• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାସନକାର୍ଡ ଲାଗି ୧୦ ଲକ୍ଷ ଆବେଦନ

by Voice of Victims
August 21, 2024
in ମୁଖ୍ୟ ଖବର, ରାଜ୍ୟ
ରାସନକାର୍ଡ ଲାଗି ୧୦ ଲକ୍ଷ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ରାସନକାର୍ଡ ଲାଗି ୯ ଲକ୍ଷ ୯୧ ହଜାର ୯୨୯ ଜଣ ଆବେଦନ କରିଛନ୍ତି । ବିଧାନସଭାରେ ଖାଦ୍ୟ  ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ ରାସନକାର୍ଡ ଲାଗି ଆସିଥିବା ଆବେଦନଗୁଡ଼ିକର ତର୍ଜମା ଚାଲିଛି । ଆଧାରଭିତ୍ତିକ ଇ-କେୱାସି ପ୍ରକ୍ରିୟା ଆରମ୍ଭ କରାଯିବ । ଯାଞ୍ଚ ପରେ ଯୋଗ୍ୟ ପରିବାରକୁ ନୂଆ ରାସନକାର୍ଡ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ପ୍ରକାଶ ଯେ  ଗୃହରେ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ  । ରାଜ୍ୟରେ ଯୋଗାଣ ବିଭାଗ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାରେ କେତେ ହିତାଧିକାରୀଙ୍କୁ ଚାଉଳ ଓ ଅନ୍ୟାନ ସାମଗ୍ରୀ ଯୋଗାଇ ଦିଆଯାଉଛି ଓ କେତେ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାକୁ ଚିହ୍ନଟ କରାଯାଇଛି ତାହାର ବିବରଣୀ ମାଗିଥିଲେ ।
ଏହାପରେ ଏହାର ଲିଖିତ ଉତ୍ତର ପ୍ରଦାନ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଣ୍ଣ ଚନ୍ଦ୍ର ପାତ୍ର । ପଞ୍ଚାୟତୱାରୀ ଏହାର ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା  ଆଇନ ଅଧୀନରେ ୩,୨୫,୯୩,୮୭୫ ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦,୦୨,୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ରାଜ୍ୟରେ ମୋଟ ୯ ଲକ୍ଷ ୯୧ହଜାର ୯୨୯  ଆବେଦନକାରୀ  ରାସନକାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ଏହି ସବୁ ଆବେଦନପତ୍ରଗୁଡିକର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଯାଞ୍ଚ କରାଯିବାକୁ ପଦକ୍ଷେପ ନିଆଯାଉଛି । ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦିଆଯିବ ।

Post Views: 29
Share197Tweet123Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In