• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାଉରକେଲାରେ ବିଜେଡି ସରକାରଙ୍କ ବିରୋଧରେ ଗର୍ଜିଲେ ଅମିତ ଶାହ

by Voice of Victims
May 17, 2024
in ମୁଖ୍ୟ ଖବର, ରାଜ୍ୟ
ରାଉରକେଲାରେ ବିଜେଡି ସରକାରଙ୍କ ବିରୋଧରେ ଗର୍ଜିଲେ ଅମିତ ଶାହ

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅମିତ ଶାହା ଆଜି ଓଡ଼ିଶାର ରାଉରକେଲାଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ସେ ଏହି ଉଦବୋଧନରେ ଓଡିଶାର ବିଜେଡି ସରକାର ଉପରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନ କରିବାକୁ ନେଇ ଟାର୍ଗେଟ କରିଥିଲେ । କାର‌୍ୟକ୍ରମରେ ମଂଚରେ ସୁନ୍ଦରଗଡର ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ରଘୁନାଥପଲ୍ଲୀ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ସହିତ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏପର‌୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିବା ଚାରୋଟି ପର୍ଯ୍ୟାୟରେ ଏନଡିଏ ୨୭୦ ଟି ଆସନ ଅତିକ୍ରମ କରି ୪୦୦ ଆଡ଼କୁ ଗତି କରୁଛି। ଏଥର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ସହିତ ଓଡିଶାରେ ମଧ୍ୟ ବିଜେପି ସରକାର ଗଠନ ହେବାକୁ ଯାଉଛି। ଏଥର ଓଡିଶାରେ ଡବଲ ପରିବର୍ତ୍ତନ ହେବାକୁ ଯାଉଛି, ଲୋକସଭାରେ ୧୫ ରୁ ଅଧିକ ସାଂସଦ ଏବଂ ବିଧାନସଭାରେ ୭୫ ରୁ ଅଧିକ ଆସନ ସହ ଓଡ଼ିଶା ଗେରୁଆମୟ ହେବାକୁ ଯାଉଛି। ଶ୍ରୀ ଶାହା କହିଛନ୍ତି ଯେ କଂଗ୍ରେସ ପାର୍ଟି ରାମ ମନ୍ଦିର ପ୍ରସଙ୍ଗକୁ ୭୦ ବର୍ଷ ଧରି ଅଟକାଇ ରଖିଥିଲା। କିନ୍ତୁ ଦେଶର ଲୋକମାନେ ଦ୍ୱିତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ଏବଂ ୫ ବର୍ଷ ମଧ୍ୟରେ ଶ୍ରୀ ରାମ ଜନ୍ମଭୂମିରେ ଭୁମି ପୂଜନ ବେଲା ଓ ଭବ୍ୟ ରାମ ମନ୍ଦିର ମଧ୍ୟ ନିର୍ମାଣ ହୋଇ ଗଲା। ଯେତେବେଳେ ସାରା ଦେଶ ରାମ ଉତ୍ସବ ପାଳନ କରୁଥିଲା ସେତେବେଳେ ବିଜୁ ଜନତା ଦଳର ସରକାର ରାମ ଉତ୍ସବ ପାଳନ କରିବାକୁ ରୋକୁଥିଲା । ରାମ ଉତ୍ସବ ପାଳନ କରିବାରୁ ରୋକୁ ଥିବା ଦଳକୁ ଓଡିଶାର ଜନସାଧାରଣ ଭୋଟ ଦେବେ ନାହିଁ। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କହନ୍ତି ଯେ ରାଜସ୍ଥାନ ଓ ଓଡିଶାର ଲୋକ ମାନଙ୍କର କାଶ୍ମୀର ସହ କଣ ଦେବା ନେବା ଅଛି । ଖଡଗେ ସାହେବ ଜାଣନ୍ତି ନାହିଁ, ରାଉରକେଲାର ପିଲା – ପିଲା ସମସ୍ତେ କାଶ୍ମୀର ପାଇଁ ନିଜର ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷରୁ ଦେଶର ଘା’ ପାଲଟିଥିବା ଧାରା ୩୭୦କୁ ହଟାଇ ଦେଶରୁ ଆତଙ୍କବାଦକୁ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବାର କାର‌୍ୟ୍ୟ କରିଛନ୍ତି। ଏହି ନିର୍ବାଚନ ଓଡ଼ିଆ ଭାଷା, ସଂସ୍କୃତି ଓ ଗୌରବକୁ ପୁନର୍ସ୍ଥାପିତ କରିବାର ନିର୍ବାଚନ ଅଟେ। ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଝିଅଙ୍କୁ ଦେଶର ରାଷ୍ଟ୍ରପତି କରିଛନ୍ତି, ଯେତେବେଳେ କି କଂଗ୍ରେସ କେବେ ବି କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରିନାହିଁ। କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ ଆୟୋଜିତ ଜି-୨୦ରେ ସାରା ବିଶ୍ୱରୁ ଆସିଥିବା ନେତାଙ୍କ ପାଇଁ ସଜାଯାଇଥିବା ସ୍ୱାଗତ ସ୍ଥାନରେ ଓଡ଼ିଶାର କୋଣାର୍କର ସୂର୍ଯ୍ୟ ମନ୍ଦିରର ଚିତ୍ର ଲଗାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଫଟୋକୁ ଲଗାଇ ଓଡ଼ିଶାକୁ ପୂରା ବିଶ୍ୱରେ ପ୍ରସିଦ୍ଧ କରିବାର କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ପାଇଁ ମୁଦ୍ରା ଓ ଡାକ ଟିକେଟ ବି ଜାରି କରିଛନ୍ତି। ବିଜେଡି ସରକାର ଓଡ଼ିଶାର ଗୌରବକୁ ପ୍ରତିଦିନ ଅପାମନ କରୁଛି। ବିଜେଡି ସରକାର ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳ ବନାଇବା ନାମରେ ଏହାର ଅପମାନ କରୁଛି ।

ଶ୍ରୀ ଶାହ କହିଛନ୍ତି ଯେ, ଏହା ୨୫ ବର୍ଷ ଓଡ଼ିଶାର ବିକାଶର ‘ଲାଷ୍ଟ ଇୟର’ ଅଟେ। ଏହି ୨୫ ବର୍ଷ ଓଡ଼ିଶାକୁ ୫୦ ବର୍ଷ ପଛକୁ ଠେଲିଦେଇଛି। ପଶ୍ଚିମ ଅଂଚଳ ସହିତ ଓଡ଼ିଶା ସରକାର ବୈମାତୃକ ବ୍ୟବହାର କରିଛନ୍ତି। ଆଜି ବି ରାଜ୍ୟର ୨୭ଲକ୍ଷ ପରିବାର ନିକଟରେ ପକ୍କା ଘର ନାହିଁ, ୨୬ ଲକ୍ଷ ଲୋକଙ୍କ ଘରେ ନଳ ଯୋଗେ ଜଳ ନାହିଁ, ୬୪୧୨ ଗାଁକୁ ପକ୍କା ରାସ୍ତା ନାହିଁ, ଓଡ଼ିଶାର ଚାଷୀଙ୍କ ଆୟ ଦେଶରେ ସବୁଠୁ କମ୍ ଅଟେ। ଓଡ଼ିଶାର ଲୋକେ ବିଜେପିର ସରକାର ଗଠନ କଲେ ଏହି ପରିବାରକୁ ପକ୍କା ଘର ମିଳିବ, ନଳ ଯୋଗେ ଜଳ ମିଳିବ, ପକ୍କା ସଡକ ନିର୍ମାଣ ହେବ ଏବଂ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ସରକାର କିଣିବେ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In