• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏମ୍‌ସ ଭୁବନେଶ୍ୱର ନୂତନ ଟ୍ରମା କେନ୍ଦ୍ର ଏବଂ ଅତ୍ୟାଧୁନିକ ହେଲା ମେସିନ୍‌କୁ ଉଦ୍‌ଘାଟନକଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

by Voice of Victims
February 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏମ୍‌ସ ଭୁବନେଶ୍ୱର ନୂତନ ଟ୍ରମା କେନ୍ଦ୍ର ଏବଂ ଅତ୍ୟାଧୁନିକ ହେଲା ମେସିନ୍‌କୁ ଉଦ୍‌ଘାଟନକଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁନର୍ବାର ଅନନ୍ୟ ଯୋଗଦାନ ପୂର୍ବକ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରୋଗୀସେବାରେ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ଏବଂ ହାଇ ଏନର୍ଜୀ ଲିନିୟର୍‌ ଆକ୍ସେଲରେଟର୍‌ (ହେଲା) ମେସିନ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏମ୍‌ସ ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ଧର୍ମଶାଳା, ଟ୍ରମା କେନ୍ଦ୍ର ଏବଂ ହେଲା ମେସିନ୍‌ର ଉଦ୍‌ଘାଟନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟ କହିଛନ୍ତି ଯେ ଏହି ନୂତନ ସୁବିଧାଗୁଡ଼ିକ ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଯଥେଷ୍ଟ ମଜଭୁତ କରିବା ସହିତ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଣ ବୃଦ୍ଧି କରିବ।
                  ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ତାଙ୍କର ଦିଗ୍‌ଦର୍ଶନ ତଥା ପ୍ରତିବଦ୍ଧତା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିସହିତ ସ୍ବାସ୍ଥ୍ୟସେବାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗପୂର୍ବକ ରୋଗୀସେବାକୁ ତ୍ବରାନ୍ବିତ କରିବା ଦିଗରେ ଏମ୍‌ସ ସର୍ବଦା ତତ୍ପର ଥିବା ପ୍ରକାଶ କରିଥିଲେ। ଆଜି ଉଦ୍‌ଘାଟିତ ହୋଇଥିବା ଏହି ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା ରୋଗୀ ସେବାକ୍ଷେତ୍ରରେ ଏକ ନୂତନ ସମୟର ସଂଯୋଗ ସହିତ ଆମ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟରୁ ଆସୁଥିବା ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ବେଶ ଲାଭବାନ ହେବ। ଏମ୍‌ସକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ଆଜି ଉଦ୍‌ଘାଟିତ ହୋଇଥିବା ଧର୍ମଶାଳା କୋଠା ଅତ୍ୟନ୍ତ ସହାୟକ ହେବ। ସୁଲଭ ମୂଲ୍ୟରେ ଦରକାରୀ ସମୟରେ ଏହି ଧର୍ମଶାଳା ବନ୍ଧୁ ଭଳି ସହଯୋଗୀ ସାବ୍ୟସ୍ତ ହେବ। ସେହିଭଳି ଆଇସିୟୁ, ମଡ୍ୟୁଲାର୍ ଓଟି, ୱାର୍ଡ ଏବଂ ଅନ୍ୟାନ୍ୟ ଉଚ୍ଚ-ଯନ୍ତ୍ରପାତି ସହିତ ସଜ୍ଜିତ ନୂତନ ଟ୍ରମା କେନ୍ଦ୍ର ତ୍ବରିତ ଏବଂ ଗୁଣବତ୍ତାପୂର୍ଣ୍ଣ ଜରୁରୀକାଳୀନ ସେବା ଯୋଗାଇଦେବ। ଗୁରୁତର ଆବଶ୍ୟକତା ଥିବା ରୋଗୀଙ୍କ ପାଇଁ ସଠିକ୍ ସମୟରେ ସହାୟତା ପ୍ରଦାନ କରିବ ଏହି ଟ୍ରମା କେନ୍ଦ୍ର। ଅତ୍ୟାଧୁନିକ ନୂତନ ଟ୍ରମା କେନ୍ଦ୍ର ଗୁରୁତର ଆଘାତଜନିତ ଅବସ୍ଥାରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନରେ ବେଶ ଉପଯୋଗୀ ହେବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ନୂତନ ହେଲା ମେସିନ୍‌ ବିକିରଣ ଚିକିତ୍ସା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ଅପେକ୍ଷା ସମୟକୁ ହ୍ରାସ କରିବ ଏବଂ ସାମଗ୍ରୀକ କର୍କଟ ଚିକିତ୍ସା ଯୋଗାଇବାରେ ଏହା ସହାୟକ ହେବାନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ରଶ୍ମି ରଂଜନ ସେଠୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅତିଥିଗଣ ଏମ୍‌ସ ମୁଖ୍ୟ ଅଡିଟୋରିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ୧୫୯ଟି କୋଠରୀଯୁକ୍ତ ୪୯୨ ଶଯ୍ୟାବିଶିଷ୍ଟ ତିନି ମହଲା ଧର୍ମଶାଳା ନାଲ୍‌କୋର ସିଏସ୍‌ଆର ପାଣ୍ଠି ବିନିଯୋଗରେ ନିର୍ମାଣ କରାଯାଇଛି। ଏଠାରେ ଭୋଜନ ସୁବିଧା ସହିତ ପୁରୁଷ ଏବଂ ମହିଳାମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ଏହି ଧର୍ମଶାଳାରେ ସୁଲଭ ମୂଲ୍ୟରେ ରହିପାରିବେ। ରାଜ୍ୟ ତଥା ରାଜ୍ୟ ବାହାରୁ ଏମ୍‌ସକୁ ଚିକିତ୍ସା ନିମନ୍ତେ ଆସୁଥିବା ଆର୍ଥିକ ଅନଗ୍ରସର ରୋଗୀଙ୍କ ପାଇଁ ଏହି ଧର୍ମଶାଳା ବେଶ୍‌ ଉପଯୋଗୀ ହେବ। ଓଡ଼ିଶା ତଥା ଦେଶର ନୂତନ ଏମ୍‌ସ ଗୁଡ଼ିକ ମଧ୍ୟରେ ଏପରି ଧର୍ମଶାଳା ବ୍ୟବସ୍ଥା ପ୍ରବର୍ତ୍ତନରେ ଏମ୍‌ସ ଭୁବନେଶ୍ୱର ଅଗ୍ରଣୀ।ଏମ୍‌ସ ଭୁବନେଶ୍ୱରରେ ଆଜି ଉଦ୍‌ଘାଟିତ ହୋଇଥିବା ଅତ୍ୟାଧୁନିକ ନୂତନ ଟ୍ରମା କେନ୍ଦ୍ରରେ ମୋଟ ୮୬ଟି ଶଯ୍ୟା ଏବଂ ୧୯ ଟି ଆଇସିୟୁ ରହିଛି। ଏହି ନୂତନ କେନ୍ଦ୍ରରେ ଫଲୋଅପ୍ କ୍ଲିନିକ୍, ସିଟି ସ୍କାନ୍‌, ତିନୋଟି ମଡ୍ୟୁଲାର୍ ଓଟି, ଇଣ୍ଟରଭେନ୍‌ସନାଲ କ୍ୟାଥଲ୍ୟାବ୍ ସମେତ ଅନ୍ୟାନ୍ୟ ପରୀକ୍ଷା ସେବା ଉପଲବ୍ଧ। ଏଥିସହିତ ଏହି ଟ୍ରମା କେନ୍ଦ୍ର ରେସିଡେଣ୍ଟ୍‌ ଡାକ୍ତର ଏବଂ ଅନ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ତାଲିମ ପ୍ରଦାନରେ ମଧ୍ୟ ସକ୍ଷମ ହେବ। ରାଜ୍ୟରେ ଏକ ସ୍ୱତନ୍ତ୍ର ଟ୍ରମା କେନ୍ଦ୍ର ହୋଇଥିବାରୁ ଏହି କେନ୍ଦ୍ର ଗୁରୁତର ଆଘାତ ପୀଡ଼ିତମାନଙ୍କୁ ଗୁଣାତ୍ମକ ଏବଂ ଶୀଘ୍ର ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅତ୍ୟାଧୁନିକ ହେଲା ମେସିନ୍‌ ବିକିରଣ ସେବା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ଏକ ବିଶେଷ ବ୍ୟବସ୍ଥା କରିବ। ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ, ଗୁଣାତ୍ମକ ଏବଂ ବିସ୍ତୃତ କର୍କଟ ଚିକିତ୍ସା ବ୍ୟବସ୍ଥା ହେଲା ମେସିନ୍‌ ଦ୍ବାରା ସମ୍ଭବ ହୋଇପାରିବ। କର୍କଟ ରୋଗୀମାନେ ବର୍ତ୍ତମାନ ଏକ ଗୁଣବତ୍ତାପୂର୍ଣ୍ଣ ଜୀବନ ଅତିବାହିତ କରିବାର ସୁଯୋଗ ଲାଭ କରିପାରିବେ। ଏହି ଜ୍ଞାନକୌଶଳ ଚମତ୍କାର ଭାବରେ ଆଧୁନିକ ବିକିରଣ ଚିକିତ୍ସାକୁ ସୁସଂଗତ କରିବ ଏବଂ ଟ୍ୟୁମର୍‌କୁ ସଠିକ୍ ଭାବରେ ଟାର୍ଗେଟ୍ କରି ସାଧାରଣ ଟିସୁକୁ ସୁରକ୍ଷା ଦେଇଥାଏ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In