• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତରେ ହୋଇପାରିବ ନାହିଁ ଅହମଦାବାଦ ବିମାନ ଦୁର୍ଘଟଣାର ବ୍ଲାକବକ୍ସ ଯାଞ୍ଚ, ଡାଟା ରିକଭର ପାଇଁ ଯିବ ଆମେରିକା

by Voice of Victims
June 19, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତରେ ହୋଇପାରିବ ନାହିଁ ଅହମଦାବାଦ ବିମାନ ଦୁର୍ଘଟଣାର ବ୍ଲାକବକ୍ସ ଯାଞ୍ଚ, ଡାଟା ରିକଭର ପାଇଁ ଯିବ ଆମେରିକା

ନୂଆଦିଳ୍ଲୀ: ଅହମ୍ମଦାବାଦ ଫ୍ଲାଇଟ କ୍ରାସ୍ ଘଟଣାରେ ନୂଆ ମୋଡ । କ୍ଷତିଗ୍ରସ୍ତ ହୋଇଛି ଏୟାର ଇଣ୍ଡିଆର ବ୍ଲାକ ବକ୍ସ । ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାର ବାକ୍ସ ବକ୍ସ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଡାଟା ରିକଭର ହୋଇପାରୁ ନାହିଁ । ଏଥିପାଇଁ ଏହାକୁ ଆମେରିକା ପଠାଯିବ ବୋଲି ଜଣାପଡ଼ିଛି। ଆମେରିକାର ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡ (NTSB) ଡାଟା ଡିକୋଡ କରିବ ।

ଦୁର୍ଘଟଣାର ଦୁଇ ଦିନ ପରେ ଜେବି ମେଡିକାଲ କଲେଜର ଛାତ ଉପରୁ ବ୍ଲାକ ବକ୍ସକୁ ଠାବ କରିଥିଲେ ଉଦ୍ଧାରକାରୀ ଦଳ । କକପିଟ୍ ଭଏସ୍ ରେକର୍ଡର – CVR ଏବଂ ଫ୍ଲାଇଟ ଡାଟା ରେକର୍ଡର- FDRକୁ ବ୍ଲାକ ବକ୍ସ କୁହାଯାଏ । ବ୍ଲାକବକ୍ସ ସହିତ ଏକ ଭାରତୀୟ ଦଳ ମଧ୍ୟ ଆମେରିକା ଯିବ । ଆଉ ଯାଞ୍ଚ ସମୟରେ ସମସ୍ତ ପ୍ରୋଟୋକଲ ଉପରେ ନଜର ରଖିବ ।

ବିମାନ ଦୁର୍ଘଟଣା ପରେ ବ୍ଲାକ ବାକ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ମଧ୍ୟରୁ ଗୋଟିଏ । ଏହା ସାହାଯ୍ୟରେ ଦୁର୍ଘଟଣାର ତଦନ୍ତ କରାଯାଏ । ବିମାନ କିପରି ଦୁର୍ଘଟଣାଗ୍ରସ୍ତ ହେଲା ? ଏହା ପଛରେ କ’ଣ କାରଣ ଥିଲା ? କକପିଟରେ ପାଇଲଟ ଓ ଅନ୍ୟମାନେ କ’ଣ କରୁଥିଲେ ଆଦି ତଥ୍ୟ ମିଳିଥାଏ । ବ୍ଲାକ ବକ୍ସ ସବୁବେଳେ ବିମାନ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରେ ।

ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା ୨୪୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ବିମାନ ପଡିଥିବା ସ୍ଥାନରେ ୨୯ ଲୋକଙ୍କ ଜୀବନ ଚାଲିଯାଇଥିଲା ।  ବିମାନ ଦୁର୍ଘଟଣାରେ ଯେଉଁମାନେ ଜୀବନ ହାରିଛନ୍ତି, ସେମାନଙ୍କ ମଧ୍ୟରୁ ୧୭୭ ଜଣଙ୍କ ଡିଏନଏ ମ୍ୟାଚ ହୋଇଛି । ଏଥିରେ ୧୨୪ ଜଣଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମୃତ୍ୟୁ ହୋଇଥିଲା ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In