ପାରାଦ୍ଵୀପ ବନ୍ଦର ମହାନଦୀ ଓ ବଙ୍ଗୋପସାଗର ମିଳନ ସ୍ଥଳୀରେ ଅବସ୍ଥିତ । ଏହା ଓଡ଼ିଶାର ଏକ ବୃହତ୍ ବନ୍ଦର ଅଟେ । ଏହି ବନ୍ଦର ଦ୍ବାରା ଲୁହାପଥର ରପ୍ତାନି କରାଯାଏ ଏବଂ ବିଭିନ୍ନ ପ୍ରକାର ର ଖଣିଜ ପଦାର୍ଥ ମଧ୍ୟ ଆମଦାନୀ କରାଯାଇଥାଏ । ଏହି ବନ୍ଦରଟି ମାଛ ଉତ୍ପାଦନ ର କେନ୍ଦ୍ରସ୍ଥଳ। ଏହିଠାରୁ ବିଭିନ୍ନ ପ୍ରଜାତିର ମାଛ ଧରା ଯାଇ ବାହାର ଦେଶ ମାନଙ୍କୁ ରପ୍ତାନି କରାଯାଇଥାଏ ।
ଗତକାଲି ସୋମବାର ଦିନ ପାରାଦ୍ଵୀପ ବନ୍ଦର ତଟରେ ଏକ ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ଲୋକମାନଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି ।
