ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର): ଭାରତ ବିକାଶ ପରିଷଦ, ଏକାମ୍ର ଶାଖା, ଭୁବନେଶ୍ୱର ଆନୁକୁଲ୍ୟରେ ଅକ୍ଟୋବର ୧୯ ତାରିଖରେ ଶାଖା ସ୍ତରୀୟ ଆନ୍ତଃ ବିଦ୍ୟାଳୟ “ଭାରତ କୋ ଜାନୋ” କୁଇଜ୍ ପ୍ରତିଯୋଗିତା ପୁରୁଣା ଭୁବନେଶ୍ବରସ୍ଥିତ ଏକାମ୍ର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗୀରେ ଅନୁଷ୍ଠିତ ହୋଇଯାଇଛି l ସିନିୟର୍ ବର୍ଗରେ ୮ ଟି ଓ ଜୁନିୟର ବର୍ଗରେ ୬ଟି ବିଦ୍ୟାଳୟ ର ୨୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଆମ ଦେଶ ଭାରତ ଉପରେ ପର୍ଯ୍ୟବେସିତ ପ୍ରଶ୍ନ ଦ୍ଵାରା ଚୟନ ପ୍ରକ୍ରିୟା ନିର୍ଦ୍ଧାରିତ ହୋଇଥିଲା l ଏହି ପ୍ରତିଯୋଗିତାକୁ କୁଇଜ୍ ମାଷ୍ଟର ଡ଼. ହେମନ୍ତ ମିଶ୍ର ପରିଚାଳନା କରିଥିଲେ l ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ ପର୍ଯ୍ୟବେକ୍ଷକ ଭାବରେ ଏବଂ ବରିଷ୍ଠ ସଦସ୍ୟା ତଥା ପ୍ରଭାରୀ ଗୀତା ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଥିବାବେଳେ ପୂର୍ବପ୍ରାନ୍ତ ଅର୍ଥ ସଚିବ ନରସିଂହ ମିଶ୍ର ଏବଂ ଏକାମ୍ର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଦିଗଦର୍ଶନ ଦେବା ସହିତ ପ୍ରତିଯୋଗୀମାନଙ୍କୁ ଭାରତ ବର୍ଷର ସଂସ୍କୃତି ଓ ଐତିହ୍ୟ ସହିତ ନିଜକୁ ପରିଚିତ କରିବା ପାଇଁ ଉପଦେଶ ଦେଇଥିଲେ l ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗରେ ବକ୍ସି ଜଗବନ୍ଧୁ ଇଂଲିଶ ମିଡ଼ିଅମ୍ ସୁଲ, ବିଜେବି ନଗର ଏବଂ ବରିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ,, ୟୁନିଟ-୧ ର ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ମାସରେ ନୟାଗଡ଼ରେ ହେବାକୁଥିବା ପ୍ରାନ୍ତ ସ୍ତରୀୟ “ଭାରତ କୋ ଜାନୋ” ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ l ସଭାପତି ପ୍ରଫେସର ଦେବେନ୍ଦ୍ର ମୋହନ ମିଶ୍ର, ସମ୍ପାଦିକା ରଶ୍ମିତା ପଣ୍ଡା ଓ କୋଷାଧ୍ୟକ୍ଷ ପ୍ରକାଶ ନାୟକଙ୍କ ବଳିଷ୍ଠ ନେତୃତ୍ୱ ଏଵଂ ପ୍ରଭାସ ମହାନ୍ତି, ଅନିଲ ଶତପଥୀ, ଅଶୋକ ପଟ୍ଟନାୟକ, ଦୁଃଖୀଶ୍ୟାମ ଦାଶ ଓ ଅନ୍ୟ ସଭ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା l ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l
