• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଦିନିକିଆ ଧର୍ମଘଟ ଡାକରା ଦେଲା ବ୍ୟାଙ୍କ କର୍ମଚାରୀ ସଂଘ

by Voice of Victims
August 23, 2024
in ମୁଖ୍ୟ ଖବର, ରାଜ୍ୟ
ଦିନିକିଆ ଧର୍ମଘଟ ଡାକରା ଦେଲା ବ୍ୟାଙ୍କ କର୍ମଚାରୀ ସଂଘ

ଭୁବନେଶ୍ୱର: ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟର ଆହ୍ୱାନ ଦେଇଛି ଦେଶର ବୃହତ୍ ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏଆଇବିଇଏ। ଏହି ଧର୍ମଘଟ ଦେଶର ସମସ୍ତ ବ୍ୟାଙ୍କରେ ହେବ ବୋଲି ଏଆଇବିଇଏର ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍ ଜଣାଇଛନ୍ତି। ଏହି ଧର୍ମଘଟକୁ ବ୍ୟାଙ୍କ ଶିଳ୍ପରେ ଥିବା ଅନ୍ୟାନ୍ୟ ଅଫିସର ଓ କର୍ମଚାରୀ ସଙ୍ଗଠନ ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି ସମର୍ଥନ ଜଣାଇଛନ୍ତି। ସେହି ଅନୁସାରେ ଆସନ୍ତା ଅଗଷ୍ଟ ୨୮ ତାରିଖ ବୁଧବାରରେ ଏହି ବନ୍ଦ କରାଯିବ। ଏଆଇବିଇଏ ଏବଂ ଏହାର ସଙ୍ଗଠନ ଉପରେ ରାଜନୈତିକ ଚାପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ୟୁନିୟନ କେରଳର କର୍ମକର୍ତ୍ତାଙ୍କ ଉପରୁ ପ୍ରତିଶୋଧ ମୂଳକ ଚାର୍ଜସିଟ୍‌ର ପ୍ରତ୍ୟାହାର, ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା ଓ ମନଗଢ଼ା ଅଭିଯୋଗରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ପ୍ରାକ୍ତନ ୩ଜଣ କାର୍ଗିଲ ଯୋଦ୍ଧାଙ୍କୁ ହଇରାଣ ହରକତ ବନ୍ଦ କରିବା, ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସମ୍ମାନ ହାନି କରି ଗଣମାଧ୍ୟମରେ ମିଛ ପ୍ରଚାର କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ଧର୍ମଘଟର ଡାକରା ଦିଆଯାଇଛି। ଏହି ଧର୍ମଘଟକୁ ସଫଳ କରିବା ପାଇଁ ଏଓବିଇଏର ସଭାପତି ସଞ୍ଜିବ ପତି ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓଡ଼ିଶାର ବ୍ୟାଙ୍କ କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି । ବ୍ୟାଙ୍କ ଶିଳ୍ପର ଅନ୍ୟାନ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଙ୍ଗଠନମାନେ ଧର୍ମଘଟ ପ୍ରତି ସମର୍ଥନ ଜଣାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Post Views: 33
Share201Tweet126Send
Voice of Victims

Voice of Victims

Recent Posts

  • Weekly News Paper (March 30 – April 05)
  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In