• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଚୌକି ଚାଲିଗଲା ପରେ

by Voice of Victims
October 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଚୌକି ଚାଲିଗଲା ପରେ

ଭୁବନେଶ୍ୱର: ଗୋଟିଏ ନିହାତି ଅପ୍ରିୟ ଆଉ ସତ ଓ ସହଜରେ ହଜମ ନହେବା ଭଳି କଥାଟିଏ ଏହି ଲେଖା ମାଧ୍ୟମରେ ମୁଁ ପ୍ରକାଶ କରିବାକୁ ଚାହୁଁଛି | ଆମ ଦେଶରେ ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ସ୍ଥାନରେ ଥିବା ଅଧିକାଂଶ ବଡ଼ବଡିଆ ଲୋକମାନଙ୍କର କ୍ଷମତାରେ ଥିବା ସମୟର ଓ କ୍ଷମତା ରୁ ଯିବା ପରର କାର୍ଯ୍ୟଶୈଳୀ ମଧ୍ୟରେ ବହୁତ ତଫାତ ଦେଖିବାକୁ ମିଳିଥାଏ। ସେ ଜଣେ ବଡ ରାଜନେତା ହୁଅନ୍ତୁ ବା ବଡ ଅଫିସର ଅବା ବିଚାରପତି ହୁଅନ୍ତୁ, ସମସ୍ତଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି। ସମସ୍ତେ ଜାଣିଛନ୍ତି ସେ ଯେଉଁ ଚୌକି ଉପରେ ବସିଛନ୍ତି ତାହା ଚିରସ୍ଥାୟୀ ନୁହେଁ। ତଥାପି ସେମାନଙ୍କର ଗର୍ବ ଓ ଅହଂକାର କେମିତି ତାହା ସମସ୍ତେ ଅନୁମାନ କରିଥିବେ। ଚୌକି ଥିବା ବେଳେ ତାଙ୍କ ଅଧସ୍ତନସ୍ଥ କର୍ମଚାରୀ ବା ସାଧାରଣ ଲୋକଟିଏ ହେଉ ନମସ୍କାର କଲେ ପ୍ରତି ନମସ୍କାର ମିଳିନଥାଏ। କିନ୍ତୁ ଚୌକି ଗଲାପରେ ସେ ବାବୁ ମହୋଦୟ ଆଗକୁ ଚାଲି ଆସନ୍ତି କରମର୍ଦ୍ଦନ କରିବା ପାଇଁ।

ଏହାହିଁ ସମୟ ଓ ଚୌକି ଯିବାର ଖେଳ। ଚୌକି ଥିବା ବେଳେ ବାବୁ ଜଣକ ତାଙ୍କ ମର୍ଜୀରେ ବହୁତ ଅନ୍ୟାୟ କରୁଥିବେ ଆଉ ଭାଷଣରେ ବହୁତ ନୀତି ଆଦର୍ଶ କଥା କହୁଥିବେ। କିନ୍ତୁ ଚୌକି ଗଲାପରେ ପ୍ରଥମେ ବାବୁ ଜଣକ ଅନ୍ୟର ଦୋଷ ଦେବେ। ତାଙ୍କ ଚୌକିରେ ଯେଉଁ ବ୍ୟକ୍ତି ତାଙ୍କ ପରେ ବସିଥିବେ ତାଙ୍କୁ ଆଗ ଦୋଷ ଦେବେ ଓ କହିବେ ଏମାନେ କିଛି କାମ କରୁନାହାନ୍ତି। ବଡ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଚୌକି ଥିବା ବେଳେ କିଛି ବାବୁମାନେ ମନଇଚ୍ଛା ଦୁର୍ନୀତି କରୁଥିବେ, ଆଖି ବୁଜି ଭୁଲ୍ କରିବେ ଓ ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ପାଇଁ ବହୁତ ଅନ୍ୟାୟ କରିବେ ଆଉ ସେତେବେଳେ ଭାବିବେ ନାହିଁ ଯେ ଦିନେ ତାଙ୍କର ଚୌକି ନଥିବ ଆଉ ତାଙ୍କ ଅଧିନସ୍ଥ କର୍ମଚାରୀ ବା ସାଧାରଣ ଲୋକଟିଏ ହେଉ ତାକୁ ଦେଖି ନ ଦେଖିଲା ଭଳି ମୁହଁ ବୁଲାଇ ଚାଲିଯିବେ। ଏ ଭଲା କି ମଣିଷପଣିଆ, ସେଇ ଲୋକମାନେ କେବେ ଭାବନ୍ତି ନାହିଁ ଯେ ତାଙ୍କର ଏପରି କର୍ମର ଫଳ ତାଙ୍କ ପିଲାମାନେ ଭୋଗି ପାରନ୍ତି ଓ ଦେଖାଯାଇଛି ଯେତେ ପଇସା ଥିଲେ ବି ସେ ତାଙ୍କର ଶେଷ ଜୀବନରେ କେବେହେଲେ ଶାନ୍ତିରେ ରହି ପାରନ୍ତି ନାହିଁ। ଯଦି ଆପଣଙ୍କ ଆଖି ଆଗରେ ଏପରି କେହି ବ୍ୟକ୍ତି ବିଶେଷ ଥିବେ ତାଙ୍କ ଚୌକି ଯିବା ପରବର୍ତ୍ତୀ ଅବସ୍ଥାରେ ସେ ବାବୁ ଜଣକ ଓ ତାଙ୍କର ପରିବାର କେମିତି ଅଛନ୍ତି ଅନୁଧ୍ୟାନ କରନ୍ତୁ। ଖାଲି ଟଙ୍କାର ପାହାଡ ଉପରେ ଥିଲେ ଯେ ଖୁସିରେ ଥିବେ ତାହା ଠିକ ନୁହଁ କାରଣ ଭଗବାନଙ୍କ ଆଖିରୁ କେହି ବି ଖସି ଯାଇପାରିବେ ନାହିଁ।

ଭଗବାନଙ୍କ କ୍ୟାମେରା ଲେନ୍ସ ବହୁତ ବଡ ଓ ସେ ସବୁ କଥାକୁ ରେକର୍ଡ କରିଥାନ୍ତି। ଆମ ଆଖି ଆଗରେ ଏପରି ବହୁତ ବଡ ବାବୁମାନେ ବହୁତ ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି, ତାଙ୍କର ଚିତ୍ର ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ମାନସ ପଟରୁ ଦୁରେଇ ଯାଇଛି। ଶେଷରେ ଏତିକି ଜଣାଇବାକୁ ଚାହୁଁଛି କି ମୋର ଏହି ପରି ବାବୁମାନଙ୍କୁ ଗୋଟେ ଅନୁରୋଧ, କି ବେଳ ଥାଉ ଥାଉ ଟିକେ ଭବିଷ୍ୟତ କଥା ଚିନ୍ତା କରନ୍ତୁ ନହେଲେ ଲେଡି ଗୁଡ କହୁଣୀକୁ ବୋହି ଗଲେ ଆଉ କିଛି କରି ପାରିବେ ନାହିଁ। ତେଣୁ ସମୟ ବଡ ବଳବାନ୍। କେହି ଆମେ କାହାକୁ ସାହାଯ୍ୟ କରି ନପାରିଲେ ମଧ୍ୟ କାହାର କ୍ଷତି କରିବାନି, ଏହାହିଁ ଈଶ୍ୱର ଙ୍କ ବାଣୀ। ସଂଜୟ କୁମାର ସାହୁପୂର୍ବତନ ଜିଲ୍ଲା ଓ ସେସନ୍ସ ଜଜ୍ ମୋବାଇଲ୍ – ୮୨୭୦୨୦୩୦୬୩(ମତାମତ ଲେଖକଙ୍କ ନିଜସ୍ଵ)

Post Views: 362
Share244Tweet153Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In