• About Us
  • Contact Us
Saturday, May 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

by Voice of Victims
May 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଏୟାରପୋର୍ଟ ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍‌କୁ ନେଇ ଏବେ ବଡ଼ ପ୍ରଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି। ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍ କରି ଯାତାୟାତରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ପ୍ରଶାସନର ନିଷ୍କ୍ରିୟତା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ପରେ ତତ୍ପରତା ପ୍ରକାଶ ପାଇଛି। ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA &PG) ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଥିଲା। ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଛି। କମିଶନରେଟ୍ ପୋଲିସ ବା ଡିସିପି ଟ୍ରାଫିକଙ୍କ ମତାମତ ମଗାଯାଇଛି। ସୁରକ୍ଷା ବ୍ୟାରିକେଡ଼ ହଟାଇବା ସହିତ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କୌଣସି ଷ୍ଟ୍ରକଚରର ଆବଶ୍ୟକତା ଅଛି ନା ନାହିଁ, ତାହା ଜଣାଇବାକୁ କୁହାଯାଇଛି।

ସାମାଜିକ ତଥା ସୂଚନାଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ ହାଇକୋର୍ଟରେ W.P.(C) No.19748/2025 ମାମଲାରେ ରୁଜୁ କରିଥିଲେ । ଭୀମପୁର ମୌଜାର ଖାତାଉଣ ନମ୍ବର ୭୪୦ ଅନ୍ତର୍ଗତ ପ୍ଲଟ୍‌ ନମ୍ବର ୧୦୭୧, ଯାହାର କିସମ ‘ସଡ଼କ’, ସେଠାରେ ବ୍ୟାରିକେଡ୍ କରାଯାଇ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ଉକ୍ତ ରାସ୍ତାକୁ ଅବରୋଧମୁକ୍ତ କରାଯାଉ ଏବଂ ଯେଉଁ ଅନଧିକୃତ ବ୍ୟାରିକେଡ୍ କରାଯାଇଛି, ତାହାକୁ ହଟାଯାଉ।

ଏହି ମାମଲାରେ ମୁଖ୍ୟ ସଚିବ, GA & PG ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ବିଏମ୍‌ସି କମିଶନରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀଣ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା।

ଗତ ଫେବୃୟାରୀ ୩ ତାରିଖରେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ସରକାରୀ ଅଧିକାରୀମାନଙ୍କ ଭୂମିକା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ ଗତ କେତେକ ମାସ ଧରି କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ତିନି ସପ୍ତାହ ମଧ୍ୟରେ ଫିଲ୍ଡ ଭେରିଫିକେସନ୍ କରି ଯଦି ଅନଧିକୃତ ଅତିକ୍ରମଣ ଥିବା ଜଣାପଡ଼େ, ତେବେ ତାହା ହଟାଇବାକୁ ତତ୍କାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏଭଳି ନିର୍ଦେଶ ସମ୍ପର୍କରେ ଆଡିସନାଲ୍ ଷ୍ଟାଣ୍ଡିଂ କାଉନସେଲଙ୍କ ତରଫରୁ GA&PG ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି କରାଯାଇଥିଲା। ଏହା ପରେ GA&PG ବିଭାଗ, ଭୁବନେଶ୍ଵର ମହାନଗର ନିଗମ, ପୂର୍ତ୍ତ ବିଭାଗ, ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ, ତହସିଲିଦାର ଓ ଟ୍ରାଫିକ୍ ପୋଲିସଙ୍କ ମିଳିତ ଟିମ୍‌ ଦ୍ୱାରା ୧୨ ଫେବୃଆରୀ ୨୦୨୬ରେ ଯୁକ୍ତ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ରିପୋର୍ଟରେ ଦର୍ଶାଯାଇଛି ଯେ, ନବୀନ ନିବାସରେ ସାମ୍ନାରେ ଥିବା ପ୍ଲଟ୍‌ ନମ୍ବର ୧୦୭୧ର ପ୍ରାୟ ୦.୨୨୯ ଏକର ଜମିକୁ ସୁରକ୍ଷା ବ୍ୟବସ୍ଥା ପାଇଁ ଲୁହା ବ୍ୟାରିକେଡ୍‌ ଦ୍ୱାରା ଘେରାଯାଇଛି। ସେହିପରି ପ୍ଲଟ୍‌ ନମ୍ବର ୧୦୩୫ର ଆଉ ୦.୩୩୦ ଏକର ଜମି ମଧ୍ୟ ଏହି ବ୍ୟାରିକେଡ୍‌ ଭିତରେ ରହିଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଉକ୍ତ ଅଞ୍ଚଳର ବାକି ଅଂଶ ସାଧାରଣ ରାସ୍ତା ଭାବେ ବ୍ୟବହୃତ ହେଉଛି। ଏହା ସହ ଏକ ୧୦୦ ଫୁଟ୍‌ ଚଉଡ଼ା ବିକଳ୍ପ ରାସ୍ତା ନିର୍ମାଣ କରାଯାଇଥିବା ମଧ୍ୟ ଯାଞ୍ଚରେ ଉଲ୍ଲେଖ ହୋଇଛି। ଏହି ରାସ୍ତା ଏୟାରପୋର୍ଟ ସ୍କ୍ୱାରରୁ ପୁନାମା ଗେଟ୍‌ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିଆରି କରାଯାଇଥିଲା।

ସରକାରୀ ରେକର୍ଡ ଅନୁସାରେ, ପୂର୍ବରୁ BPI ଏୟାରପୋର୍ଟ ଅଥରିଟିରୁ କିଛି ଜମି ଅଧିଗ୍ରହଣ କରାଯାଇ ଏହି ଡାଇଭର୍ସନ୍ ରୋଡ୍‌ ନିର୍ମାଣ ହୋଇଥିଲା। ପରେ ବଦଳରେ ଅନ୍ୟ ସରକାରୀ ଜମି ଏୟାରପୋର୍ଟ ଅଥରିଟିକୁ ଦିଆଯାଇଥିବା ତଥ୍ୟ ମଧ୍ୟ ଦଲିଲରେ ରହିଛି।

ତେବେ ହାଇକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବର୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଥିଲା। କମିଶନରେଟ୍ ପୋଲିସ ଓ ଡିସିପି ଟ୍ରାଫିକଙ୍କ ସହ ଆଲୋଚନା କରି ବ୍ୟାରିକେଡ୍‌ ସ୍ଥାନାନ୍ତର କିମ୍ବା ହଟାଇବା ନେଇ ମତାମତ ମଗାଯାଇଛି।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ
  • ବଙ୍ଗଳା ପୋଲିସର ବଡ ପଦକ୍ଷେପ: ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କୁ କଲା ଅନଫଲୋ
  • ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ , CDS ନିଯୁକ୍ତ କଲେ କେନ୍ଦ୍ର ସରକାର
  • ପଶ୍ଚିମବଙ୍ଗରେ ପ୍ରଥମ ସରକାର ଗଠନ କଲା ବିଜେପି: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In