• About Us
  • Contact Us
Friday, November 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ ଅକଭାନ, ୪ ଜିଲ୍ଲାକୁ ୯୦ କିମି ପବନ ଭୟ

by Voice of Victims
November 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ ଅକଭାନ, ୪ ଜିଲ୍ଲାକୁ ୯୦ କିମି ପବନ ଭୟ

ଭୁବନେଶ୍ବର: ଆରମ୍ଭ ହେଲାଣି ଅକଭାନ ପ୍ରଭାବ । ଅଶାନ୍ତ ହେଉଛି ସମୁଦ୍ର, ବଢ଼ୁଛି ବର୍ଷା । ମାଡ଼ି ଆସୁଛି ଭୀଷଣ ବାତ୍ୟା । ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁର ନିକଟରେ ମାଡ଼ ହେବ ଭୀଷଣ ବାତ୍ୟା ‘ଅକଭାନ । ଲ୍ୟାଣ୍ଡଫଲ୍ ବେଳେ ​ପବନର ବେଗ ରହିବ ଘଣ୍ଟା ପ୍ରତି ୭୦ ରୁ ୯୦ କିମି ରହିବ। ଝଟକା ପବନର ବେଗ ରହିପାରେ ୯୦ କିଲୋମିଟର । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକଭାନ୍ ଉତ୍ତର ଦିଗରେ ଗତି କରି ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ବର୍ତ୍ତମାନ ବାତ୍ୟା ନରସାପୁରଠାରୁ ପ୍ରାୟ ୪୨୦ କିଲୋମିଟର , କଳିଙ୍ଗପାଟନମ୍ ଠାରୁ ୪୦୦ କିଲୋମିଟର , ଚେନ୍ନାଇ ଠାରୁ ୫୯୦ କିଲୋମିଟର ଦୂରରେ ଅଛି ।

ସେହିପରି ଗୋପାଳପୁର ଠାରୁ ୪୯୦ କିଲୋମିଟର ଏବଂ ପୁରୀ ଠାରୁ ୫୫୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ଅଛି ଅକଭାନ । ଆସନ୍ତାକାଲି ମଧ୍ୟାହ୍ନ ପାଖାପାଖି ସମୟରେ ଅକଭାନର ଲ୍ୟାଣ୍ଡଫଲ୍ । ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୭୦ରୁ ୮୦ କିଲୋମିଟିର ଏବଂ ଝଟକ ପବନର ବେଗ ୯୦ କିଲୋମିଟିର ରହିପାରେ। ଗଞ୍ଜମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୱିଣ୍ଡ ସ୍ପିଡ୍ ୯୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ । ସେହିପରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୭୦ କିଲୋମିଟର ବେଗରେ ପବନ ବହିବା ଅନୁମାନ କରାଯାଉଛି ।

Post Views: 42
Share200Tweet125Send
Voice of Victims

Voice of Victims

Recent Posts

  • ବାତ୍ୟା ‘ଆକ୍ୱାନ’ ପ୍ରଭାବିତଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ବାଚସ୍ପତି ସୁରମା ପାଢ଼ୀ
  • ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
  • ବାଲିଯାତ୍ରା ପଡିଆକୁ ନୋ ଡ୍ରୋନ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ
  • ବିରୋଧୀଙ୍କ ହଟ୍ଟଗୋଳ ଓ ଅଚଳାବସ୍ଥା: ସୋମବାର ଯାଏଁ ଗୃହ ମୁଲତବୀ
  • ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In