• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କକ୍ରୋଚ୍ ଜନତା ପାର୍ଟିକୁ ବଡ଼ ଝଟକା, X କୁ ନୋଟିସ୍ ଜାରି କଲେ ଦିଲ୍ଲୀ ହାଇକୋର୍ଟ

by Voice of Victims
May 29, 2026
in ଦେଶ ବିଦେଶ, ମୁଖ୍ୟ ଖବର
କକ୍ରୋଚ୍ ଜନତା ପାର୍ଟିକୁ ବଡ଼ ଝଟକା, X କୁ ନୋଟିସ୍ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ କକ୍ରୋଚ୍ ଜନତା ପାର୍ଟିର ପୂର୍ବ ଆକାଉଣ୍ଟ ବ୍ଲକ୍ କରିବା ମାମଲାରେ ଅଭିଜିତ ଦୀପକଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆକାଉଣ୍ଟ ବ୍ଲକ୍ କରିବା ପାଇଁ ଆବେଦନ ଦାଖଲ କରିଥିବା କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକଙ୍କୁ ତୁରନ୍ତ ଆଶ୍ବସ୍ତି ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବ କେନ୍ଦ୍ର ସରକାରଙ୍କୁ ଏହି ମାମଲା ସମ୍ପର୍କରେ ଜବାବ ମାଗିଛନ୍ତି । ବରିଷ୍ଠ ଓକିଲ ଅଖିଲ ସିବିଲ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ଦଳର କଣ୍ଟେଣ୍ଟ କେବଳ ବ୍ୟଙ୍ଗାତ୍ମକ ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ତୁଷାର ମେହେଟ୍ଟା ଏବଂ ASG ଚେତନ ଶର୍ମା ଉପସ୍ଥିତ ଥିଲେ । ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ ହୋଇଥିବା ସହିତ ଜଡିତ ଥିବା ଆଇନ୍ ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି । ଏଥିସହ ସମ୍ବନ୍ଧୀତ ସାମଗ୍ରୀ ଉପଯୁକ୍ତ ଉପାୟରେ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦିଆଯାଇପାରେ ବୋଲି କୋର୍ଟ କହିଛନ୍ତି ।

ସେପଟେ କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟର ଏକ ଶୁଣାଣି ସମୟରେ ଭାରତର ମୁଖ୍ୟ ବିଚାରପତି(CJI) ଆବେଦନକାରୀଙ୍କୁ କକ୍ରୋଚ୍ ଜନତା ପାର୍ଟିର ମାମଲାକୁ ନେଇ ଏତେ ଭାବପ୍ରବଣ ନ ହେବାକୁ କହିଥିଲେ । ଯେତେବେଳେ ଓକିଲ ଏହି ମାମଲା ସହିତ ଜଡିତ ଏକ ଆବେଦନକୁ ଜରୁରୀ ଶୁଣାଣି ପାଇଁ ଲିଷ୍ଟ କରିବା ପାଇଁ ମୌଖିକ ଅନୁରୋଧ କରିଥିଲେ ସେତେବେଳେ ଏହି କଥା କୁହାଯାଇଥିଲା ।

Post Views: 52
Share202Tweet126Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In