କଟକ, ପବିତ୍ର ରଥଯାତ୍ରା ଅବସରରେ ଦୋଳମୁଣ୍ଡାଇ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶନିବାର ଆଡ଼ପ ମଣ୍ଡପ ବିଜେ ନୀତି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଉପଲକ୍ଷେ ଭକ୍ତମାନଙ୍କ ସେବା ଉଦ୍ଦେଶ୍ୟରେ ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟ ପକ୍ଷରୁ ନିଶୁଳ୍କ ପାନୀୟ ଜଳ ଓ ଆଇସସ୍କ୍ରିମ୍ ବଣ୍ଟନ କରାଯାଇଥିଲା। ରଥଯାତ୍ରା ଅବସରରୁ ଆରମ୍ଭ ହୋଇଥିବା ଏହି ସେବା କାର୍ଯ୍ୟକ୍ରମ ଆଡ଼ପ ମଣ୍ଡପ ବିଜେ ଦିନରେ ମଧ୍ୟ ଜାରି ରହିଥିଲା। ଶହ ଶହ ଭକ୍ତ ଏହି ସେବାର ସୁଯୋଗ ନେଇଥିବା ବେଳେ ରୋଟାରି କ୍ଳବ ସ୍ୱେଚ୍ଛାସେବୀମାନଙ୍କ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଆୟୋଜକମାନେ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଆଧ୍ୟାତ୍ମିକ ଉତ୍ସବ ନୁହେଁ, ବରଂ ସେବା ଓ ସମର୍ପଣର ମଧ୍ୟ ଏକ ମହାପର୍ବ। ଭକ୍ତମାନଙ୍କୁ ସାମାନ୍ୟ ସେବା ଯୋଗାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଦୋଳମୁଣ୍ଡାଇର ପାରମ୍ପରିକ ରଥଯାତ୍ରା ସମ୍ପ୍ରଦାୟିକ ସଦ୍ଭାବ ଓ ସାମାଜିକ ସମନ୍ୱୟର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ପରିଚିତ। ପ୍ରତିବର୍ଷ ବିଭିନ୍ନ ସମ୍ପ୍ରଦାୟର ଲୋକ ଏହି ଉତ୍ସବରେ ସାମିଲ ହୋଇ ସେବା ଓ ସହଯୋଗର ମନୋଭାବକୁ ସୁଦୃଢ଼ କରିଥାନ୍ତି। ଏହି ସେବା କାର୍ଯ୍ୟକ୍ରମରେ ସଫ୍ଟଟି ଆଇସକ୍ରିମ୍ ସତ୍ବାଧୀକାରୀ ପ୍ରଦୁମ୍ନ ସାହୁ, କ୍ଲବ୍ ସଭାପତି ଜ୍ୟୋତି ରଞ୍ଜନ ଲେଙ୍କା, ସମ୍ପାଦକ ସାଦ ହାସମୀ, ବିଶ୍ୱଜିତ ସେନାପତି, ଶୁଭ୍ରା ମହାନ୍ତି, ସ୍ୱସ୍ମିତ ସାମଲ, ଜାଭେଦ ଇକବାଲ, ମନିଷ ଶର୍ମା, ସୁବାସ ଆଚାର୍ଯ୍ୟ, ସାକିବ ରାଜକ, ନମିତା ମିଶ୍ର, ସୁଜିତ ଜେନା, କ୍ରିଷ୍ଣା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲା।
