• About Us
  • Contact Us
Friday, June 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ହାଇକୋର୍ଟରୁ ଟେଲିଗ୍ରାମକୁ ବଡ଼ ଝଟକା, ଜୁନ୍ ୨୨ ପର୍ଯ୍ୟନ୍ତ ଜାରି ରହିବ ପ୍ରତିବନ୍ଧକ

by Voice of Victims
June 19, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଦିଲ୍ଲୀ ହାଇକୋର୍ଟରୁ ଟେଲିଗ୍ରାମକୁ ବଡ଼ ଝଟକା, ଜୁନ୍ ୨୨ ପର୍ଯ୍ୟନ୍ତ ଜାରି ରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । NEET ପୁନଃପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଟେଲିଗ୍ରାମ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଯାହା ମେସେଜିଂ ପ୍ଲାଟଫର୍ମକୁ ଆଶ୍ବସ୍ତି ପ୍ରଦାନ କରିନାହିଁ । ଜୁନ୍ ୨୧ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହେବ । ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅବରୋଧ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ କରିଛନ୍ତି ।

ସୂଚନାନୁଯାୟୀ, ପେପର ଲିକ୍, ନକଲି ପ୍ରଶ୍ନପତ୍ର ପ୍ରସାରଣ, ଠକେଇ ନେଟୱାର୍କ ଏବଂ ଭୁଲ୍ ସୂଚନାର ବ୍ୟବହାର ଟେଲିଗ୍ରାମ ପ୍ଲାଟଫର୍ମରେ କରାଯାଉଥିଲା ବୋଲି ଅଭିଯୋଗ ରହିଛି । NTA ସୁପାରିଶ ଆଧାରରେ ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ସୂଚନା ପ୍ରଦ୍ୟୋଗିକ ଆଇନ୍ ୨୦୦୦ର ଧାରା 69A ଅଧୀନରେ ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ପ୍ରତିବନ୍ଧକ ଲଗାଇ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହ ମେସେଜ ଏଡିଟିଂ ଫିଚର୍ସକୁ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ଗତ ମାସରେ NEET UG ପରୀକ୍ଷା ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ପରେ ପେପର୍ ଲିକ୍ ସାମ୍ନାକୁ ଆସିଥିଲା । ଯାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଧାରଣ ଲୋକଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ତେଣୁ ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ସରକାର ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି। ଏହି କାରଣରୁ, ବିପଦର ସମ୍ଭାବନାକୁ ଦର୍ଶାଇ ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବରେ ନିଷେଧ କରିଛନ୍ତି।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଓଡ଼ିଶାକୁ ମିଳିବ ଆଉ ୪୦୦ ଇ-ବସ୍, ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍ ବସ୍
  • ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ନୂଆ ଦାୟିତ୍ବ
  • ଘୁଞ୍ଚିଲା ଆରଆଇ ପରୀକ୍ଷା
  • ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଇରଙ୍ଗପୁର, ଅପରାହ୍ନରେ ନିଜ ମାଟିରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ
  • ସରିଲା ଦେବଦମ୍ପତିଙ୍କ ବିବାହ, ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ କରିବେ ଶିବ-ପାର୍ବତୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In