ଭୁଵନେଶ୍ଵର: ଭୁଵନେଶ୍ଵର ଉପକଣ୍ଠ କେଶୁରା ଗ୍ରାମ ନିକଟସ୍ଥ ଆଶୁତୋଷ ନଗର କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ଏକଦିବସୀୟ ଆଶୁତୋଷ ନଗର ପ୍ରିମିୟର ଲିଗ୍ ରବିବାର ଉଦଯାପିତ ହୋଇଯାଇଅଛି। ପ୍ରିମିୟର ଲିଗକୁ ଯୁବ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ରଞ୍ଜନ ସାମଲ ଉଦଘାଟନ କରି ସମସ୍ତ ଖେଳାଳି ମାନଙ୍କୁ ଭଲ ଖେଳିବା ପାଇଁ ଉତ୍ସାହିତ କରିଥିଲେ ଏବଂ ଭବିଷ୍ୟତରେ ଏଭଳି ଲିଗ୍ ଆୟୋଜନ କରିବା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଫାଇନାଲ ମ୍ୟାଚ ବବୁଲ ଇଲେଭେନ୍ ଏବଂ ଦିବ୍ୟ ଇଲେଭେନ୍ ମଧ୍ୟରେ ଖେଳାଯାଇଥିଲା। ଦିବ୍ୟ ଇଲେଭେନ୍ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୪ ୱିକେଟ ବିନିମୟରେ ୧୬୮ ରନ କରିଥଵା ବେଳେ ଵଵୁଲୁ ଇଲେଭେନ୍ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୫ ରନ୍ କରି ୧୩ ରନ୍ ରେ ପରାସ୍ତ ହୋଇଥିଲା। ଦିବ୍ୟ ଇଲେଭେନର ଅଧିନାୟକ ଦିବ୍ୟ ଶୃଙ୍ଖଳା ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ନାରୀ ସଶକ୍ତୀକରଣ କୁ ସମ୍ମାନ ଓ ସମର୍ଥନ କରି କ୍ଳବର ଖେଳାଳିମାନେ ସୋସାଇଟିର ମହିଳା ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ସେମାନଙ୍କଠାରୁ ଟ୍ରଫି ଓ ପୁରସ୍କାର ଗ୍ରହଣ କରିଥିଲେ। କ୍ଳବର ସମସ୍ତ ଖେଳାଳି ମ୍ୟାଚ ପରିଚାଳିତ କରିଥିଲେ।
