• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

by Voice of Victims
December 17, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର: ଆଜିଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଆରମ୍ଭ ହୋଇଅଛି। ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ରତ୍ନ ଭଣ୍ଡାର ଭିତରେ ଭାରା ବନ୍ଧା କାର୍ଯ୍ୟ ଆରମ୍ଭ କରାଯାଇଅଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଭିତର ରତ୍ନଭଣ୍ଡାର ଘରର ଚାବି ଖୋଲାଯାଇଥିବା ବେଳେ ଏଏସଆଇ ଦ୍ୱାରା ଭାରା ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପ୍ରଥମେ ଭିତର ରତ୍ନଭଣ୍ଡାର ମରାମତି କରାଯିବା ପରେ ବାହାର ଭଣ୍ଡାର ମରାମତି କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ଦିନକୁ ପ୍ରାୟ ୫ ଘଣ୍ଟା ମରାମତି ହେବାକୁ ଥିବାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଛି। ମରାମତିର ପ୍ରଥମ ଦିନରେ ଏଏସଆଇର କୁଶଳୀ ଶ୍ରମିକ ମାନେ ଭିତର ରତ୍ନଭଣ୍ଡାରରେ ଲୁହାଭାରା ବାନ୍ଧିଥିବା ବେଳେ ଆଗକୁ ଡି ପ୍ଲାଷ୍ଟରିଂ ଅର୍ଥାତ ଚୂନ ଛଡାଯାଇ ପରିଷ୍କାର କରାଯିବ। ଏଏସଆଇ ତରଫରୁ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଦୈନିକ ୫ ଘଣ୍ଟା ମରାମତି କରିବାକୁ ଲକ୍ଷ ରଖାଯାଇଛି। ପ୍ରାୟ ୧୫ ରୁ ୨୦ ଜଣ କୁଶଳୀ ଶ୍ରମିକ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏକ୍ସପର୍ଟ ଟିମ୍ ସହ ଶ୍ରୀମନ୍ଦିର ବୈଷୟିକ ଟିମ୍,ଏଏସଆଇ ପୁରୀ ସର୍କଲ ଅଧିକାରୀ ମାନେ ମରାମତି କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି। ତେବେ ମରାମତି କାର୍ଯ୍ୟରେ ଯୋଉମାନେ ଲିପ୍ତ ରହିଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପରିଚୟପତ୍ର ପ୍ରଦାନ କରାଯାଇଛି। ମରାମତି ପାଇଁ ପ୍ରଥମେ ଭିତର ରତ୍ନଭଣ୍ଡାରରେ ଲୁହାଭାରା ବନ୍ଧା ଯାଇଥିବା ବେଳେ ଆଗକୁ ଡିପ୍ଲାଷ୍ଟରିଂ ଅର୍ଥାତ ଚୂନ ଛଡାଯାଇ ପରିଷ୍କାର କରାଯିବା ପରେ ଫାଟ ସୃଷ୍ଟି ହୋଇଥିବା ପଥର ଓ ବିମ୍ କୁ ଅପସାରଣ କରାଯିବ। ରତ୍ନଭଣ୍ଡାର ଚଟାଣରେ ଗ୍ରାନାଇଟ୍ ପଥର ମଧ୍ୟ ବିଛାଯିବ ବୋଲି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ କହିଛନ୍ତି। ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ଶୃଙ୍ଖଳିତ ନୀତିକାନ୍ତି ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଆସନ୍ତା ତିନିମାସ ଭିତରେ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଅଛି।

Post Views: 57
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In