• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଅପରାଜିତା ନା ଶ୍ରୀମୟୀ

by Voice of Victims
January 5, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଅପରାଜିତା ନା ଶ୍ରୀମୟୀ

ଓଡିଶାର ଏକୋଇଶିଟି ଲୋକସଭା ଆସନ ମଧ୍ୟରୁ ଭୁବନେଶ୍ୱର ଲୋକସଭା ଆସନର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ରାଜ୍ୟର ରାଜଧାନୀ ସହିତ ସଂପୃକ୍ତ ହୋଇଥିବାରୁ ଏହି ଆସନର ମର୍ଯ୍ୟାଦା ମଧ୍ୟ ଅଧିକ । ଅତୀତରେ ଏହି ଆସନରୁ ଅନେକ ଜ୍ଞାନୀ, ଗୁଣୀ ତଥା ବିଚକ୍ଷଣ ରାଜନୈତିକ ପ୍ରତିଭା ଲୋକସଭାକୁ ନିର୍ବାଚିତ ହୋଇ ଅନେକ ସୁନାମ ପାଇଛନ୍ତି । ସେମାନଙ୍କ ମଧ୍ୟରୁ କମ୍ୟୁନିଷ୍ଟ ଦଳର ସ୍ୱର୍ଗତଃ ଶିବାଜୀ ପଟ୍ଟନାୟକ, କଂଗ୍ରେସ ଦଳର ସ୍ୱର୍ଗତ ଚିନ୍ତାମଣି ପାଣିଗ୍ରାହୀ ଓ ସୈାମ୍ୟରଂଜନ ପଟ୍ଟନାୟକ, ବିଜେଡିର ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ ବର୍ତ୍ତମାନର ଲୋକପ୍ରିୟ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମ ଉଲ୍ଲେଖଯୋଗ୍ୟ ।
ଆସନ୍ତା ବର୍ଷ (୨୦୨୪) ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏବେଠାରୁ କିଛି ଅଜଥା କଥା ଚର୍ଚ୍ଚା ହେଲାଣି । ବର୍ତ୍ତମାନର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ବିଜେଡି ପକ୍ଷରୁ ଶ୍ରୀମୟୀ ମିଶ୍ର ଲଢେଇ କରିବେ ବୋଲି ଏକ ଜୋରଦାର୍ ଚର୍ଚ୍ଚା ମଧ୍ୟ ହେଲାଣି । ବିଜେପିରୁ ଅପରାଜିତା ଷଡଙ୍ଗୀ ଲଢିବା ନିଶ୍ଚିତ, କାରଣ ସେ ସଂସଦୀୟ କ୍ଷେତ୍ରରେ ତାଙ୍କର ନିୟମିତ କାର୍ଯ୍ୟକ୍ରମ ଜାରିରଖିଛନ୍ତି । ଶ୍ରୀମୟୀ ମିଶ୍ର ମଧ୍ୟ ପଛରେ ନାହାଁନ୍ତି । ସେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଉପସ୍ଥିତି ଜାହିର୍ କରୁଛନ୍ତୁ । କିନ୍ତୁ ବିଜେଡି ଦଳ ପ୍ରତିଷ୍ଠା ହେବା ଦିନଠାରୁ ଏପରି ଏକ ରହସ୍ୟମୟ ଦଳ ଭାବରେ ଉଭାହେଇଛି ଯେ ତାହାର କୈଣସି ଆସନର ଟିକେଟ ନାମାଙ୍କନ ପର୍ଯ୍ୟନ୍ତ ଫାଇନାଲ ନୁହେଁ ବୋଲି ସଭିଏଁ ଜାଣନ୍ତି । ଏପରିକି ନାମାଙ୍କନ ପରେ ମଧ୍ୟ ଟିକେଟ କଟିଯିବାର ଅନେକ ନଜିର ରହିଛି । ଏପରି ସ୍ଥଳେ ବିଜେଡି ଦଳର କର୍ମୀ, କୁଜି ନେତା, ଛାମୁଆ ନେତା, ଦଳୀୟ ପଦାଧିକାରୀ, ଭୁବନେଶ୍ୱରର ତିନି ତିନି ଜଣ ବିଧାୟକ, ଭୁବନେଶ୍ୱର ମହାନଗର ନିଗମ ମେୟର ସମସ୍ତେ ପରୋକ୍ଷରେ ଶ୍ରୀମୟୀ ହିଁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି କହୁଛନ୍ତି ।
ବର୍ତ୍ତମାନର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ଶ୍ରୀମୟୀ ମିଶ୍ରଙ୍କ ତୁଳନାତ୍ମକ ଚିତ୍ର ଦେବାକୁ ଆମେ ଚାହୁଁନାହୁଁ କିନ୍ତୁ କିଛି କଥା ସମସ୍ତଙ୍କୁ ଜଳଜଳ ହେଇ ଦିଶୁଛି । ସାଧାରଣ ଜନତା ଅପରାଜିତା ଷଡଙ୍ଗୀଙ୍କ ସହିତ ଅଛନ୍ତି କାରଣ ଯେଉଁଠିକି ଗଲେ ତାଙ୍କ ସଭାରେ ପ୍ରବଳ ଜନସମାଗମ ହେଉଛି । ଅପରପକ୍ଷରେ ଶ୍ରୀମୟୀ ମିଶ୍ର ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଭଲ ସମ୍ପର୍କ ରଖିଥିଲେ ମଧ୍ୟ କେବଳ ଦଳୀୟ କର୍ମୀ ନା ନେତାଙ୍କୁ ଛାଡିଦେଲେ ସାଧାରଣ ଜନତାଙ୍କ ଆସ୍ଥାଭାଜନ ସେ ଏପର୍ଯ୍ୟନ୍ତ ହୋଇପାରି ନାହାଁନ୍ତି । ବିଜେଡି ଉପର ମହଲରୁ ତାଙ୍କୁ ଏକରକମ ପ୍ରାୟୋଜିତ କରାଯାଉଛି ବୋଲି ଜଣାପଡୁଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବେକରେ ଦଳୀୟ ପତକା ପକାଇ ରାଜ୍ୟସଭା ସାଂସଦ ସୁଲତା ଦେଓ ତାଙ୍କ ପଦବୀ ହରାଇ ଥିବାବେଳେ ଶ୍ରୀମୟୀ ମିଶ୍ର କିନ୍ତୁ ନବୀନଙ୍କ ଛାତିରେ ବ୍ୟାଚ୍ ଲଗାଇ ଛାଡ ପାଇଗଲେ । ଏଥିରୁ ଦଳର ଉପର ମହଲରେ ତାଙ୍କର ଯଥେଷ୍ଟ ପ୍ରଭାବ ଥିବା ମନେହୁଏ ।
ଅପରାଜିତା ଷଡଙ୍ଗୀ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଦକ୍ଷ ପ୍ରଶାସିକା ଭାବରେ ନିଜକୁ ପ୍ରମାଣିତ କରିସାରିଛନ୍ତି । ବିଏମସି କମିଶନର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବରେ ସେ ଅନେକ ସଫଳତା ପାଇଛନ୍ତି । ଯାହାକୁ ଆଜି ପର୍ଯ୍ୟନ୍ତ ଜନସାଧାରଣ ମନେରଖିଛନ୍ତି । ରାଜନୀତିକୁ ଆସି ପ୍ରଥମଥର ଭୁବନେଶ୍ୱର ସାଂସଦ ଭାବରେ ବହୁତ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିବା ସହିତ ସବୁବେଳେ ଲୋକଙ୍କ ସହିତ ଯୋଡିହେଇ ରହିଛନ୍ତି । ରାଜ୍ୟର ମନ୍ଦିର, ଐତିହ୍ୟ, ସଂସ୍କୃତିକୁ ବଞ୍ଚାଇବା ନିମନ୍ତେ ଲଢେଇ, ଆଦିବାସୀ ଜମି ପ୍ରସଙ୍ଗ, ଡେରାସ ଡ୍ୟାମ୍ ପାଣି ଅବରୋଧ, ସରକାରଙ୍କ ଅଣଓଡ଼ିଆ ଠିକାଦାର ପ୍ରେମ, ଭୁବନେଶ୍ୱର ସରକାରୀ ଜମି ହଡପ, ମହାଜନୀ ସୁଧ କାରବାର ଘଟଣାରେ ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାର ଚେଷ୍ଟା ପାଇଁ ସାଧାରଣ ଜନତା ତାଙ୍କୁ ବହୁତ ପସନ୍ଦ କରୁଥିବାର ଜଣାପଡିଛି । ଅନେକ ଘଟଣାରେ ସେ ନବୀନ ପଟ୍ଟନାୟକ ସରକାରକୁ ଅପଦସ୍ତ କରିବା ସହିତ ଭିତିରି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି । ସେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ହୋଇପାରିବେ ଏବଂ ତାଙ୍କର ପାରିବା ପଣିଆ ସନ୍ଦେହର ଉର୍ଦ୍ଦ୍ୱରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଜନସମାଗମକୁ ଦେଖିଲେ ଅପରାଜିତା ଷଡଙ୍ଗୀ ଯେ ବେଶ୍ ଲୋକପ୍ରିୟ ସେକଥା ଗୁଇନ୍ଦା ସୂତ୍ରରୁ ଜାଣି ବିଜେଡି ସୁପ୍ରୀମ୍‌ଙ୍କ ଅକଲ ଗୁଡୁମ ହେଲାଣି । ସେଥିପାଇଁ ତାଙ୍କୁ ଯେକୈାଣସି ଉପାୟରେ ଚେକ୍ ଦେବାକୁ ବିଜେଡି ଶୀର୍ଷ ନେତୃତ୍ୱ ଚିନ୍ତା କରୁଛନ୍ତି ।
ଅନ୍ୟ ପକ୍ଷରେ ଶ୍ରୀମୟୀ ମିଶ୍ର ପ୍ରଥମେ ବଲାଙ୍ଗୀର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । କିନ୍ତୁ ବଲାଙ୍ଗୀର ରାଜପରିବାରକୁ କାଟି ଟିକେଟ ହାତେଇବା ଏତେ ସହଜ ନୁହେଁ ଜାଣି ଭୁବନେଶ୍ୱର ଦଳୀୟ ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହେଇ ପ୍ରଥମେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷ ହେଲେ । ପରେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସଂସ୍ଥାର ମୁଖିଆ ହୋଇ କ୍ୟାବିନେଟ୍ ପାହ୍ୟାର ସୁବିଧା ହାତେଇଲେ । ହେଲେ, ଏବେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି କେବଳ ଦଳର କର୍ମୀମାନଙ୍କ ଦ୍ୱାରା ପ୍ରଚାର କରୁଛନ୍ତି । କିନ୍ତୁ ସାଧାରଣ ଜନତା ଶ୍ରୀମୟୀ ମିଶ୍ରଙ୍କୁ ନେଇ ଏତେ ଉତ୍ସାହିତ ନାହାଁନ୍ତି । ତାଙ୍କୁ ବିଭିନ୍ନ ଅନୁଷ୍ଠାନ, ସ୍କୁଲ୍ ଓ କଲେଜ୍ ଇତ୍ୟାଦିରେ ଜବରଦସ୍ତ ଅତିଥି କରିବାକୁ ସରକାରୀ ଚାପ ପଡୁଥିବା ଜଣାପଡିଛି । ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ଭଲ ଗାୟିକା ଭାବରେ ଜଣାଶୁଣା ଥିଲେ । ଓଡିଶୀ ନୃତ୍ୟାଙ୍ଗନା ଭାବରେ ଅନ୍ୟ ଏକ ପରିଚୟର ଅଧିକାରିଣୀ ଶ୍ରୀମୟୀ ମିଶ୍ର ବିଜେଡି ଦଳରେ ଯୋଗଦେବା ପରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ମହିଳା ସଞ୍ଚାଳକ ଭାବରେ ତାଙ୍କର ସୁନ୍ଦର ଉପସ୍ଥାପନାଶୈଳୀ ଓ ସଂଯୋଜନା ନିମନ୍ତେ ବିଜେଡି ଦଳର ଶୀର୍ଷ ନେତୃତ୍ୱ ସହିତ ତାଙ୍କର ଘନିଷ୍ଠତା ବଢିଲା । ଆଗପଛ ହୋଇ ଦୁଇଦୁଇଟି ନିଗମର ଅଧ୍ୟକ୍ଷ୍ୟ ପଦ ହାତେଇ କ୍ୟାବିନେଟ ପାହ୍ୟା ସୁବିଧା ପାଇଲେ । ବର୍ତ୍ତମାନ, ଭୁବନେଶ୍ୱର ଲୋକସଭା ସିଟ୍‌ର ପ୍ରବଳ ଦାବିଦାର ବନିଛନ୍ତି ।
ଅପରାଜିତାଙ୍କ ପଛରେ ଅଛନ୍ତି ସାଧାରଣ ଜନତା, ତାଙ୍କର ରହିଛି ପ୍ରବଳ ପ୍ରଶାସନିକ ଅଭିଜ୍ଞତା, ଥରେ ସାଂସଦ ହୋଇ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରି ସାଉଁଟିଛନ୍ତି ଅସମ୍ଭବ ଲୋକପ୍ରିୟତା ଏବଂ ସର୍ବୋପରି ନବୀନଙ୍କ ବିକଳ୍ପ ହେବାର ସେ ରଖିଛନ୍ତି ଦକ୍ଷତା । ଶ୍ରୀମୟୀଙ୍କ ପଛରେ କେବଳ ଦଳୀୟ ନେତା, ତାଙ୍କର ଜିରୋ ପ୍ରଶାସନିକ ଦକ୍ଷତା, ସାଧାରଣ ଜନତାଙ୍କ ସମସ୍ୟା ବିଷୟରେ ଅବଗତ ନୁହଁନ୍ତି କି ବିଶେଷ ଲୋକପ୍ରିୟ ନୁହଁନ୍ତି କେବଳ ନବୀନ ବ୍ରାଣ୍ଡ୍‌କୁ ଭରସା । ଏପରିସ୍ଥଳେ ଯଦି ଉଭୟ ନିର୍ବାଚନ ମଇଦାନରେ ଲଢେଇ କରନ୍ତି ତେବେ କାହାକୁ ଲୋକେ ପସନ୍ଦ କରି ଭୋଟ୍ ଦେବେ ଏବଂ ସମ୍ମାନଜନକ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ କରେଇବେ ଏକଥା ଦେଖିବାକୁ ବାକିରହିଲା ।

କୈଳାସ ଚନ୍ଦ୍ର ଶତପଥୀ
ଆଇନଜୀବୀ,
ଓଡିଶା ହାଇକୋର୍ଟ, କଟକ-୨

Post Views: 67
Share206Tweet129Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In