• About Us
  • Contact Us
Saturday, June 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢିବେ ଅନ୍ନାମଲାଇ, ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନରେ ଦେବ ପ୍ରାର୍ଥୀ

by Voice of Victims
June 6, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢିବେ ଅନ୍ନାମଲାଇ, ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନରେ ଦେବ ପ୍ରାର୍ଥୀ

ଚେନ୍ନାଇ : ତାମିଲନାଡୁ ରାଜନୀତିରେ ବଡ଼ ବିସ୍ଫୋରଣ । ବିଜେପିରୁ ଇସ୍ତଫା ଦେବା ପରେ ନୂଆ ଆଞ୍ଚଳିକ ଦଳ ଗଢିବା ପାଇଁ କହିଛନ୍ତି ଅନ୍ନାମଲାଇ । ଅନ୍ନାମଲାଇ ପ୍ରେସ କନଫରେନ୍ସ କରି ନିଜର ଭବିଷ୍ୟ ବିଷୟରେ କହିଛନ୍ତି । ବିଜେପିରୁ ଇସ୍ତଫା ଦେବା ପରେ କେ ଅନ୍ନାମଲାଇ କହିଛନ୍ତି, ମୁଁ ବିଜେପିରୁ ଇସ୍ତଫା ଦେଇଛି । ଆଜିଠାରୁ ନୂଆ ଯାତ୍ରା ଆରମ୍ଭ ହେବ । ୪ ଡିସେମ୍ବର ୨୦୨୫ରେ ଇସ୍ତଫା ଦେବାକୁ ଦଳକୁ ଜଣାଇଥିଲେ । ନିର୍ବାଚନ ଶେଷ ହେବା ପରେ ବିଜେପି ଯିବାକୁ କହିଥିଲା । ଆମର ରାଜନୈତିକ ଦଳ ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କହିଛନ୍ତି ଅନ୍ନାମଲାଇ। ବିଜେପି ଜାତୀୟ ସଭାପତି ନିତିନ ନବୀନ ତାଙ୍କର ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ।

ଅନ୍ନାମଲାଇ କହିଛନ୍ତି ଯେ, ରାଜନୈତିକ ଲକ୍ଷ୍ୟ ଏବେ ପୂର୍ବ ଅପେକ୍ଷା ବହୁତ ବଡ଼ ହୋଇଯାଇଛି । ଲୋକଙ୍କୁ ସାଥୀରେ ନେଇ ଆଗକୁ ବଢିବାକୁ ହେବ । ବିଜେପିରେ ଥିବା ସମୟରେ ସେ କେବେ ତାମିଲନାଡ଼ୁର ପରିଚୟ, ସଂସ୍କୃତି ଏବଂ ରାଜ୍ୟର ଜଳ ଅଧିକାର ଭଳି ପ୍ରସଙ୍ଗରେ ସାଲିସ୍ କରିନାହାଁନ୍ତି । ବହୁତ ଭାବିଚିନ୍ତି ବିଜେପି ଛାଡ଼ିବା ନିଷ୍ପତ୍ତି ନେଇଛି ।

୨୦୨୦-୨୧ ମସିହାରେ ବିଜେପିରେ ଯୋଗଦେବା ପରେ ଅନ୍ନାମଲାଇ ଅତି କମ୍ ସମୟ ମଧ୍ୟରେ ରାଜ୍ୟରେ ଦଳର ସବୁଠାରୁ ଜନପ୍ରିୟ ଓ ପ୍ରଭାବଶାଳୀ ନେତା ହୋଇଥିଲେ । ଗତ ଜୁନ୍ ୨ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସଭାପତି ନୀତିନ ନବୀନ ଏବଂ ବି.ଏଲ୍. ସନ୍ତୋଷଙ୍କ ଭଳି ଶୀର୍ଷ ନେତୃତ୍ୱଙ୍କ ସହ ଦୀର୍ଘ ଆଲୋଚନା କରିବା ପରେ ସେ ନିଜର ଇସ୍ତଫା ପତ୍ର ଦେଇଥିଲେ । ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପିର ଆଶାନୁରୂପ ପ୍ରଦର୍ଶନ ହୋଇନପାରିବା ଏବଂ ଏଆଇଏଡିଏମକେ ସହ ମେଣ୍ଟକୁ ନେଇ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ତାଙ୍କର ମତଭେଦ ରହିଥିଲା । ଆନ୍ନାମଲାଇ ତାମିଲନାଡୁରେ ବିଜେପିକୁ କୌଣସି ଆଞ୍ଚଳିକ ଦଳର ସାହାରା ନନେଇ ସ୍ୱତନ୍ତ୍ର ଭାବେ ଗଢ଼ିବାକୁ ଚାହୁଁଥିଲେ, ଯାହାକୁ ନେଇ ଦଳ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଚାଲିଥିଲା।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ
  • ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା
  • ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ
  • ‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ
  • ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢିବେ ଅନ୍ନାମଲାଇ, ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନରେ ଦେବ ପ୍ରାର୍ଥୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In