• About Us
  • Contact Us
Monday, March 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମୋର ଇସ୍ତଫା ଦେବାର ନାହିଁ: ସୁଜାତା

by Voice of Victims
October 3, 2024
in ମୁଖ୍ୟ ଖବର, ରାଜ୍ୟ
ମୋର ଇସ୍ତଫା ଦେବାର ନାହିଁ: ସୁଜାତା

ଭୁବନେଶ୍ୱର: ବୁଧବାର ବିଜେଡି ନେତା ପ୍ରଣବପ୍ରକାଶ ଦାସ ଯାଜପୁରରୁ ପୁଣି ଲଢ଼ିବାକୁ ପ୍ରସ୍ତୁତ ଥିବା କହିଥିବାବେଳେ ଗୁରୁବାର  ଯାଜପୁର ବିଧାୟିକା ସୁଜାତା ସାହୁ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୋର ଇସ୍ତଫା ଦେବାର ନାହିଁ ।  ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବପ୍ରକାଶ ଉପନିର୍ବାଚନ ଲଢିବାର ନାହିଁ । ଯାହାଙ୍କ ପାଇଁ ମୁଁ ଏଯାଏଁ ଆସିଛି, ସେମାନେ ଏକଥା କହିନାହାନ୍ତି ।  ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ।  ମୁଁ ଇସ୍ତଫା ଦେବି ବୋଲି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି । ସେ ଯାଜପୁର ପାଇଁ ଲଢ଼ିବେ ବୋଲି କହିଛନ୍ତି, ଉପନିର୍ବାଚନରେ ନୁହେଁ ବୋଲି ସୁଜାତା ସାହୁ କହିଛନ୍ତି । ସୂଚନାଥାଉ କି, ଗତକାଲି ଯାଜପୁରରେ ବିଜେଡିର ପଦଯାତ୍ରାରେ ବବି ଦାସ କହିଥିଲେ, ମୁଁ ପୁଣି ର୍ନିବାଚନ ଲଢିବାକୁ ପ୍ରସ୍ତୁତ। କର୍ମୀଙ୍କ ଉତ୍ସାହରେ ମୋ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ମୁଁ ସେହି ଅଶୋକ ଦାସଙ୍କ ପୁଅ । ଅଶୋକ ଦାସଙ୍କ ପୁଅ ଭାବେ କେବେ ବି ଜେଲ ଯିବାକୁ ଭୟ କରିନାହିଁ। ମୋତେ କେହି ବି ନବୀନ ପଟ୍ଟନାୟକଙ୍କ ଠାରୁ ଅଲଗା କରିପାରିବେ ନାହିଁ।  ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ ବିଧାନସଭା ନିର୍ବାଚନ ସରିଥିବାବେଳେ ବବି ଆଉ କେଉଁ ନିର୍ବାଚନ ଲଢିବାକୁ କହୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଯାଜପୁରରେ ପୁଣିଥରେ ଉପନିର୍ବାଚନ ହୋଇପାରେ। ଆଉ ଯାଜପୁର ବିଧାୟିକା ସୁଜାତା ସାହୁ ବଦଳରେ ବିଜେଡି ସୁପ୍ରିମୋ ବବିଙ୍କୁ ପୁଣିଥରେ ଯାଜପୁର ମଙ୍ଗ ଧରେଇ ପାରନ୍ତି।

Post Views: 117
Share200Tweet125Send
Voice of Victims

Voice of Victims

Recent Posts

  • ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
  • “ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ
  • ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ
  • କଟକ ଏସସିବି ଅଗ୍ନିକାଣ୍ଡ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
  • କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ, ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଲେ ଭକ୍ତ ଦାସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In