ଭୁବନେଶ୍ବର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବଡ଼କୁଳଠାରୁ ସାତପଡ଼ା ବୋଟରେ ଯାଉଥିବା ସମୟରେ ଚିଲିକାରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ବୋଟଟି ଦୀର୍ଘସମୟ ଧରି ଫସି ଯାଇଥିବା ସୂଚନା ମିଳିଛି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ପାଖାପାଖି ଦୀର୍ଘ ଦୁଇ ଘଣ୍ଟା ଧରି କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତା ସମ୍ବିତ ପାତ୍ରଙ୍କ ଦୁଇ ଗୋଟି ବୋଟ ଚିଲିକା ଜଳ ମଧ୍ୟରେ ଫସି ରହିଥିବା ଜଣାପଡିଛି। ପରିଶେଷରେ ଅନ୍ୟ ଦୁଇ ଗୋଟି ବୋଟ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ବୋଟ ମେସିନରେ ଦଳ ଫସିଯାଇଥିବାରୁ ଏପରି ହୋଇଥିବା ଶୁଣିବାକୁ ମିଳିଛି।
