• About Us
  • Contact Us
Sunday, July 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

by Voice of Victims
August 19, 2024
in ଦେଶ ବିଦେଶ, ମୁଖ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଚାରିଆଡେ ଚାଲିଥିବା ବେଳେ ଏହା ଭିତରେ ଏକ ରାଜନୈତିକ ହଟଚମଟ ସୃଷ୍ଟି କରିବା ପରି ଖବର ମଧ୍ୟ ଆସିଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସାକ୍ଷାତ କରିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ ରଂଜନ ଗତ ନିର୍ବାଚନରେ ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢେଇ କରି ହାରିଯାଇଛନ୍ତି। ହେଲେ ଆଜି ତାଙ୍କ ସାକ୍ଷାତକୁ ନେଇ ବେଶ ଚର୍ଚ୍ଚା ବଢିଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟ ଅତିଥୀ ଭବନରେ ବିଭିନ୍ନ ବର୍ଗର ଭଉଣୀମାନେ ଆସି ତାଙ୍କୁ ରାକ୍ଷୀ ପିନ୍ଧାଉଥାନ୍ତି। ଏହା ଭିତରେ ପ୍ରବେଶ କଲେ ବର୍ତ୍ତମାନ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଥିବା ସୌମ୍ୟରଂଜନ। ତାଙ୍କ ଆସିବା ନେଇ ସେଠାରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହିତ ବହୁ ନେତା ଆଶ୍ଚର୍ଯ୍ୟ ହୋଇଥିଲେ। ସେ କଣ ବିଜେପିରେ ମିଶିବେ କି ବୋଲି ସମସ୍ତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ କିଛି ସମୟ କଥା ହୋଇ ବାହାରକୁ ଆସିଥିଲେ। ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରୁଛନ୍ତି ବୋଲି ଖବର ଆସିବା ପରେ ଗଣମାଧ୍ୟମ ସେଠାରେ ଛକି ରହିଥିଲେ। ସୌମ୍ୟରଂଜନ ବାହାରିବା ପରେ ସେ କଣ ବିଜେପିରେ ମିଶିବେ କି ବୋଲି ପ୍ରଶ୍ନ ପଚରାଯାଇଥିଲା। ହେଲେ ସୌମ୍ୟରଂଜନ କହିଥିଲେ ଯେ, ଖାଲି ବିଜେପିରେ ମିଶିଲେ କଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଯାଏ? ସେ ଆହୁରି କହିଥିଲେ ଯେ, ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ସମସ୍ତେ କଣ ବିଜେପି। ସେ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ, ତାଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ଆମର ନିଶା ନିବାରଣ ଉପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛି। କେବଳ ଦଳରେ ରହିଲେ ଯେ ରାଜନୀତି କରିହେବ ତା ନୁହେଁ। ଦଳରେ ନ ରହି, ନିର୍ବାଚନ ନ ଲଢି ମଧ୍ୟ ରାଜନୀତି କରିହେବ। ସେ ପୁଣି କହିଥିଲେ ଯେ, ରାଜନୀତିର ଉଦ୍ଦେଶ୍ୟ ହେଉଛି ଲୋକସେବା। ମୁଁ ରାଜନୀତିରେ ନ ରହିଥିଲେ ମଧ୍ୟ ଲୋକସେବାକୁ ଜାରୀ ରଖିବି। ଏଥିରେ ମୋତେ କେହି ବାରଣ କରିପାରିବେ ନାହିଁ। ଦଳରେ ରହି, ପତାକା ଧରି ଜିନ୍ଦାବାଦ କରିବା କେବଳ ରାଜନୀତି ନୁହେଁ ବୋଲି ସୌମ୍ୟରଂଜନ କହିଛନ୍ତି। ଯେଉଁ ନୀତି ଦ୍ବାରା ଆମେ ପ୍ରଭାବିତ ହେଉ ବା ପରିଚାଳିତ ହେଉ, ସେହି ନୀତି ଉପରେ ଯେଉଁମାନେ କାମ କଲେ ତାହା ମଧ୍ୟ ରାଜନୀତି। ଆମେ ସେହିପରି ଯେଉଁ କାର୍ଯ୍ୟ କରୁଛୁ ତାହା ଯଦି ସରକାରଙ୍କୁ ପ୍ରଭାବିତ କରିପାରିଲା ତେବେ ଆମେ ସଫଳ ହେଲୁ ବୋଲି କହିବୁ।

Post Views: 59
Share201Tweet126Send
Voice of Victims

Voice of Victims

Recent Posts

  • ରଥଯାତ୍ରା ଓ ଆଡ଼ପ ମଣ୍ଡପ ବିଜେ ଅବସରରେ ଭକ୍ତଙ୍କୁ ପାନୀୟ ଜଳ ଓ ଆଇସସ୍କ୍ରିମ୍ ବଣ୍ଟନ
  • ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲ୍ ନେଲା ଦିଲ୍ଲୀ ପୋଲିସ, ୨୦ ଦିନ ଧରି ଅନଶନରେ ବସିଥିଲେ
  • ଇରାନ ଉପରେ ଆମେରିକାର ଭୟଙ୍କର ଏୟାରଷ୍ଟ୍ରାଇକ, ଥରୁଛି ଗଲ୍ଫ ଦେଶ
  • ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ୪ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ
  • ରଥଯାତ୍ରାକୁ ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଅପିଲ୍ – ଡିଜିପି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In