• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁର ବ୍ଲକର ଆଦିତ୍ୟ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର, ମୋଟ ୯ ଜଣ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ

by Voice of Victims
May 3, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ରଣପୁର ବ୍ଲକର ଆଦିତ୍ୟ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର, ମୋଟ ୯ ଜଣ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ

ରଣପୁର, ୩/୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପ୍ରକାଶିତ ୨୦୨୫ ମାଟ୍ରିକ ପରୀକ୍ଷା ଫଳାଫଳରେ ରଣପୁର ବ୍ଲକର ବିଜ୍ଞାପିତ ପରିଷଦ ହରଚଣ୍ଡୀ ସାହି ର ମେଧାବୀ ଛାତ୍ର ଆଦିତ୍ୟ ପ୍ରସାଦ ପତି ୫୬୦ ନମ୍ବର ରଖି ରଣପୁର ବ୍ଲକ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ତାଙ୍କ ଦୃଢ଼ ପ୍ରତିବଦ୍ଧତା, କଠିନ ପରିଶ୍ରମ ଏବଂ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ସହଯୋଗ ଦ୍ୱାରା ଏହି ସଫଳତା ଅର୍ଜନ କରିପାରିଛନ୍ତି।ଏହି ବର୍ଷ ରଣପୁର ବ୍ଲକରୁ ମୋଟ ୯ ଜଣ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି |

ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ବିଷ୍ନୁପ୍ରିୟା ସାହୁ ୫୫୮ ନମ୍ବର ଓ ଆୟୁଷ୍ମାନ ସାହୁ ୫୪୭ ନମ୍ବର, ଗୋପାଳପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ବରାଡ଼ ୫୫୦ ନମ୍ବର ଓ ବିଶ୍ୱଜିତ ସାହୁ ୫୪୭ ନମ୍ବର, ବ୍ରଜରାଜପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରୁଦ୍ର ପ୍ରତାପ ମହାପାତ୍ର ୫୪୪ ନମ୍ବର, ଅଡାଲ ଶଙ୍କର୍ଷଣ ବିଦ୍ୟାପୀଠ ର ସ୍ନେହଲତା ମୁଦୁଲି ୫୪୫ ନମ୍ବର ଓ ଶୁଭମ ବରାଡ଼ ୫୪୦ ନମ୍ବର, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଶ୍ୱିନ ପ୍ରିୟ ଦର୍ଶିନୀ ୫୪୧ ନମ୍ବରରଖି ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି |

ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଏହି ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଭବିଷ୍ୟତରେ ଆଉ ଭଲ କରିବାକୁ ଉତ୍ସାହିତ କରିଛନ୍ତି।ଏହି ଅବସରରେ ଆଦିତ୍ୟଙ୍କ ଅଭିଭାବକ ତାଙ୍କ ସନ୍ତାନଙ୍କ ସଫଳତା ଉପରେ ଗର୍ବିତ ଓ ଆନନ୍ଦିତ ଅନୁଭବ କରୁଛନ୍ତି। ଗ୍ରାମବାସୀ ମଧ୍ୟ ଏହି ସଫଳତାକୁ ଉତ୍ସବ ଭାବରେ ଅନୁଭବ କରୁଛନ୍ତି | ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ ସମ୍ପୂର୍ଣ୍ଣ ଶିକ୍ଷା ପରିବାର ଏହି ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Post Views: 528
Share222Tweet139Send
Voice of Victims

Voice of Victims

Recent Posts

  • Weekly News Paper (August 10- 16, 2026)
  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In