ନୂଆଦିଲ୍ଲୀ; ଦିନକୁ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରୁଛି ଏୟାର ଇଣ୍ଡିଆ ବିମାନ । କିଛି ବିମାନକୁ ବାତିଲ କରାଯାଉଥବା ବେଳେ କିଛି ବିମାନକୁ ମଝି ଆକାଶରୁ ଫେରାଇ ଦିଆଯାଉଛି । ପୁଣିଥରେ ଏବେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇଯାଇଛନ୍ତି ଯାତ୍ରୀ ।
ସୂଚନା ମୁତାବକ, ଆଜି ସକାଳୁ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜଣେ କ୍ର୍ୟୁ ମେମ୍ବରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ଏୟାର ଇଣ୍ଡିଆ ବିମାନ ୨୯୪୮ରେ ବୋମା ଅଛି ବୋଲି ଧମକ ଆସିଛି । ଏହାପରେ ବିମାନକୁ ତୁରନ୍ତ ଯାଞ୍ଚ କରାଯାଇଥିଲା । କିନ୍ତୁ ଟିମଙ୍କୁ କିଛି ମିଳିନଥିଲା । ଏହା ପରେ,ଏହାକୁ ଏକ ଗୁଜବ ବୋଲି ଘୋଷଣା କରାଯାଇଥିଲା ।

ତେବେ ବାରମ୍ବାର ଏଭଳି ଧମକପୂର୍ଣ୍ଣ କଲକୁ ନେଇ ଏୟାର ଇଣ୍ଡିଆର ସମସ୍ତ ସଦସ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ସେପଟେ କିଏ ଏମିତି ମିଥ୍ୟା ଧମକ ଦେଉଛି ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।ସୂଚନାଯୋଗ୍ୟ, ଗତ କିଛି ସପ୍ତାହ ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଅନେକ ଯାନ୍ତ୍ରିକ ଏବଂ ପରିଚାଳନ ସମସ୍ୟା ଦେଖାଦେଇଛି । ଫଳରେ ଏୟାର ଇଣ୍ଡିଆ ବିମାନର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଅନେକ ବିମାନର ଉଡ଼ାଣ ରଦ୍ଦ କରିଦିଆଯାଇଥିବା ବେଳେ ଅନେକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି ।
ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଏୟାରପୋର୍ଟରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏକ ମେଡିକାଲ କଲେଜ ଉପରେ ଖସିପଡିଥିଲା । ଏଥିରେ ଥିବା ୨୪୧ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା । ସେହିପରି ମେଡିକାଲ କଲେଜର କିଛି ପିଲାଙ୍କ ଜୀବନ ଚାଲିଯାଇଥିଲା ।
