ପୁରୀ (ଭିଓଭି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବେଲଦଳ ନିକଟସ୍ଥ ନୁଆନଇ ନଦୀ ପଠାରେ ଅବସ୍ଥିତ ମା ତ୍ରିପୁରାମୋହିନୀ ମନ୍ଦିର ନିକଟରେ “ନୂଆନଇ ବାଲିଯାତ୍ରା ମହୋତ୍ସବ-2026” ମହା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ମହୋତ୍ସବର ପ୍ରଥମ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ଦ୍ଵିତୀୟ ଦିବସରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯାଇଥିଲା।ବାଲିଗୁଆଳି ପଞ୍ଚାୟତ ସରପଞ୍ଚ ସିଲୁ ସେନାପତି ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସ୍ଥାନୀୟ କିଶୋର କିଶୋରୀ ମାନେ ମା ମଙ୍ଗଳା, ସାଧବ ପୁଅ ଏବଂ ସାଧବ ବୋହୁ ରୂପେ ସଜେଇ ହୋଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

ଦିନସାରା ଗହଳି ଚହଳି ଲାଗି ରହିଥିଲା। ଲୋକମାନେ ବିଭିନ୍ନ ଘରକରଣା ଜିନିଷ କିଣାବିକା କରିବା ସହିତ ବିଭିନ୍ନ ଖାଦ୍ୟ ପଦାର୍ଥର ମଜା ନେଇଥିଲେ। ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ କଳାକାର ମାନଙ୍କ ଦ୍ଵାରା ନାଟକ ତଅପୋଇ ମଞ୍ଚାସୀନ ହୋଇ ଦର୍ଶକଙ୍କର ମନ ମୋହିଥିଲା। ନିକଟସ୍ଥ ତିନୋଟି ପଞ୍ଚାୟତର ନଅ ଗୋଟି ଗ୍ରାମର ଯୁବକ ମାନଙ୍କ ଉଦ୍ୟମରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମ କୁ “ମା ତ୍ରିପୁରା ମୋହିନୀ ବାଲିଯାତ୍ରା କମିଟି” ର ସଭାପତି ସଞ୍ଜୟ କୁମାର ପ୍ରଧାନ, ଉପ ସଭାପତି ପ୍ରକାଶ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପରିଡା, ସମ୍ପାଦକ ସର୍ବେଶ୍ଵର ସ୍ଵାଇଁ ପରିଚାଳନା କରିଥିବା ବେଳେ ତାପସ କୁମାର ମାଳ, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ସୁଦର୍ଶନ ଜେନା, ଜ୍ଞାନ ରଞ୍ଜନ ପ୍ରଧାନ, ନବକିଶୋର ପଲେଇ, ବିଶ୍ଵଜିତ ପଲେଇ, ଅଜୟ କୁମାର ସ୍ଵାଇଁ, ଅଭୟ କୁମାର ସ୍ଵାଇଁ, ଅଶୋକ ପ୍ରଧାନ, ମିଟୁ ପ୍ରଧାନ, ସନ୍ତୋଷ କୁମାର ମାଳ, ସୁବାସ ପ୍ରଧାନ, ପିଙ୍କୁ ପ୍ରଧାନ, ଶିବ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ଏବଂ ବାଳକୃଷ୍ଣ ବେହେରା କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ।
