• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେଲେ ୧୪୦ ଜଣ ଅଲିମ୍ପିକ୍ ଏବଂ ପାରାଅଲିମ୍ପିକ୍ ଆଥଲେଟ୍

by Voice of Victims
September 30, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେଲେ ୧୪୦ ଜଣ ଅଲିମ୍ପିକ୍ ଏବଂ ପାରାଅଲିମ୍ପିକ୍ ଆଥଲେଟ୍

ମୁମ୍ବାଇ: ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ରବିବାର ସନ୍ଧ୍ୟାରେ (ସେପ୍ଟେମ୍ବର ୨୯, ୨୦୨୪) ‘ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ନୀତା ଏମ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୀତା ଏମ ଅମ୍ବାନୀ କହିଛନ୍ତି ଯେ, “ଏହା ବାସ୍ତବରେ ଏକ ଐତିହାସିକ ମୁହୂର୍ତ୍ତ। ଗତ ଦୁଇମାସ ମଧ୍ୟରେ, ଆମର ଅଲିମ୍ପିଆନ୍ ଏବଂ ପାରାଅଲିମ୍ପିଆନମାନେ ଗର୍ବର ସହିତ ସମଗ୍ର ବିଶ୍ୱରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି! ପ୍ରଥମ ଥର ପାଇଁ ସେମାନେ ସମସ୍ତେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି। ପ୍ରଥମ ଥର ପାଇଁ ୧୪୦ ରୁ ଅଧିକ ଅଲିମ୍ପିକ୍ ଏବଂ ପାରାଅଲିମ୍ପିକ୍ ଆଥଲେଟ୍ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ବିଜୟରେ ଏକଜୁଟ, ଉତ୍ସବରେ ଏକଜୁଟ ଏବଂ କ୍ରୀଡାର ସମାଵେଶୀ ଭାବନାରେ ଏକଜୁଟ ହୋଇଛନ୍ତି।” ଶ୍ରୀମତୀ ଅମ୍ବାନୀ ମଧ୍ୟ ‘କ୍ରୀଡ଼ାର ପରିବର୍ତ୍ତନ ଆଣିବାର ଶକ୍ତି’ ସମ୍ପର୍କରେ ମତ ରଖିଥିଲେ। ଅଲିମ୍ପିକ୍ସରେ ଭାରତର ମହିଳା ଆଥଲେଟମାନଙ୍କ ଅବଦାନକୁ ପ୍ରଶଂସା କରି ସେ କହିଛନ୍ତି, “ସେମାନଙ୍କର ସଫଳତା ଅଧିକ ସ୍ୱତନ୍ତ୍ର କାରଣ ବୃତ୍ତିଗତ ଭାବେ କ୍ରୀଡ଼ାକୁ ଆଗକୁ ବଢାଇବା ଦିଗରେ ମହିଳାମାନଙ୍କୁ ଅନେକ ପ୍ରକାରର କଠିନତାର ସମ୍ମୁଖୀନ ହେବାକୁ ପଡିଥାଏ। କେବଳ ଆର୍ଥିକ ଆହ୍ୱାନ ନୁହେଁ, ବରଂ ସେମାନଙ୍କ ପରିବାରରୁ ଅନୁମତି ଲାଭ କରିବା, କିମ୍ବା ପ୍ରଶିକ୍ଷଣ ପାଇଁ ସୁବିଧା ଖୋଜିବା, ଫିଜିଓ ଏବଂ ପୁନର୍ବାସ କେନ୍ଦ୍ରରେ ପହଞ୍ଚିବା, ଏପରିକି କୋଚମାନଙ୍କ ପାଖରେ ପହଞ୍ଚିବା ପାଇଁ ମଧ୍ୟ ସେମାନଙ୍କୁ ନିଜ ଗ୍ରାମଠାରୁ ବହୁ ଦୂର ଯାତ୍ରା କରିବାକୁ ପଡିଥାଏ। ଝିଅମାନଙ୍କ ପାଇଁ କ୍ରୀଡ଼ାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏକ ଦୀର୍ଘ ଏବଂ କଠିନ ଯାତ୍ରା। ଏହା ସତ୍ତ୍ୱେ ଆମର ମହିଳା ଆଥଲେଟମାନେ ସଫଳତାର ଶିଖରରେ ପହଞ୍ଚିଛନ୍ତି। ସେମାନେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛନ୍ତି – ଏକ ବାର୍ତ୍ତା ଯାହା କହୁଛି ସେମାନେ ଅଜେୟ ଅଟନ୍ତି ଏବଂ ସେମାନଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ! ” ଆକାଶ ଅମ୍ବାନୀ ଖେଳାଳିମାନଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇବା ସହିତ କହିଛନ୍ତି, “ସମଗ୍ର ରିଲାଏନ୍ସ ପରିବାର ତରଫରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଏହି ଅନନ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଁ ମୋର ମା’ ନୀତା ଅମ୍ବାନୀଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହିଁବି। ରିଲାଏନ୍ସ ଫାଉଣ୍ଡେସନରେ ହେଉଥିବା ସମସ୍ତ କାର୍ଯ୍ୟ ଭଳି ‘ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍’ମଧ୍ୟ ତାଙ୍କ ଦୂରଦର୍ଶିତାର ଫଳ।” ଏହି ଅବସରରେ ବିଭିନ୍ନ କ୍ରୀଡା କ୍ଷେତ୍ରରୁ ଆସିଥିବା ଆଥଲେଟମାନଙ୍କୁ ସେମାନଙ୍କ ପରିଶ୍ରମ, ଉତ୍ସାହ ଏବଂ ଉଭୟ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସରେ ଭାରତକୁ ବିଶ୍ୱ ସ୍ତରରେ ଆଗକୁ ନେଇଥିବାରୁ ସମ୍ମାନିତ କରାଯାଇଥିଲା ଏଥିରେ ନୀରଜ ଚୋପ୍ରା, ମନୁ ଭାକର ଏବଂ ଭାରତର ପ୍ରଥମ ପାରାଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ଭଳି ଅଲିମ୍ପିକ ଏବଂ ପାରାଅଲିମ୍ପିକ ପଦକ ବିଜେତାମାନେ ଯୋଗ ଦେଇଥିଲେ। ଦୁଇଟି ପାରାଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ତଥା ଭାରତୀୟ ପାରାଅଲିମ୍ପିକ୍ ସମିତିର ସଭାପତି ଦେବେନ୍ଦ୍ର ଝାଝରିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ସୁମିତ ଆଣ୍ଟିଲ, ନୀତେଶ କୁମାର, ହରବିନ୍ଦର ସିଂ, ଧର୍ମବୀର ନୈନ, ନବଦୀପ ସିଂ ଏବଂ ପ୍ରବୀଣ କୁମାର ମଧ୍ୟ ଉପସ୍ଥିତ ରହିଥିଲେ। ଏମାନେ ସମସ୍ତେ ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରୀତି ପାଲ, ମୋନା ଅଗ୍ରୱାଲ, ସିମରନ୍ ଶର୍ମା, ଦୀପ୍ତି ଜୀବଞ୍ଜୀ ଏବଂ ସରବଜୋତ ସିଂ, ସ୍ଵପ୍ନିଲ କୁସାଲେ ଓ ଅମନ ସେହରାୱତଙ୍କ ଭଳି ଅଲମ୍ପିଆନଙ୍କ ସମେତ ଅନେକ ପ୍ରମୁଖ ଆଥଲେଟମାନେ ମଧ୍ୟ ସାମିଲ ହୋଇଥିଲେ। ପ୍ୟାରିସରେ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଥିବା ଅଧିନାୟକ ହରମନପ୍ରୀତ ସିଂ ଏବଂ ପି.ଆର ଶ୍ରୀଜେଶ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଲିମ୍ପିକ୍ ପଦକ ବିଜେତା ଲଭଲିନା ବୋର୍ଗୋହେନ୍ ଏବଂ ୧୪ ବର୍ଷ ବୟସରେ ଭାରତୀୟ ଦଳର ସର୍ବ କନିଷ୍ଠ ସଦସ୍ୟ ଢ଼ିନିଢ଼ି ଦେସିଙ୍ଗହୁ ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କର ଉପଲବ୍ଧି ଓ ସଫଳତା ଦେଶ ପାଇଁ ଗୌରବ ଆଣିବା ସହିତ ଭବିଷ୍ୟତ ପିଢ଼ିକୁ କ୍ରୀଡ଼ାରେ ଉତ୍କର୍ଷ ହାସଲ କରିବା ଦିଗରେ ପ୍ରେରଣା ଦେଇଛି। ଏହି କାର୍ଯ୍ୟକ୍ରମରେ ଦୀପା ମଲିକ, ସାନିଆ ମିର୍ଜା, କର୍ଣ୍ଣମ ମଲେଶ୍ୱରୀ ଏବଂ ପୁଲେଲା ଗୋପୀଚାନ୍ଦଙ୍କ ଭଳି କିମ୍ବଦନ୍ତୀ ଖେଳାଳି ମାନେ ମଧ୍ୟ ଯୋଗ ଦେଇଥିଲେ, ଯେଉଁମାନେ ନିଜର ସଫଳତା ଏବଂ ଉତ୍କୃଷ୍ଟତା ଦ୍ୱାରା ଅଗଣିତ ଯୁବକଯୁବତୀଙ୍କୁ ପ୍ରେରଣା ଦେଇଛନ୍ତି। କ୍ରୀଡା କେନ୍ଦ୍ରିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ସୁପରଷ୍ଟାର ରଣବୀର ସିଂ ଏବଂ କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର କ୍ରୀଡ଼ା ହିରୋମାନଙ୍କ ପ୍ରତି ନିଜର ସମର୍ଥନ ଜଣାଇବା ସହ ଉତ୍ସାହବର୍ଦ୍ଧନ କରିଥିଲେ। ଦେବେନ୍ଦ୍ର ଝାଝରିଆ, ସୁମିତ ଆଣ୍ଟିଲ ଏବଂ ଭାରତୀୟ ପାରାଲିମ୍ପିକ ସମିତିର ମୁଖ୍ୟ ପ୍ରଶିକ୍ଷକ ସତ୍ୟନାରାୟଣ ନୀତା ଅମ୍ବାନୀଙ୍କୁ ସମାନତା ଏବଂ ଏକତାର ପ୍ରତୀକ ପ୍ୟାରିସ ୨୦୨୪ ପାରାଅଲିମ୍ପିକ୍ସର ମଶାଲ ପ୍ରଦାନ କରିଥିଲେ। ଭାରତରେ କ୍ରୀଡାକୁ ଅଧିକ ସମାଵେଶୀ କରିବା ଦିଗରେ ତାଙ୍କର ଉଦ୍ୟମକୁ ପ୍ରଶଂସା କରି ଏହି ମଶାଲ ପ୍ରଦାନ କରାଯାଇଥିଲା। ‘ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍’ ଭାରତୀୟ କ୍ରୀଡ଼ାରେ ଏକ ନୂତନ ଅଧ୍ୟାୟ ଯୋଡିଛି। ଯେଉଁଠାରେ ପ୍ରତ୍ୟେକ ଆଥଲେଟଙ୍କୁ ତାଙ୍କର ନିଷ୍ଠା, ସମର୍ପଣ, ପରିଶ୍ରମ ଏବଂ ଉତ୍କର୍ଷ ପାଇଁ ସମ୍ମାନିତ କରାଯାଇଥିଲା। ଏକାଧିକ କ୍ରୀଡ଼ାରେ ସଫଳତା ସହ ଭାରତକୁ ଏକ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବା ଦିଗରେ ସହଯୋଗ କରିବାକୁ ଶ୍ରୀମତୀ ଅମ୍ବାନୀଙ୍କ ରହିଥିବା ଲକ୍ଷ୍ୟକୁ ଆଥଲେଟମାନେ ସମର୍ଥନ ଜଣାଇଛନ୍ତି। ଏକତା ପ୍ରଦର୍ଶନ କରି ସମସ୍ତେ ସ୍ୱୀକାର କରିଛନ୍ତି ଯେ ଭାରତରେ ଅଲିମ୍ପିକ୍ ଆନ୍ଦୋଳନକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି।

Post Views: 31
Share199Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In