତ ପରିସ୍ଥିତି ସହିତ ଆମର ଦିଗ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି । ଏହାସହିତ ଗତିକୁ ତ୍ୱରାନ୍ୱିତ କରିବା ମଧ୍ୟ ଜରୁରୀ । ଆମେ ଚଳିତ ବର୍ଷ ଅନ୍ତରୀଣ ବଜେଟରେ ଦକ୍ଷତା ବିକାଶ ପାଇଁ ପ୍ରାୟ ୩୧ କୋଟି ଟଙ୍କା ଆବଣ୍ଟନ କରିଛୁ ଏବଂ ଆଗାମୀ ବର୍ଷ ଗୁଡିକରେ ଏହାକୁ ଆହୁରି ବୃଦ୍ଧି କରାଯିବ । ଆଗାମୀ ଦିନରେ ଓଡ଼ିଶାକୁ ପୁଞ୍ଜିନିବେଶର ଏକ ହବ୍ ଭାବେ ପ୍ରତିଷ୍ଠିତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ନୂତନ ଶିଳ୍ପର ଆବଶ୍ୟକତା ସହିତ ଦକ୍ଷତାକୁ ଯୋଡିବା ଦରକାର । ପ୍ରଥମ ଥର ପାଇଁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ କେବଳ ଜଣେ ହିଁ ମନ୍ତ୍ରୀ ଅଛନ୍ତି । ଏହାଦ୍ୱାରା ଶିଳ୍ପ ଓ ଦକ୍ଷତା ମଧ୍ୟରେ ସଂପର୍କ ସୁଦୃଢ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । ତେଣୁ ଆମକୁ ଶିଳ୍ପ ଓ ଦକ୍ଷତା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଥିବା ସମ୍ଭାବନାକୁ ଦେଖି ଆବଶ୍ୟକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ପଡ଼ିବ । ତେଣୁ ଯୁବପିଢ଼ି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତୁ ଏବଂ ଏହି ସୁଯୋଗର ସୁବ୍ୟବହାର କରନ୍ତୁ । ମୁଖ୍ୟମନ୍ତ୍ରୀ ଏକ କୌଶଳ ରଥର ଶୁଭାରମ୍ଭ କରି କହିଛନ୍ତି ଯେ, ଏହି କୌଶଳ ରଥ ସାରା ରାଜ୍ୟରେ ଭ୍ରମଣ କରି ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ବାର୍ତ୍ତା ପହଞ୍ଚାଇବ । ସରକାର ଏକ ସ୍ଲିଲ ଇକୋସିଷ୍ଟମ ସୃଷ୍ଟି କରିଛନ୍ତି ଏବଂ ଆମର ଯୁବ ପିଢ଼ି ଏହାର ସର୍ବୋତ୍ତମ ଉପଯୋଗ କରିବା ଆବଶ୍ୟକ । ଉକ୍ତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ କହିଲେ ଯେ ରାଜ୍ୟ ସରକାର ଦକ୍ଷତା କ୍ଷେତ୍ରରେ ଓଡ଼ିଶାକୁ ଏକ ନୂଆ ସ୍ତରକୁ ନେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । କୌଶଳ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାର ପୁରା ଉପଯୋଗ କରାଯାଇ ଯୁବ ଶକ୍ତିର ବିକାଶ କରାଯିବ । ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଦକ୍ଷତା ଶିକ୍ଷା କେନ୍ଦ୍ରଗୁଡ଼ିକୁ ବୁଲି ଦେଖିଥିଲେ ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In