• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

“ବିଶ୍ୱ ବନ୍ଧୁ” ଭାବେ ବିଶ୍ୱ କଲ୍ୟାଣ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ

by Voice of Victims
August 3, 2024
in ରାଜ୍ୟ
“ବିଶ୍ୱ ବନ୍ଧୁ” ଭାବେ ବିଶ୍ୱ କଲ୍ୟାଣ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନଏଏସସି) କମ୍ପ୍ଲେକ୍ସରେ କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ (ଆଇସିଏଇ)କୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି, “ସ୍ଥାୟୀ କୃଷି – ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ’।” ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ। ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ କହିଥିଲେ ଯେ ୬୫ ବର୍ଷ ପରେ ଭାରତରେ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ (ଆଇସିଏଇ) ଅନୁଷ୍ଠିତ ହେଉଛି। ସେ ଭାରତର ୧୨୦ ନିୟୁତ କୃଷକ, ୩୦ ନିୟୁତରୁ ଅଧିକ ମହିଳା କୃଷକ, ୩୦ ନିୟୁତ ମତ୍ସ୍ୟଜୀବୀ ଏବଂ ୮୦ ନିୟୁତ ପଶୁପାଳକଙ୍କ ତରଫରୁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ। “ଆପଣ ସେହି ଭୂମିରେ ଅଛନ୍ତି ଯେଉଁଠାରେ ୫୦୦ ନିୟୁତରୁ ଅଧିକ ପଶୁସମ୍ପଦ ବାସ କରନ୍ତି। କୃଷିପ୍ରଧାନ ଦେଶ ଓ ପଶୁପ୍ରେମୀ ଦେଶ ଭାରତରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କୃଷି ଏବଂ ଖାଦ୍ୟ ବିଷୟରେ ପ୍ରାଚୀନ ଭାରତୀୟ ବିଶ୍ୱାସ ଏବଂ ଅନୁଭୂତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ଦିଆଯାଉଥିବା ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ସେ ଖାଦ୍ୟର ଔଷଧୀୟ ଗୁଣ ପଛରେ ରହିଥିବା ସମଗ୍ର ବିଜ୍ଞାନର ଅସ୍ତିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମୃଦ୍ଧ ଐତିହ୍ୟ ଉପରେ ଆଧାରିତ କୃଷି ଉପରେ ପ୍ରାୟ ୨୦୦୦ ବର୍ଷ ପୁରୁଣା ଗ୍ରନ୍ଥ ‘କୃଷି ପରାଶର’ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ହଜାର ହଜାର ବର୍ଷ ପୁରୁଣା ଦୃଷ୍ଟିକୋଣର ମୂଳଦୁଆରେ କୃଷିର ବିକାଶ ହୋଇଥିଲା। ପ୍ରଧାନମନ୍ତ୍ରୀ ଭାରତରେ କୃଷି ଗବେଷଣା ଏବଂ ଶିକ୍ଷାର ଏକ ସୁଦୃଢ଼ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଆଇସିଏଆର୍ ରେ ୧୦୦ରୁ ଅଧିକ ଗବେଷଣା ପ୍ରତିଷ୍ଠାନ ରହିଛି ବୋଲି ସେ କହିଥିଲେ। କୃଷି ଶିକ୍ଷା ପାଇଁ ୫୦୦ ରୁ ଅଧିକ କଲେଜ ଓ ୭୦୦ ରୁ ଅଧିକ କୃଷି ବିଜ୍ଞାନ କେନ୍ଦ୍ର ରହିଛି ବୋଲି ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ। ଭାରତରେ କୃଷି ଯୋଜନାରେ ସମସ୍ତ ଛଅଟି ଋତୁର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୧୫ଟି କୃଷି ଜଳବାୟୁ ଅଞ୍ଚଳର ସ୍ୱତନ୍ତ୍ର ଗୁଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଦେଶରେ ପ୍ରାୟ ଶହେ କିଲୋମିଟର ବ୍ୟବଧାନରେ କୃଷି ଜାତ ଦ୍ରବ୍ୟ ବଦଳିଯାଏ। ଜମିରେ ଚାଷ ହେଉ, ହିମାଳୟ ହେଉ, ମରୁଭୂମିରେ ହେଉ, ଜଳ ଅଭାବ ଥିବା ଅଞ୍ଚଳ ହେଉ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ହେଉ, ଏହି ବିବିଧତା ବିଶ୍ୱ ଖାଦ୍ୟ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଭାରତକୁ ବିଶ୍ୱରେ ଏକ ଆଶାର କିରଣରେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୬୫ ବର୍ଷ ପୂର୍ବେ ଭାରତରେ ଅନୁଷ୍ଠିତ ଶେଷ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ସେତେବେଳେ ଭାରତ ଏକ ନୂତନ ସ୍ୱାଧୀନ ରାଷ୍ଟ୍ର ଥିଲା , ସେହି ସମୟ ଭାରତର ଖାଦ୍ୟ ସୁରକ୍ଷା ଏବଂ କୃଷି ପାଇଁ ଏକ ଆହ୍ୱାନମୂଳକ ସମୟ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି ଭାରତ ଏକ ଖାଦ୍ୟ ବଳକା ଦେଶ, କ୍ଷୀର, ଡାଲି ଏବଂ ମସଲା ଉତ୍ପାଦନରେ ସର୍ବବୃହତ୍ ରାଷ୍ଟ୍ର ଏବଂ ଖାଦ୍ୟଶସ୍ୟ, ଫଳ, ପନିପରିବା, କପା, ଚିନି, ଚା ଏବଂ ମାଛ ଚାଷରେ ଦ୍ୱିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ । ସେ ସେହି ସମୟକୁ ମନେ ପକାଇଥିଲେ ଯେତେବେଳେ ଭାରତର ଖାଦ୍ୟ ନିରାପତ୍ତା ବିଶ୍ୱ ପାଇଁ ଚିନ୍ତାର ବିଷୟ ଥିଲା ଏବଂ ଆଜି ଭାରତ ବିଶ୍ୱ ଖାଦ୍ୟ ଏବଂ ପୋଷଣ ନିରାପତ୍ତାକୁ ସମାଧାନ ପ୍ରଦାନ କରୁଛି । ତେଣୁ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ଆଲୋଚନା ପାଇଁ ଭାରତର ଅଭିଜ୍ଞତା ମୂଲ୍ୟବାନ ଏବଂ ଏହା ଦକ୍ଷିଣ ବିଶ୍ୱ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ‘ବିଶ୍ୱ ବନ୍ଧୁ’ ଭାବରେ ବିଶ୍ୱ କଲ୍ୟାଣ ପାଇଁ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ଦୋହରାଇ ଥିଲେ । ସେ ବିଶ୍ୱ କଲ୍ୟାଣ ପାଇଁ ଭାରତର ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’, ‘ମିଶନ ଏଲ୍‌ଆଇଏଫ୍‌ଇ’ ଏବଂ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ପାଇଁ ଭାରତ ଦ୍ୱାରା ଉପସ୍ଥାପିତ ବିଭିନ୍ନ ମନ୍ତ୍ର ବିଷୟରେ ଉଲ୍ଲେଖ କରିଥିଲେ । ମନୁଷ୍ୟ, ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟକୁ ଭୂମିଗତ କକ୍ଷ (ସାଇଲୋ)ରେ ନ ଦେଖିବା ପାଇଁ ଭାରତର ଆଭିମୁଖ୍ୟ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’ ର ସାମଗ୍ରିକ ଆଭିମୁଖ୍ୟ ଆଧାରରେ ହିଁ ସ୍ଥାୟୀ କୃଷି ଓ ଖାଦ୍ୟ ବ୍ୟବସ୍ଥା ସମ୍ମୁଖରେ ଆସୁଥିବା ଆହ୍ୱାନ ଗୁଡିକର ମୁକାବିଲା କରାଯାଇପାରିବ ବୋଲି ସେ କହିଥିଲେ । “ଭାରତର ଅର୍ଥନୈତିକ ନୀତିର କେନ୍ଦ୍ରରେ କୃଷି ରହିଛି” , ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ ଏହା କହିଥିଲେ ଯେ , ଭାରତର ୯୦ ପ୍ରତିଶତ କ୍ଷୁଦ୍ର କୃଷକ ଯେଉଁ ମାନଙ୍କର ଅଳ୍ପ ଜମି ଅଛି ସେମାନେ ଭାରତର ଖାଦ୍ୟ ନିରାପତ୍ତାର ସବୁଠାରୁ ବଡ଼ ଶକ୍ତି ଅଟନ୍ତି । ଏସିଆର ଅନେକ ବିକାଶଶୀଳ ଦେଶରେ ସମାନ ସ୍ଥିତି ରହିଛି ଯାହା ଭାରତର ମଡେଲକୁ ଲାଗୁ କରୁଛି ବୋଲି ସେ ଦର୍ଶାଇଥିଲେ । ପ୍ରାକୃତିକ କୃଷିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାସାୟନିକ ପଦାର୍ଥ ମୁକ୍ତ ପ୍ରାକୃତିକ ଚାଷକୁ ବ୍ୟାପକ ସ୍ତରରେ ପ୍ରୋତ୍ସାହିତ କରିବାର ସକାରାତ୍ମକ ଫଳାଫଳ ଦେଶରେ ଦେଖିବାକୁ ମିଳେ ।

ଚଳିତ ବର୍ଷ ବଜେଟରେ ସ୍ଥାୟୀ ଏବଂ ଜଳବାୟୁ ସହନଶୀଳ ଚାଷ ଉପରେ ଗୁରୁତ୍ୱ ଦିଆଯିବା ସହିତ ଭାରତର କୃଷକମାନଙ୍କୁ ସହାୟତା କରିବା ପାଇଁ ଏକ ସମ୍ପୂର୍ଣ୍ଣ ପାରିବେଶିକ ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜଳବାୟୁ ସହନଶୀଳ ଫସଲ ସମ୍ବନ୍ଧୀୟ ଗବେଷଣା ଏବଂ ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୧୯୦୦ ନୂତନ ଜଳବାୟୁ ସହନଶୀଳ ପ୍ରଜାତିକୁ କୃଷକମାନଙ୍କୁ ହସ୍ତାନ୍ତର କରାଯାଇଛି । ସେ ଭାରତରେ ପାରମ୍ପରିକ କିସମ ତୁଳନାରେ ୨୫ ପ୍ରତିଶତ କମ୍ ପାଣି ଆବଶ୍ୟକ କରୁଥିବା ଚାଉଳ ପ୍ରଜାତିର ଉଦାହରଣ ଦେଇଥିଲେ ଏବଂ କଳା ଚାଉଳକୁ ସୁପରଫୁଡ୍ ଭାବରେ ଉପସ୍ଥାପିତ କରିଥିଲେ । “ମଣିପୁର, ଆସାମ ଏବଂ ମେଘାଳୟର କଳା ଚାଉଳ ଏହାର ଔଷଧୀୟ ଗୁଣ ହେତୁ ପସନ୍ଦଯୋଗ୍ୟ” ବୋଲି ସେ କହିବା ସହିତ ଭାରତ ଏହା ସମ୍ବନ୍ଧୀୟ ଅନୁଭୂତିକୁ ବିଶ୍ୱ ସମୁଦାୟ ସହିତ ବାଣ୍ଟିବାକୁ ସମାନ ଭାବରେ ଆଗ୍ରହୀ ବୋଲି ମତ ଦେଇଥିଲେ ।

Post Views: 38
Share200Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In