କୋଲକତା : ପଶ୍ଚିମବଙ୍ଗରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୋନାରପୁର ସାଉଥ ଅଂଚଳରେ ନିର୍ବାଚନୀ ପରବର୍ତ୍ତୀ ହିଂସାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ଅଭିଷେକ । ଏହି ସମୟରେ ଶହ ଶହ ଲୋକେ ସେଠାରେ ଅଭିଷେକଙ୍କ ଉପରେ ଆକ୍ରମଣ କରିଥିଲେ ।
ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିଲେ । ଲୋକମାନେ ତାଙ୍କୁ ଆକ୍ରମଣ କରିବା ସହିତ ଅଣ୍ଡାମାଡ଼ କରିଥିଲେ । ଏହାସହିତ ଚୋର ଚୋର ବୋଲି ନାରା ଲଗାଇଥିଲେ । ଘଟଣାର ଭିଡିଓରେ ଟିଏମସି ସାଂସଦ କ୍ରିକେଟ ହେଲମେଟ୍ ପିନ୍ଧିଥିବାର ନଜର ଆସିଥିଲେ । ଭିଡିଓରେ ଅଭିଷେକ ଏବଂ ତାଙ୍କ ସହଯୋଗୀଙ୍କୁ ଅନେକ ଲୋକ ଘେରି ରହିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଭିଡ଼ ତାଙ୍କ ଡ୍ରେସ ମଧ୍ୟ ଚିରିଦେଇଥିଲେ ।
ଆକ୍ରମଣ ପଛରେ ବିଜେପି ଥିବା ଅଭିଷେକ ଅଭିଯୋଗ କରିଛନ୍ତି । ସେମାନେ ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି କହିଛନ୍ତି ଅଭିଷେକ । ମାମଲାରେ ସେ କୋର୍ଟ ଯିବେ ବୋଲି କହିଛନ୍ତି । ଅଭିଷେକଙ୍କ ମୁଣ୍ଡ ହେଲମେଟ ପିନ୍ଧିଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲା । ସେପଟେ ନକଲି ଦସ୍ତଖତ ମାମଲାରେ ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢ଼ିଛି । ଜୁନ ୧ ତାରିଖରେ ହାଜର ହେବାକୁ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସିଆଇଡି ସମନ କରିଛି ।
ଅଭିଷେକ ବାନାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ କର୍ତ୍ତପକ୍ଷ ଏବଂ ଡାକ୍ତରଙ୍କୁ ମଧ୍ୟ ଧମକ ମିଳିଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।
