ଉପକୂଳମୁହାଁ ବାତ୍ୟା ଅକଭାନ୍ ଏବେ ତା’ର ପ୍ରକୋପ ହରାଇ ଦୁର୍ବଳ ହେବାରେ ଲାଗିଛି। ଏହା ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ବାତ୍ୟାର ତୀବ୍ରତା କମିଥିବାରୁ ରାଜ୍ୟ ପାଇଁ ଜାରି ହୋଇଥିବା ରେଡ୍ ଆଲର୍ଟକୁ ହଟାଇ ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ମୁତାବକ, ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିଲା। ଲ୍ୟାଣ୍ଡଫଲ୍ ପରେ ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି।
ଆଗାମୀ ସମୟରେ ଏହି ପାଣିପାଗ ବ୍ୟବସ୍ଥା ଆହୁରି ଦୁର୍ବଳ ହେବ ବୋଲି ଆକଳନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଅବପାତ ଏବଂ ରାତି ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାତ୍ୟା ଦୁର୍ବଳ ହେବା ସହ ରେଡ୍ ଆଲର୍ଟ ପ୍ରତ୍ୟାହାର ହେବା ପରେ ଉପକୂଳବାସୀ ଓ ପ୍ରଶାସନକୁ ବଡ଼ ଆଶ୍ୱସ୍ତି ମିଳିଛି।
