• About Us
  • Contact Us
Friday, September 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

​ସ୍ୱଚ୍ଛ ରଥଯାତ୍ରା ପାଇଁ ବଡଦାଣ୍ଡରେ ନିଆରା ଢଙ୍ଗରେ ‘ଆଟା’ର ସଚେତନତା କାର୍ଯ୍ୟକ୍ରମ

by Voice of Victims
June 30, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
​ସ୍ୱଚ୍ଛ ରଥଯାତ୍ରା ପାଇଁ ବଡଦାଣ୍ଡରେ ନିଆରା ଢଙ୍ଗରେ ‘ଆଟା’ର ସଚେତନତା କାର୍ଯ୍ୟକ୍ରମ

​ପୁରୀ (ଭିଓଭି): ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଦେଖିବାକୁ ମିଳିଛି ଏକ ନିଆରା ପ୍ରୟାସ। ରଥଯାତ୍ରା ୨୦୨୬ ଅବସରରେ, ‘ସଂଘର୍ଷ ଓ ଉତ୍କର୍ଷର ରଥଯାତ୍ରା’ ଆଭିମୁଖ୍ୟକୁ ନେଇ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ (ATA – ଆଟା) ପକ୍ଷରୁ ଏକ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରଥଖଳା ପାର୍ଶ୍ୱରେ ଟିମ୍ ଆଟାର ସଦସ୍ୟ ଓ ସଦସ୍ୟାମାନେ ଏକତ୍ରିତ ହୋଇ ଭକ୍ତମାନଙ୍କ ମଧ୍ୟରେ ସ୍ୱଚ୍ଛତା ଓ ସେବାର ବାର୍ତ୍ତା ବାଣ୍ଟିଛନ୍ତି।


​ବିଶ୍ଵ ନିୟନ୍ତା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଟିମ୍ ଆଟା ର ସଦସ୍ୟମାନେ ରଥଖଳା ନିକଟରେ ନିଜେ ଏବଂ କିଛି ଚିତ୍ରକର ଙ୍କୁ ସାଙ୍ଗରେ ନେଇ ତୁଳୀ ଏବଂ ରଙ୍ଗରେ କାଳିଆ ସାଆନ୍ତଙ୍କର ଅପୂର୍ବ ରୂପକୁ ଭକ୍ତ ମାନଙ୍କ ମସ୍ତକରେ ଜୀବନ୍ତ କରିଥିଲେ, ଯାହା ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକର୍ଷିତ କରିଥିଲା। କେବଳ ସଦସ୍ୟ ନୁହନ୍ତି, ବରଂ ବଡଦାଣ୍ଡରେ ଉପସ୍ଥିତ ଶହ ଶହ ଜଗନ୍ନାଥ ଭକ୍ତଙ୍କୁ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ କରାଯାଇଥିଲା।
​ମହାପ୍ରଭୁଙ୍କ ଧାମକୁ କିଭଳି ପ୍ଲାଷ୍ଟିକମୁକ୍ତ ଓ ସ୍ୱଚ୍ଛ ରଖାଯିବ, ସେ ନେଇ ବଡଦାଣ୍ଡରେ ଭକ୍ତମାନଙ୍କୁ ଲିଫଲେଟ୍ ବଣ୍ଟନ କରାଯିବା ସହ ବିଭିନ୍ନ ସଚେତନତାଧର୍ମୀ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ/ଫ୍ଲାଇକାର୍ଡ ପ୍ରଦର୍ଶନ କରାଯାଇଥିଲା।


​‘ଜୟ ଜଗନ୍ନାଥ’ ଧ୍ୱନି ସହ ସ୍ୱଚ୍ଛତା ଉପରେ ଆଧାରିତ ବିଭିନ୍ନ ନାରାରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ରଥଖଳା ପରିବେଶ। ଏହାସହ ମାଇକ ଯୋଗେ ପ୍ରଚାର କରାଯାଇ ଭକ୍ତମାନଙ୍କୁ ଆବର୍ଜନା ଏଣେତେଣେ ନଫିଙ୍ଗିବାକୁ ଅନୁରୋଧ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ଟିମ୍ ଆଟାର ସମସ୍ତ ସଦସ୍ୟ ସ୍ୱୟଂ ଝାଡ଼ୁ ଓ ଡଷ୍ଟବିନ୍ ଧରି ସମ୍ପୂର୍ଣ୍ଣ ରଥଖଳା ପାର୍ଶ୍ୱକୁ ସଫା ସୁତୁରା କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ। “ଆମର ଏହି ସଂଘର୍ଷ ବଡଦାଣ୍ଡର ସ୍ୱଚ୍ଛତା ଏବଂ ଭକ୍ତମାନଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପ୍ରତିଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ କର୍ତ୍ତବ୍ୟ।” ବୋଲି ଟିମ୍ ଆଟା ର ସଦସ୍ୟ ମାନେ ପ୍ରକାଶ କରିଥିଲେ। ଟିମ୍ ଆଟାର ଏହି ପ୍ରଶଂସନୀୟ ଜନହିତକର କାର୍ଯ୍ୟକୁ ବଡଦାଣ୍ଡରେ ଉପସ୍ଥିତ ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ବେଶ୍ ପ୍ରଶଂସା କରିଥିଲେ।

Post Views: 48
Share201Tweet126Send
Voice of Victims

Voice of Victims

Recent Posts

  • ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା
  • ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର
  • ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଧମକ
  • ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରି ହରାଇ ଡିପ୍ରେସନରେ ଥିଲେ
  • ନେପାଳ ଦୁର୍ଦ୍ଦଶାର କରୁଣ ଚିତ୍ର, ଗୋଟିଏ ରୁମରୁ ମିଳିଲା ୨୩ ମୃତଦେହ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In