ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା ଏବଂ ସାର୍ବଜନୀନ ପରିବହନରେ ଯାତ୍ରା କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁରକ୍ଷା ବ୍ୟବସ୍ଥା କମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି । କନଭୟର ଆକାର ଓ ଗାଡି ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହା ଉପରେ କାର୍ଯ୍ୟ କରିଛି ଏସପିଜି । ଇଭି ଗାଡିର ବ୍ୟବହାର ଅଧିକ କରିବାକୁ ନିଷ୍ପତ୍ତି । ଦେଶବାସୀଙ୍କୁ ଇନ୍ଧନ ବଞ୍ଚାଇବା ପାଇଁ ଆହ୍ଵାନ ଦେଇଥିଲେ ମୋଦୀ ।
