ଢେଙ୍କାନାଳ (ଭିଓଭି)- ଟାଟା ପାୱାରର ସ୍ମାର୍ଟ ମିଟର ଲଗାଇବା ବିରୋଧରେ ଆନ୍ଦୋଳନ ହୋଇଛି। ନୂଆ ସ୍ମାର୍ଟ ମିଟର ଯୋଗାଇବା ଆଳରେ ଉପଭୋକ୍ତା ମାନଙ୍କୁ ଶୋଷଣ କରିବା ବିରୋଧରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା । ବିଜୁଳି ଯୋଗାଇବା ଆଳରେ ଟାଟା ପାୱାର ସାଧାରଣ ଲୋକ ମାନଙ୍କୁ ଶୋଷଣ କରିଚାଲିଛି। ସ୍ମାର୍ଟ ମିଟର ନାଁ ରେ ଅତିରିକ୍ତ ବୋଝ ଲଦି ଦେବାକୁ ମସୁଧା ଚଲାଇଛି। ପ୍ରାଥମିକ ପର୍ଯ୍ୟାୟରେ କମର୍ସିଆଲ ଉପଭୋକ୍ତାମାନଙ୍କ ମିଟର ପରିବର୍ତ୍ତନ କରାଯାଇ ସେମାନଙ୍କର ସ୍ମାର୍ଟ ମିଟର ଲଗାଯାଇ ପ୍ରତ୍ୟେକ ଉପଭୋକ୍ତାଙ୍କ ଠାରୁ ୭୦୦୦ ଟଙ୍କା କମ୍ପାନୀ ନେବ। ପୂର୍ବରୁ ପୁରୁଣା ମିଟର ବାବଦରେ କମ୍ପାନୀ ଉପଭୋକ୍ତାଙ୍କ ଠାରୁ ସିକ୍ୟୁରିଟି ଟଙ୍କା ନେଇ ସାରିଥିବା ବେଳେ ପୁଣି ନୂଆ ସ୍ମାର୍ଟ ମିଟର ପାଇଁ ଆଉ ଥରେ ୭୦୦୦ ଟଙ୍କା ଆଦାୟ କରିବା ଉପଭୋକ୍ତାଙ୍କୁ ଶୋଷଣ ନୁହେଁ କି? ଏଭଳି କିଛି ଅଭିଯୋଗ ଆଣି ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ଟାଟା ପାୱାରର ସ୍ମାର୍ଟ ମିଟରକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଏହା ସହିତ ପୂର୍ବ ବିଜେଡି ସରକାର, ବର୍ତ୍ତମାନର ବିଜେପି ସରକାର ଓ ଟାଟା ପାୱାର ଓଡ଼ିଶାବାସଙ୍କୁ ପ୍ରତାରଣା କରିଛି ବୋଲି ଅଭିଯୋଗ କରିଛନ୍ତି। ନଭେମ୍ବର ୨୬ ତାରିଖ ମଙ୍ଗଳବାର ସକାଳ ୧୦ ଟା ସମୟରେ ବାଜିଚୌକ ଛକ ଠାରୁ ଏକ ପଦଯାତ୍ରା ସଚେତନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଜିଲ୍ଲାର ସାଧାରଣ ଲୋକମାନଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପଙ୍କଜ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ମହିଳା ନେତ୍ରୀ ରଚୟିତା ନାଏକ, ଯୁବ ସଭାପତି ଶକ୍ତିରଞ୍ଜନ ମହାପାତ୍ର ଆହ୍ୱାନ କରିଛନ୍ତି।
