• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୧୦ ଦିବ୍ୟାଙ୍ଗ ଲଙ୍ଘିଲେ ଗିରି, ରଚିଲେ ନୂଆ ଉଦାହରଣ

by Voice of Victims
December 3, 2023
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
୧୦ ଦିବ୍ୟାଙ୍ଗ ଲଙ୍ଘିଲେ ଗିରି, ରଚିଲେ ନୂଆ ଉଦାହରଣ

ଭୁବନେଶ୍ୱର: ଓଡ଼ିଆ ଭାଗବତରେ ଉଲ୍ଲେଖ ଅଛି “ମୁକଂ କରୋତି ବାଚାଳଂ, ପଙ୍ଗୁ ଲଙ୍ଘୟତେ ଗିରି” ଅର୍ଥାତ୍ ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ଥିଲେ ବହୁ ଅସାଧ୍ୟ କାମ ବି ସହଜରେ ସାଧ୍ୟ ହୋଇଥାଏ । ଏପରିକି ଶାରୀରିକ ଅକ୍ଷମତା କେବେ ବି ସଫଳତାକୁ ଅଟକାଇ ପାରିନି । ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଏହି କଥାଟିକୁ ସତ୍ୟ ବୋଲି ପ୍ରମାଣ କରି ଦେଖାଇଛନ୍ତି ଆମ ରାଜ୍ୟର କିଛି ଉଦୀୟମାନ୍ ଦୃଷ୍ଟିବାଧିତ ଯୁବକ । ଦିବ୍ୟାଙ୍ଗ ହୋଇ ବି ଏମାନେ ହାର ମାନି ନାହାଁନ୍ତି । ଏମାନେ ଦୁନିଆର ଆଲୋକ ଦେଖି ପାରି ନଥାନ୍ତି ଏହା ସତ, କିନ୍ତୁ ଦୁନିଆ ସାମ୍ନାରେ ରଖିପାରନ୍ତି ଅନେକ ଆହ୍ୱାନ । ଯାହା ସମାଜ ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏକଥା ଏବେ ସାମ୍ନାକୁ ଆସିଛି । ସାରା ବିଶ୍ୱ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରୁଥିବା ସମୟରେ ଓଡ଼ିଶାର ୧୦ଜଣ ଦୃଷ୍ଟିବାଧିତ ଯୁବକ ନିଜର ଅଦମ୍ୟ ଦୁଃସାହସ ଓ ବୀରତ୍ୱ ପ୍ରଦର୍ଶନ କରି ରଚିଛନ୍ତି ନୂଆ ଉଦାହରଣ ।


ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଅଗମ୍ୟ ୧୧୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ କନ୍ଦଳେଇ ପାହାଡକୁ ଏହି ଦୃଷ୍ଟିବାଧିତ ଯୁବକମାନେ ନିର୍ଭୟରେ ଲଙ୍ଘି ଶିଖରରେ ଉଡ଼ାଇଛନ୍ତି ତ୍ରିରଙ୍ଗା । ଜୟ ଜଗନ୍ନାଥ, ଭାରତ ମାତା କି ଜୟ ଧ୍ୱନିରେ କମ୍ପି ଉଠିଥିଲା ଉକ୍ତ ଅଞ୍ଚଳ । ସୃଷ୍ଟି ହୋଇଥିଲା ଦେଶଭକ୍ତିର ଏକ ନିଆରା ପରିବେଶ । ପ୍ରମାଣିତ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ହୋଇ ବି ଆମେ ସକ୍ଷମ । ଆମେ କୌଣସ ଗୁଣରେ ବା କାହାଠାରୁ କମ୍ ନୋହୁଁ । ରାଜ୍ୟର ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ବୁଲ୍‌ସଆଇ’ ପକ୍ଷରୁ ଏହି ଦୁଃସାହସିକ ପର୍ବତାରୋହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ ମୁଖ୍ୟଅତିଥି ରୂପେ ଯୋଗଦେଇ ଦୁଃସାହସିକ ଯାତ୍ରାକୁ ଶୁଭ ଉଦ୍‌ଘାଟନ କରିବା ସହ ଦିବ୍ୟାଙ୍ଗ ଯୁବକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ‘ବୁଲ୍‌ସଆଇ’ର ବରିଷ୍ଠ ପରାମର୍ଶଦାତା ଚନ୍ଦ୍ରଶେଖର ପାଲ, ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ସମ୍ପାଦକ ବାପିନା ନାୟକ ପ୍ରମୁଖ ଯୋଗଦେଇ ଯୁବକମାନଙ୍କର ଏତାଦୃଶ ସାହସକୁ ବେଶ୍ ପ୍ରଶଂସା କରିଥିଲେ । ଶାରୀରିକ ଦୃଷ୍ଟିକୋଣରୁ ଏମାନେ ଦିବ୍ୟାଙ୍ଗ ସତ କିନ୍ତୁ ତାଙ୍କର କଠିନ ଇଛାଶକ୍ତି ସାରା ଦେଶକୁ ଗୌରବ ଆଣିଦେଇଛି । ସତରେ ଏମାନେ ସମାଜ ପାଇଁ ପ୍ରେରଣାଦାୟୀ । କାର୍ଯ୍ୟକ୍ରମକୁ ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଦୁର୍ଯ୍ୟୋଧନ ପାହାଡାସିଂ ପ୍ରମୁଖ ସହଯୋଗ କରିଥିଲେ ।

Post Views: 431
Tags: 10. Dibang Langhile Giri
Share205Tweet128Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In