ଭୁବନେଶ୍ବର (ଭିଓଭି): ଉତ୍କଳ ସାମ୍ବାଦିକ ସଙ୍ଘ ସହ ଅନୁବନ୍ଧିତ ଭୁବନେଶ୍ୱର ସଙ୍ଘର ନିର୍ବାଚନ ପ୍ରକ୍ରିୟା ଗତ ମାର୍ଚ୍ଚ ମାସ ରେ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ ରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଆଜି ସାମ୍ବାଦିକ ଭବନଠାରେ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା। କୋଷାଧ୍ୟକ୍ଷ ଭାବେ ଚୌଧୁରୀ ରାଜନାରାୟଣ ଓ ଉପସଭାପତି ଭାବେ ଗଗନ ସ୍ବାଇଁ ଅପରିବର୍ତ୍ତିତ ରହିଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଜିତେନ୍ଦ୍ର ମହାନ୍ତି, ସମ୍ପାଦକ ଭାବେ ସଞ୍ଜୟ କୁମାର ଜେନାଙ୍କୁ ମନୋନୀତ କରାଯାଇଛି। କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋଜ କୁମାର ପ୍ରଧାନ, ପ୍ରଦୀପ ବୈଶାଖ, ‘ଟୁଲୁ କୁମାର ପାତ୍ର, ଯତୀନ ଷେଣ୍ଢ, ପ୍ରକାଶ ସାହୁ, ରଣଜିତ ପଟ୍ଟନାୟକ, ବିମଳ ପ୍ରଧାନଙ୍କୁ ମନୋନୀତ କରାଯାଇଛି। ଏହି ଅବସରରେ ଆସନ୍ତା ମେ ୩ତାରିଖରେ ହେବାକୁ ଥିବା ସଂଘର ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମନୋନୀତ ନୂତନ କର୍ମକର୍ତ୍ତାଙ୍କୁ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ କାର୍ଯ୍ୟକାରୀ ଉପସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ଶୁଭେଚ୍ଛା ଜଣାଇଛନ୍ତି।
