ରଣପୁର (ଭିଓଭି): ରଣପୁର ବ୍ଳକ ଗୋପାଳ ପୁର ପଞ୍ଚାୟତ ସନ୍ନିକଟ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ପୋଷ୍ଟ ଅଫିସ୍ ନିକଟର ମଦନମୋହନ ବିହାର ପିଲା ମାନଙ୍କର ଆଜି ବାର୍ଷିକ ଖେଳକୁଦ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ଜଳଧର ସାହୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜନ କରାଯାଇଛି । ୫୦ ଜଣ ଛାତ୍ରଛାତ୍ରୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ । ଦୌଡ, ଆଳୁ ଚାମଚ , ବେଙ୍ଗଡିଆଁ , ବଲ୍ ଫିଙ୍ଗା, ସଂଗୀତ ଚୌକି ପ୍ରଭୃତି ଖେଳ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଅନୁପମା ଦାଶ ସହଯୋଗ କରିଥିଲେ । ପ୍ରଭାତ ପ୍ରଧାନ କ୍ରୀଡା ସଂଯୋଜନା କରିଥିଲେ । ସେହିପରି ମହତପଲା ସରସ୍ବତୀ ଶିଶୁମନ୍ଦିରରେ ଏହି ଭାବରେ କ୍ରୀଡା ଦିବସ ପାଳିତ ହୋଇଛି । ପ୍ରଧାନ ଆଚାର୍ଯ୍ୟା ନିରୁପମା କର ସୋମନାଥ ପରିଡା, ମମତା ମଞ୍ଜୁରୀ ସାମନ୍ତରା, ରେବତୀ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ସ୍ବୟଂ ପ୍ରଭା ସାହୁ ଗୁରୁମା ଧନ୍ୟବାଦ ଦେଇ । କାର୍ଯ୍ୟକ୍ରମ କୁ ଉଦ୍ ଯାପନ୍ କରିଥିଲେ ।
