• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏୟାର ଇଣ୍ଡିଆର ଇନ୍ଧନ ସ୍ବିଚରେ ତ୍ରୁଟି, ବୋଇଂ ୭୮୭ବିମାନର ତଦନ୍ତ ଆରମ୍ଭ

by Voice of Victims
February 3, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଟଳିଲା ଅଘଟଣ : କଣ୍ଟେନର ସହିତ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ, ଇଞ୍ଜିନ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ : ଗତକାଲି ଲଣ୍ଡନରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏୟାର ଇଣ୍ଡିଆର ଜଣେ ପାଇଲଟ୍ ବୋଇଂ ୭୮୭ ଡ୍ରିମଲାଇନର ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍‌ରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ । ଯାହା ଫଳରେ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆ ଏହାର ବୋଇଂ ୭୮୭ ଡ୍ରିମଲାଇନର ଫ୍ଲିଟରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍‌ଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି ।

ସୂଚନାନୁଯାୟୀ, ବିମାନରେ ପ୍ରାୟ ୨୦୦ ଯାତ୍ରୀ ଥିଲେ । ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ରନ୍ ପୋଜିସନରେ ନଥିଲା ଏବଂ କଟ୍-ଅଫ୍ ପୋଜିସନକୁ ଚାଲିଯାଇଥିଲା । ତେଣୁ ଇଞ୍ଜିନକୁ ଚାଲୁ ଏବଂ ବନ୍ଦ କରିବା ପାଇଁ ରନ୍ ଏବଂ କଟ୍-ଅଫର ବ୍ୟବହାର କରାଯାଇଥାଏ । ବିମାନର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ତ୍ରୁଟି ଜଣାପଡିନାହିଁ । ତଥାପି ଏୟାର ଇଣ୍ଡିଆର ଅନ୍ୟାନ୍ୟ ବିମାନର ତଦନ୍ତ ଏବେବି ଜାରି ରହିଛି । ଲଣ୍ଡନ-ବାଙ୍ଗାଲୋର ବିମାନରେ ଦେଖାଦେଇଥିବା ତ୍ରୁଟି ପରେ ତଦନ୍ତ ପାଇଁ ବୋଇଂକୁ ପଠାଇଛି ।

ଅନ୍ୟପଟେ ଏୟାର ଇଣ୍ଡିଆ ପାଖରେ ୩୩ଟି ବୋଇଂ 787 ଡ୍ରିମଲାଇନର ବିମାନ ରହିଛି । ଏୟାର ଇଣ୍ଡିଆର ଫ୍ଲାଇଟ୍ ଅପରେସନ୍ସର ବରିଷ୍ଠ ଉପାଧ୍ୟକ୍ଷ ମନୀଷ ଉପ୍ପାଲ ବୋଇଂ 787 ପାଇଲଟମାନଙ୍କୁ କହିଛନ୍ତି ଯେ ଏୟାରଲାଇନ୍ସ ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍‌ଗୁଡ଼ିକର ପୁଣି ତଦନ୍ତ ଆରମ୍ଭ କରିଛି  ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ଏହାରି ମଧ୍ୟରେ ଉପ୍ପାଲ ଏହା ମଧ୍ୟ କହିଛନ୍ତି ଯେ, ଏୟାରଲାଇନ୍ସର ଇଞ୍ଜିନିୟରିଂ ଦଳ ପ୍ରାଥମିକତା ଭିତ୍ତିରେ ତଦନ୍ତ ପାଇଁ ଏହି ମାମଲାକୁ ବୋଇଂକୁ ପଠାଇଛି ।

Post Views: 31
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In