• About Us
  • Contact Us
Monday, November 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୧୮ରୁ ବିଧାନସଭା ଅଧିବେଶନ, ଜାଣନ୍ତୁ କେଉଁ ରୁଟ୍ ଦେଇ କରିବେ ଯିବା ଆସିବେ

by Voice of Victims
November 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା, ଜଗିବେ ବ୍ଲାକ କମାଣ୍ଡୋ

ଭୁବନେଶ୍ୱର: ୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ପାଇଁ ଘୋଷଣା । ଏନେଇ ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ୍ । ବିଧାନସଭା ଦେଇ ବା  ସଂଲଗ୍ନ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା । ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ କଟକଣା ଜାରି । ଜନସାଧାରଣଙ୍କ ନିରାପତ୍ତା ଏବଂ ସୁଗମ ଟ୍ରାଫିକ୍ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି । ଏଥିପାଇଁ ​ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଗତି କରିବେ ।

ସେହିପରି  ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ନିକଟସ୍ଥ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବେ । ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ଆସୁଥିବା ଯାନବାହନ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ବ୍ୟବହାର କରିବେ । ​୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଥିବା ଯାନବାହନ ପାୱାର ହାଉସ୍ ଛକ ଦେଇ ଯିବେ ।

​ଲୋକଭବନ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଅଭିମୁଖେ ଯାଉଥିବା ଯାନବାହନ ଶାସ୍ତ୍ରୀ ନଗର ଛକ ଦେଇ ଯିବେ । ​ଜରୁରୀ ସେବାରେ ନିୟୋଜିତ ଯାନବାହନ (ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ) ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଅଧିକୃତ ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ଅଧିବେଶନ ଚାଲିବା ସମୟ ଯାଏଁ ଏହି ନିୟମ ବଳବତ୍ତର ରହିବ ।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ମାରଣା ଦନ୍ତାର ଆତଙ୍କ ! ପୁଣି ଜଣେ ଯୁବକଙ୍କ ଜୀବନ ନେଲା ହାତୀ, ୧୫ ଦିନରେ ୩ ମୃତ, ରଣପୁର ଅଞ୍ଚଳରେ ଭୟର ବାତାବରଣ
  • ଆଜିଠୁ ମୋଦିଙ୍କ ଫିଲିପାଇନ୍ସ ଗସ୍ତ, ବାଣିଜ୍ୟ ଓ ସୁରକ୍ଷା ଉପରେ ବଡ଼ ଆଲୋଚନା
  • କାନପୁରରେ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ, ଅନେକ ଡେଇଁ ବଞ୍ଚାଇଲେ ଜୀବନ
  • ଭୁବନେଶ୍ୱରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଟ୍ୱିନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
  • ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା, ୨୦ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In