କଟକ (ଭିଓଭି): ଆଜି ସଂଧ୍ୟାରେ କଟକ ଜିଲ୍ଲା ଭାରତ ସ୍କାଉଟ୍ ଏବଂ ଗାଇଡ ତରଫରୁ ବାଲିଯାତ୍ରା ସେବା ଶିବିର ଉଦଯାପନ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି ସେବା ଶିବିର ଗତ ୧୬-୧୧-୨୦୨୪ ରୁ ଆରମ୍ଭ କରି ୨୨-୧୧-୨୦୨୪ ପର୍ଯ୍ୟନ୍ତ ସ୍କାଉଟ୍, ଗାଇଡ, ରୋଭର୍, ରେଞ୍ଜର, ସ୍କାଉଟ୍ ମାଷ୍ଟର ଏଵଂ ଗାଇଡ କ୍ୟାପଟେନ ମାନେ ବିଭିନ୍ନ ସେବା, ଯେପରି ସ୍ୱଚ୍ଛ ଭାରତ ସଫେଇ କାର୍ଯ୍ୟ, ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟରେ ପୋଲିସ କର୍ମଚାରୀଙ୍କୁ ସହାୟତା କରିବା, ସୂଚନା କେନ୍ଦ୍ରରେ ହଜିଲା ଲୋକଙ୍କୁ ଖୋଯିବା ଭଳି ଅନେକ ସେବା କରିଥିଲେ । କଟକ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ସମ୍ପାଦିକା ସୁଶ୍ରୀ ସୌଦାମିନୀ ଦାସ ମହୋଦୟା ସେବା ଶିବିରର ସଫଳତା କାମନା କରିଥିଲେ । ଜିଲ୍ଲା ସ୍କାଉଟ୍ ସଂଗଠକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାନ୍ତି ,ଜିଲ୍ଲା ସ୍କାଉଟ୍ କମିଶନର ଶ୍ରୀ ଆଶୋକ କୁମାର ମହାପାତ୍ର, ଜିଲ୍ଲା ସ୍କାଉଟ୍ ସଂଯୋଜକ ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ଜିଲ୍ଲା ଗାଇଡର୍ ଶ୍ରୀମତୀ ରଞ୍ଜିତା ପ୍ରଧାନ, ଜିଲ୍ଲା ସ୍କାଉଟର୍ ଶ୍ରୀଯୁକ୍ତ ଜିତେନ୍ ରାଉତ, ଜିଲ୍ଲା ଗାଇଡ ସଂଗଠିକା ଶ୍ରୀମତୀ ସୌଦାମିନୀ ଖାଡେଙ୍ଗା, ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ଅକ୍ଷୟ ଷଡ଼ଙ୍ଗୀ ସଭା ପରିଚାଳନା କରିଥିବା ବେଳେ, ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ ନିରୁପମା ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ସ୍କାଉଟ୍ ମାଷ୍ଟର ମାନସ ରଞ୍ଜନ ପରିଡ଼ା, ଦିଲ୍ଲୀପ କୁମାର ରାଉତ, ଜ୍ଞାନ ରଞ୍ଜନ ଦାସ,ପ୍ରମୁଖ ସେବା ଶିବିର ପରିଚାଳନା କରିଥିଲେ ।
