• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଅଗଷ୍ଟ ୯ ରୁ ଓଡିଶା ବିଜେପି ପାଳିବ ‘ହର ଘର ତ୍ରିିରଙ୍ଗା’ ଯାତ୍ରା

by Voice of Victims
August 7, 2024
in ମୁଖ୍ୟ ଖବର, ରାଜ୍ୟ
ଅଗଷ୍ଟ ୯ ରୁ ଓଡିଶା ବିଜେପି ପାଳିବ ‘ହର ଘର ତ୍ରିିରଙ୍ଗା’ ଯାତ୍ରା

ଭୁବନେଶ୍ୱର: ଗତ କିଛିବର୍ଷ ଧରି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ‘ହର ଘର ତ୍ରିିରଙ୍ଗା’,‘ତ୍ରିରଙ୍ଗା ଯାତ୍ରା’ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରି ଆସୁଛନ୍ତି। ସେହି କ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ଓ ଜେଲ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଆସନ୍ତା ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯିବ। ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଶହୀଦମାନଙ୍କୁ ସ୍ମରଣ କରାଯାଇ ସାଇକଲ ଯାତ୍ରା, ପଦଯାତ୍ରା, ବାଇକ ରାଲିମାନ ଅନୁଷ୍ଠିତ ହେବ।ଏ ନେଇ ସୂଚନା ଦେଇଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ। ଅଗଷ୍ଟ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ୧୧ ରୁ ୧୪ ପର୍ଯ୍ୟନ୍ତ ମହାପୁରୁଷଙ୍କ ପ୍ରତିମୂର୍ତି ଓ ଚାରି ପାଖରେ ସ୍ୱଚ୍ଛତା ଅଭିଯାନ; ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’ ଉତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ରମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀ ଉପରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ସେହିପରି ୧୪ ଅଗଷ୍ଟ ୧୯୪୭ରେ ଭାରତର ବିଭାଜନ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ହତ୍ୟା ଓ ବିସ୍ଥାପନର ହୋଇଥିଲା। ଦେଶ ବିଭାଜନ ନିଷ୍ପତି ଭୁଲ ଥିଲା। ଏହି ଯନ୍ତ୍ରଣାଦାୟକ ଦିନକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ସନ୍ଧ୍ୟାରେ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଅଗଷ୍ଟ ୧୬ ତାରିଖ ଦିନ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ପାଳନ କରାଯିବା ସହିତ ୧୯ ଅଗଷ୍ଟରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରାଯିବ। ଏ ସମସ୍ତ କାର୍ଯ୍ୟକ୍ରମ ମଣ୍ଡଳସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ପାର୍ଟିର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତା, ଜନପ୍ରତିନିଧି ଏଥିରେ ସାମିଲ ହେବେ। ସାଧାରଣ ଜନତା ମଧ୍ୟ ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରତ୍ୟେକ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ତ୍ରିପାଠୀ, ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ଓ ସୀମାଂଚଳ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In