• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ ; ହଟିଲା ସଙ୍ଗଠନ ସମ୍ପାଦକ ପଦ, ଉପ-ସଭାପତି ହେଲେ ବବି ଦାସ

by Voice of Victims
May 5, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ ; ହଟିଲା ସଙ୍ଗଠନ ସମ୍ପାଦକ ପଦ, ଉପ-ସଭାପତି ହେଲେ ବବି ଦାସ

ଭୁବନେଶ୍ୱର: ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ । ହଟିଲା ସଙ୍ଗଠନ ସମ୍ପାଦକ ପଦ । ଗତ ସାଧାରଣ ନିର୍ବାଚନ ପରେ ବିଜେଡିର ବଡ଼ ଧରଣର ସାଙ୍ଗଠନିକ ପରିବର୍ତ୍ତନ ଘଟିଛି, ଯେଉଁଥିରେ ପୂର୍ବରୁ ଦଳରେ ଥିବା ସାଙ୍ଗଠନିକ ସମ୍ପାଦକ ପଦକୁ ଉଠାଇ ଦିଆଯାଇଛି । ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ, ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ ।

ଏହା ବଦଳରେ ଦଳ ୧୫ ନେତାଙ୍କୁ ଉପ-ସଭାପତି ଏବଂ ୫୫ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନଙ୍କ ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା ଏବଂ ଭୂପିନ୍ଦର ସିଂଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନି । ସେହିପରି ପୂର୍ବରୁ ଦଳର ନମ୍ବର-୨ ନେତା ତଥା ସାଙ୍ଗଠନିକ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଏଥର ଦଳ ଉପ-ସଭାପତି ଦାୟିତ୍ୱ ଦେଇଛି ।

ତାଙ୍କ ସହିତ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ପ୍ରଦାପ ଜେନା, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ଅଶ୍ୱିନୀ କୁମାର ପାତ୍ର, ସାରଦା ନାୟକଙ୍କୁ ଦଳ ଉପ-ସଭାପତି ଭାବେ ଦାୟିତ୍ୱ ଦେଇଛି । ସେହିପରି କଟକ ମେୟର ସୁବାସ ସିଂଙ୍କୁ ଦଳ ଟ୍ରେଜେରର ଭାବେ ଦାୟିତ୍ୱ ଦେଇଛି । 

Post Views: 80
Share199Tweet125Send
Voice of Victims

Voice of Victims

Recent Posts

  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ
  • ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !
  • କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
  • ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
  • ମହିଳା ସଂରକ୍ଷଣକୁ ନେଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In