• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡିଶା ଆସୁଛନ୍ତି ଅମିତ ଶାହ, ରାଜ୍ୟ ବିଜେପି ଚଳଚଞ୍ଚଳ

by Voice of Victims
April 25, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡିଶା ଆସୁଛନ୍ତି ଅମିତ ଶାହ, ରାଜ୍ୟ ବିଜେପି ଚଳଚଞ୍ଚଳ

ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ। ଆଜି ଅପରାହ୍ନରେ ସେ ସୋନପୁରରେ ଏକ ସଭାରେ ଯୋଗ ଦେବେ। ତଥ୍ୟ ଅନୁସାରେ ସେ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ୩ଟା ୫୦ରୁ ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ସୋନପୁର ଯିବେ।ସୋନପୁର ରାମେଶ୍ୱରମ୍ ଷ୍ଟାଡିଅମରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବେ।ଏହାପରେ ଅପରାହ୍ନ ସାଢେ ୫ଟାରେ ସେ ପୁଣି ଝାରସୁଗୁଡା ବିମାନବନ୍ଦର ପହଞ୍ଚି ଭୁବନେଶ୍ବର ଅଭିମୁଖେ ଆସିବେ। ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଁଚି ସେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ବିଜେପି ପାଇଁ ଅମିତ ଶାହ ନିର୍ବାଚନ ପ୍ରଚାରର ପ୍ରଥମ ବିଗୁଲ ବଜାଇବେ। କାରଣ ଏ ପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ନେତା ଓଡିଶାକୁ ପ୍ରଚାର ପାଇଁ ଆସି ନାହାଁନ୍ତି। ଖୋଦ ଗୃହମନ୍ତ୍ରୀ ପ୍ରଚାରରେ ଆସୁଥିବାରୁ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପୁରା ଟିମ ସୋନପୁରରେ ଡେରା ପକାଇଛନ୍ତି। ଅମିତ ଶାହ ଆସିଲେ ଓଡିଶା ରାଜନୀତିର ପଟ୍ଟ ପରିବର୍ତ୍ତନ ହେବ ବୋଲି ରାଜ୍ୟ ବିଜେପି ଆଶା କରିଛି।ତେବେ ଅମିତ ଶାହଙ୍କ ଗସ୍ତକୁ ନେଇ ସାରା ଓଡିଶା ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। କାରଣ ସେ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିବେ କି ନାହିଁ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ରହିଛି। କାରଣ ବିଗତ ଦିନରେ ପ୍ରଧାନ ମନ୍ତ୍ରୀ ଦୁଇଥର ଓଡିଶା ଆସିଥିଲେ ମଧ୍ୟ ନବୀନଙ୍କୁ ସମାଲୋଚନା କରି ନ ଥିଲେ। ବରଂ ସେ ନବୀନଙ୍କୁ ପ୍ରଶଂସା କରିଥିଲେ। ଯାହାକୁ ନେଇ ରାଜ୍ୟ ବିଜେପି ଅଡୁଆରେ ପଡିଯାଇଥିଲା।ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇଯାଇଛି। ବିଜେଡି ବିଜେପି ମେଣ୍ଟ ହେବା ନେଇ ବେଶ କିଛି ଦିନ ଧରି ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା। ନିଜେ ଶାହ ମଧ୍ୟ ମେଣ୍ଟ ନେଇ ଦିଲ୍ଲୀରେ ବିବୃତି ରଖିଛନ୍ତି। ତେଣୁ ମେଣ୍ଟ କିଏ କରୁଥିଲା କାହିଁକି କରୁଥିଲା ସେ ନେଇ ଅମିତ ଶାହ କହିବେ କି ନାହିଁ ସେ ଉପରେ ଗଣମାଧ୍ୟମ ତୀକ୍ଷ୍ଣ ଦୃଷ୍ଟି ରଖିଛି।ଓଡିଶା ଆସିବା ପୂର୍ବରୁ ଶାହ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସହିତ ସମାନାସାମନି ମୁକାବିଲା ହେବ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଓଡିଶାର ଶାହ ନବୀନ ପଟ୍ଟନାୟକଙ୍କୁ ନିଶ୍ଚିତ ସାମାଲୋଚନା କରିବେ। ନଚେତ ଭୋଟର ସେହି ବିଜେଡି ବିଜେପି ମେଣ୍ଟ ଅଛି ବୋଲି ଭାବିବେ। ଯାହାଦ୍ବାରା ରାଜ୍ୟ ବିଜେପି ଉପରେ କୁପ୍ରଭାବ ପଡିପାରେ।

Post Views: 26
Tags: Amit Shah is coming to Odisha
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In