କଟକ, କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କଲେଜ ଛକ ଯଶୋଦା ସଦନ ଠାରେ ‘ଆର୍ଟ୍ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଶିଳ୍ପା ଦାସଙ୍କ ନେତୃତ୍ୱରେ ଶ୍ରୀଚେତା ପାରୁଲ, ସାନ୍ତ୍ୱନା ସାଗ୍ନିକ, ପ୍ରତ୍ୟୁଷା ମୁଖାର୍ଜୀ, ସ୍ୱାଗତିକା ମହାନ୍ତି ଓ ସତ୍ୟ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଯଶୋଦା ସଦନରେ ରହି ପାଠ ପଢ଼ୁଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟ ଉପକରଣ, ପାଣି ବୋତଲ, ବିସ୍କୁଟ ଓ ଚକୋଲେଟ ପ୍ରଭୃତି ବିତରଣ କରିଥିଲେ।
ଏହି ଅବସରରେ ଯଶୋଦା ସଦନର ସଞ୍ଚାଳକ ବଂଶୀଧର ପ୍ରଧାନ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ଶଙ୍କର୍ଷଣ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।
