• About Us
  • Contact Us
Wednesday, May 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

by Voice of Victims
May 27, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସିର ସାଂସଦ ଏବଂ ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ସରକାର ଆସିବା ପରେ ମମତାଙ୍କ ଟିଏମ୍ସି ଦୁର୍ଗ ଦିନକୁ ଦିନକ ଦୁର୍ବଳ ହେବାରେ ଲାଗିଛି । ଏହାରି ଭିତରେ ଟିଏମସିର ଟାଣୁଆ ନେତା ତଥା ୪ ଥରର ସାଂସଦ ହୋଇଥିବା କାକୋଲି ଘୋଷ ଦସ୍ତିଦାର ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ବାରାସାତର ସାଂସଦ କାକୋଲି ଘୋଷ ଦସ୍ତିଦାର ଦଳର ସମସ୍ତ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପ୍ରଦେଶର ଅଧ୍ୟକ୍ଷ ସୁବ୍ରତ ବକ୍ସିକୁ ଦେଇଛନ୍ତି । ସେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

କାକୋଲି ଗତ ବହୁ ଦଶକ ହେବ ଟିଏମସି ସହ ଜଡିତ ଥିଲେ । ସେ ପ୍ରାୟ ୯-୧୦ ମାସ ପର୍ଯ୍ୟନ୍ତ ଲୋକସଭାରେ ଦଳର ଚିଫ୍ ହ୍ବିପ ଥିଲେ । ଏହାପରେ ଗତ କିଛି ଦିନ ତଳେ ତାଙ୍କୁ ହଟାଇ ଏହି ଦାୟିତ୍ବ କଲ୍ୟାଣ ବାନାର୍ଜୀଙ୍କୁ ଦିଆଯାଇଥିଲା । ଏହି ନିଷ୍ପତ୍ତି କାରଣରୁ କାକୋଲି ଖୁବ୍ ଅସନ୍ତୁଷ୍ଟ ଥିଲେ । ସେ ସୋସିଆଲ ମିଡିଆରେ ଲେଖିଥିଲେ, ୧୯୭୬ ରୁ ସମ୍ପର୍କ, ୧୯୮୪ ରେ ଯାତ୍ରା ଆରମ୍ଭ ହେଲା । ଆଜି ମୋତେ ୪ ଦଶକର ବିଶ୍ବାସନୀୟତାର ଏହି ପୁରସ୍କାର ମିଳିଲା ।

ଗତ ବିଧାନସଭା ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀରେ ଟିଏମସିର ଖରାପ ପ୍ରଦର୍ଶନ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରି ପ୍ରଥମେ ସେ ବାରାସାତ ସାଂଗଠନିକ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ମଙ୍ଗଳବାର ଦିନ କୋଲକତା ନିକଟସ୍ଥ କଲ୍ୟାଣୀଠାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେରିଟେଜ୍ ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ନଦିଆ, ଉତ୍ତର ୨୪ ପ୍ରଗଣା ଏବଂ ହୁଗୁଳି ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । କାକୋଲିଙ୍କ ସହ ଟିଏମସିର ଅନ୍ୟ ୬ ଜଣ ବିଧାୟକ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ
  • ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ
  • ପୁରୀରେ ଲୁଚିଥିଲେ TMC ବିଧାୟକ, ଗିରଫ କରି କୋଲକାତା ନେଲା ଏସଟିଏଫ୍
  • ଅପରାଧୀଙ୍କ ସିପିଙ୍କ ଚେତାବନୀ, କ୍ରାଇମ କଲେ ଛାଡ଼ିବନି କମିଶନରେଟ୍ ପୋଲିସ
  • ଗୁଜରାଟର ଶୋଚନୀୟ ପରାଜୟ, ପ୍ରଥମ ଦଳ ଭାବେ ଫାଇନାଲରେ RCB

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In