• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

by Voice of Victims
February 5, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅନ୍ତର୍ଗତ ରଙ୍ଗବଜାର ନିକଟରେ ସରସ୍ୱତୀ ମୂର୍ତ୍ତି ବିସର୍ଜନ ସମୟରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। କୁଆଖାଇରେ ବୁଡ଼ି ପୁଣି ୨ ଛାତ୍ରଙ୍କ ଅକାଳରେ ଜୀବନ ଦୀପ ଲିଭିଯାଇଛି। ମଙ୍ଗଳବାର ସକାଳେ ସରସ୍ୱତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗମାନଙ୍କ ସହ ସିକୁନ ଓ ଦିବ୍ୟଜ୍ୟୋତି ଆସିଥିବା ବେଳେ କୁଆଖାଇର ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲେ। ଜଣେ ୬ ନଂ. ର ପୁରୁଷ ବିଦ୍ୟାଳୟର ଛାତ୍ର ହୋଇଥିବା ବେଳେ ଅନ୍ୟଜଣେ କ୍ୟାପିଟାଲ୍ ହାଇସ୍କୁଲ୍‌ର ଛାତ୍ର ବୋଲି ଜଣାପଡ଼ିଛି। ପିଚୁ ପଡ଼ିଆ ନିକଟରେ ଥିବା ଏକ କୋଚିଂ ସେଣ୍ଟର୍‌ରୁ ୬ ଜଣ ଛାତ୍ର ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ନଦୀକୁ ଆସିଥିବା ବେଳେ ଏପରି ଅଘଟଣ ଘଟଛି। ବାଲିଅନ୍ତ ପୁଲିସ ସୂଚନା ମୁତାବକ ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ୍ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ (୧୫) ଏବଂ ୟୁନିଟ ୍‌୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି(୧୫)। ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ପାଣି ଭିତରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍‌କୁ ପଠାଇ ତଦନ୍ତ ଜାରି ରଖିଛି।

Post Views: 57
Tags: Accident while disposing of Saraswati statue
Share198Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In