ପୁରୀ(ଭିଓଭି), ଅବକାଶ ଲେନ, ଭୁବନେଶ୍ୱରୀ ଲେନ ସ୍ଥିତ କାଶୀନାଥ ସାହୁ ଙ୍କ ଘରେ ଫୁଟିଛି ଦୁର୍ଲଭ ବ୍ରହ୍ମକମଳ ଫୁଲ | ବିଳମ୍ବିତ ରାତ୍ରି ରେ ଫୁଲ ଟିକୁ ଦେଖିବା ପାଇଁ ଶ୍ରୀଯୁକ୍ତ ସାହୁ ଙ୍କ ଘରେ ସ୍ଥାନୀୟ ଲୋକଙ୍କର ସମାଗମ ହୋଇ ଥିଲା, ଏକ ଭକ୍ତିମୟ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୃହକର୍ତ୍ତା ବ୍ରହ୍ମକମଳ ଗଛ ଏବଂ ଫୁଲ ଟିକୁ ଧୂପ, ଦୀପ ଦେଇ ପୂଜାର୍ଚନା କରିଥିଲେ |
ପରେ ହରିବୋଲ , ହୁଳହୁଳି ଦେଇ ଏହାକୁ ଚନ୍ଦନ ଯାତ୍ରାରେ ଚାପଖେଳୁଥିବା ମଦନ ମୋହନ ଙ୍କୁ ସମର୍ପଣ କରାଯାଇଥିଲା | ବ୍ରହ୍ମକମଳ ଏକ ଦେବଦୁର୍ଲଭ ଫୁଲ, ଯାହା ସାଧାରଣତଃ ହିମାଳୟ ପାର୍ବତ୍ୟ ଶୃଙ୍ଖଳା ବା ବିଶେଷ କରି ଉତ୍ତରାଖଣ୍ଡ ରାଜ୍ୟ ରେ ଦେଖାଯାଏ | ଏଣୁ ଏହାକୁ ଉତ୍ତରାଖଣ୍ଡ ରାଜ୍ୟ ର ଜାତୀୟ ଫୁଲ ର ମାନ୍ୟତା ମିଳିଛି |
